ଶ୍ରୀନଗର: ଜମ୍ମୁ-କାଶ୍ମୀର କୁପୱାଡ଼ା ଜିଲ୍ଲାର ତଙ୍ଗଧାରରେ ଆଜି ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ନିକଟରୁ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।
ମୃତ ୩ ଆତଙ୍କବାଦୀ ୧୯ ଅଗଷ୍ଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସାମିଲ୍ ଥିଲେ। ଏହି ଆକ୍ରମଣରେ ୩ ଜଣ ଯବାନ ଆହତ ହୋଇଥିଲେ।
୪ରୁ ୫ ଜଣ ଆତଙ୍କବାଦୀ ସୀମା ପାର ହୋଇ ଆସିଥିବା ସମ୍ପର୍କରେ ସେନାକୁ ସୂଚନା ମିଳିଥିଲା। ଏହା ପରେ ସେନାର ଯବାନମାନେ ତଙ୍ଗଧାରରେ ସର୍ଚ୍ଚ ଅପରେସନ୍ କରି ଏହି ୩ ଆତଙ୍କବାଦୀକୁ ମାରିଥିଲେ।