ଜମ୍ମୁ- କାଶ୍ମୀରରେ ଅନୁପ୍ରବେଶ ଉଦ୍ୟମ ବେଳେ ୩ ଆତଙ୍କବାଦୀ ମୃତ, ଆଜି ବି ସ୍ଥଗିତ ରହିଲା ଅମରନାଥ ଯାତ୍ରା

ଶ୍ରୀନଗର: ଶନିବାର ଦିନ ସେନାବାହିନୀ ଜମ୍ମୁ-କାଶ୍ମୀରର ପୁଞ୍ଚରେ ୩ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛି। ଏହି ଆତଙ୍କବାଦୀମାନେ ଜମ୍ମୁ-କାଶ୍ମୀର ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। କଶ୍ମୀରରେ ଉତ୍ତେଜନାକୁ ଦୁଷ୍ଟିରେ ରଖି ଆଜି ମଧ୍ୟ ଅମରନାଥ ଯାତ୍ରା ସ୍ଥଗିତ ରହିଛି। ଇତିମଧ୍ୟରେ ବିଚ୍ଛିନ୍ନତାବାଦୀ କାଶ୍ମୀର ବନ୍ଦର ଅବଧି ଆଉ ଦୁଇ ଦିନ ଅର୍ଥାତ୍‌ ଜୁଲାଇ ୧୮ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଜମ୍ମୁରୁ କୌଣସି ତୀର୍ଥଯାତ୍ରୀମାନଙ୍କୁ ଘାଟି ଆଡ଼କୁ ଛଡ଼ାଯାଉ ନାହିଁ। ବିଗତ ସପ୍ତାହରେ ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀ […]

kashmir

Rakesh Mallick
  • Published: Saturday, 16 July 2016
  • , Updated: 16 July 2016, 05:26 PM IST

ଶ୍ରୀନଗର: ଶନିବାର ଦିନ ସେନାବାହିନୀ ଜମ୍ମୁ-କାଶ୍ମୀରର ପୁଞ୍ଚରେ ୩ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛି। ଏହି ଆତଙ୍କବାଦୀମାନେ ଜମ୍ମୁ-କାଶ୍ମୀର ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। କଶ୍ମୀରରେ ଉତ୍ତେଜନାକୁ ଦୁଷ୍ଟିରେ ରଖି ଆଜି ମଧ୍ୟ ଅମରନାଥ ଯାତ୍ରା ସ୍ଥଗିତ ରହିଛି।

ଇତିମଧ୍ୟରେ ବିଚ୍ଛିନ୍ନତାବାଦୀ କାଶ୍ମୀର ବନ୍ଦର ଅବଧି ଆଉ ଦୁଇ ଦିନ ଅର୍ଥାତ୍‌ ଜୁଲାଇ ୧୮ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଜମ୍ମୁରୁ କୌଣସି ତୀର୍ଥଯାତ୍ରୀମାନଙ୍କୁ ଘାଟି ଆଡ଼କୁ ଛଡ଼ାଯାଉ ନାହିଁ।

ବିଗତ ସପ୍ତାହରେ ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀ କମାଣ୍ଡର ବୁରହାନ ୱାନୀର ମୃତ୍ୟୁ ପରେ ପରିସ୍ଥିତି ବିଗିଡ଼ିବାର ଆଶଙ୍କା  ଥିବାରୁ କଶ୍ମୀର ୧୦ଟି ଜିଲ୍ଲାରେ କର୍ଫ୍ୟୁ ଜାରି କରିଥିଲେ। ଅବଶ୍ୟ ପୋଲିସ ଅଧିକାରୀ କହିଛନ୍ତି ଯେ, ବିକ୍ଷୋଭକାରୀମାନେ କୁପୱାଡ଼ା, ବାରମୁଲା, ସୋପୋର, ଗନ୍ଦେରବାଲ, ରାଫିୟାବାଦ,ବାନ୍ଦିପୁରା,କୁଲଗାଓଁ ଏବଂ କୁଲୱାମା ସମେତ ଅନେକ ସ୍ଥାନରେ କର୍ଫ୍ୟୁ ଉଲ୍ଲଂଘନ କରିଥିଲେ। କଶ୍ମୀରରେ ପରିସ୍ଥିତ ଏବେ ମଧ୍ୟ ଉତ୍ତେଜନାପୂର୍ଣ୍ଣ ରହିଛି।

Related story