ଟୋକିଓ : ଜାପାନ, ଆମେରିକା,ଇଣ୍ଡୋନେସିଆ ସମେତ ଅନେକ ଦେଶରେ ସୋମବାର ଭୂକମ୍ପ ଅନୁଭୂତ ହୋଇଛି । ଜାପାନରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୯ ଥିଲା। ଏହାର ଫୋକସ୍ ଏରିଆ ଭୂପୃଷ୍ଠ ତଳେ ୧୭ କିଲୋମିଟର ପର୍ଯ୍ୟନ୍ତ ରହିଥିଲା । ଏହାବ୍ୟତୀତ କାଲର୍ସବର୍ଗ ରୀଜରେ ଫୋକସ୍ ଏରିଆ ଭୂପୃଷ୍ଠ ତଳେ ୧୦ କିଲୋମିଟର ପର୍ଯ୍ୟନ୍ତ ରହିଥିଲା । ଏଠାରେ ଭୂକମ୍ପର ତୀବ୍ରତା ୪.୯ ରହିଥିଲା ।
ଆମେରିକାର ଆକୋଲାହମରେ ତିନିଥର ଭୂକମ୍ପ ଝଟକା ଅନୁଭବ କରାଯାଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଯଥାକ୍ରମେ ୩.୩, ୩.୭ ଓ ୩.୧ ମପା ଯାଇଥିଲା । ଏହା ସହିତ ଏନ୍ ମାରିୟାନା ଆଇଲ୍ୟାଣ୍ଡର ତୀବ୍ରତା ୪.୫, ଇଣ୍ଡୋନେସିଆରେ ୫.୫, କରମାଣ୍ଡିକ୍ ଆଇଲ୍ୟାଣ୍ଡରେ ୪.୮ ତୀବ୍ରତାର ଝଟକା ଅନୁଭବ ହୋଇଥିଲା । ସେହିପରି ରିକୋରେ ସକାଳୁ ୩.୪ ତୀବ୍ରତାର ଭୂକମ୍ପ ଝଟକା ହୋଇଥିଲା ।