ଶ୍ରୀନଗର: ସେନା ଗୁଳିରେ ୩ ଯୁବକଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ହଦ୍‌ୱାଡ଼ାରେ ଜଣେ ଯୁବତୀଙ୍କୁ ସେନା କର୍ମଚାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗକୁ ନେଇ ଗତକାଲି ଉତ୍ତେଜନା ଦେଖା ଦେବା ଓ ଯବାନଙ୍କ ଗୁଳିରେ ୩ ଜଣଙ୍କ ମୃତ୍ୟୁ ଘଟିବା ଘଟଣା ଭିନ୍ନ ମୋଡ଼ ନେଇଛି। ଆଜି ପୀଡ଼ିତାଙ୍କ ଏକ ଭିଡିଓ ପଦାକୁ ଆସିଛି, ଯେଉଁଥିରେ ତାଙ୍କୁ ଦୁର୍ବ୍ୟବହାର କିରିଥିବା ବ୍ୟକ୍ତି ସେନା କର୍ମଚାରୀ ନୁହନ୍ତି ବୋଲି ସେ କହୁଛନ୍ତି। ଏହି ଘଟଣାର ସେନା ପକ୍ଷରୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଜମ୍ମୁ-କଶ୍ମୀର ପୋଲିସ୍ ଏକ […]

handwara

handwara

Rakesh Mallick
  • Published: Wednesday, 13 April 2016
  • Updated: 13 April 2016, 06:16 AM IST

Sports

Latest News

ଶ୍ରୀନଗର: ଜମ୍ମୁ-କାଶ୍ମୀରର ହଦ୍‌ୱାଡ଼ାରେ ଜଣେ ଯୁବତୀଙ୍କୁ ସେନା କର୍ମଚାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗକୁ ନେଇ ଗତକାଲି ଉତ୍ତେଜନା ଦେଖା ଦେବା ଓ ଯବାନଙ୍କ ଗୁଳିରେ ୩ ଜଣଙ୍କ ମୃତ୍ୟୁ ଘଟିବା ଘଟଣା ଭିନ୍ନ ମୋଡ଼ ନେଇଛି। ଆଜି ପୀଡ଼ିତାଙ୍କ ଏକ ଭିଡିଓ ପଦାକୁ ଆସିଛି, ଯେଉଁଥିରେ ତାଙ୍କୁ ଦୁର୍ବ୍ୟବହାର କିରିଥିବା ବ୍ୟକ୍ତି ସେନା କର୍ମଚାରୀ ନୁହନ୍ତି ବୋଲି ସେ କହୁଛନ୍ତି। ଏହି ଘଟଣାର ସେନା ପକ୍ଷରୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଜମ୍ମୁ-କଶ୍ମୀର ପୋଲିସ୍ ଏକ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଛି।

ଗତକାଲି ଯୁବତୀ ଜଣଙ୍କୁ ସେନାର କିଛି କର୍ମଚାରୀ ଦୁର୍ବ୍ୟବହାର କରିଥିବା ଖବର ପ୍ରଚାର ହେବା ପରେ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା। ଉତ୍ତ୍ୟକ୍ତ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସେନା କ୍ୟାମ୍ପ ଉପରକୁ ପଥର ମାଡ଼ କରିଥିଲେ। ଫଳରେ ସେନା ପକ୍ଷରୁ ଗୁଳିଚାଳନା କରାଯାଇଥିଲା। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା।

ଯୁବକମାନଙ୍କ ମୃତ୍ୟୁ ଘଟଣାର ତଦନ୍ତ କରାଯିବା ସହ ଅଭିଯୁକ୍ତ ସେନା କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ ଚାଲିଥିବା ବେଳେ ଏଭଳି ଘଟଣାକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos