ଚର୍ଚ୍ଚାରେ ଜେଏନୟୁ କୁଳପତିଙ୍କ ବୟାନ, କହିଲେ- ଭଗବାନ ଶିବ ହେଉଛନ୍ତି ଶୁଦ୍ର, ଜଗନ୍ନାଥ ବି ଆଦିବାସୀ

ନୂଆଦିଲ୍ଲୀ: ‘ହିନ୍ଦୁ କେବଳ ଧର୍ମ ନୁହେଁ, ଏହା ଜୀବନ ବଞ୍ଚିବାର ପଦ୍ଧତି । କୌଣସି ବି ହିନ୍ଦୁ ଦେବାଦେବୀ ଉଚ୍ଚ ଜାତିର ନୁହନ୍ତି। ସର୍ବାଧିକ କ୍ଷତ୍ରୀୟ ଜାତିର ହେବେ। ଏପରିକି ଭଗବାନ ଶିବ ଅନୁସୂଚିତ ଜାତିର ହୋଇଥିବା ବେଳେ ଜଗନ୍ନାଥ ହେଉଛନ୍ତି ଆଦିବାସୀ। ଯଦି ଭଗବାନ ଉଚ୍ଚ ଜାତିର ନୁହନ୍ତି, ତେବେ ଜାତି ଭେଦଭାବକୁ ନେଇ କାହିଁକି ଆମେ  ସବୁବେଳେ ପରସ୍ପରକୁ ଆକ୍ଷେପ କରୁଛୁ, ସଂଘର୍ଷ କରୁଛୁ।’  ଏପରି ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଜବାହରଲାଲ […]

jnu

jnu

Niharika Rout
  • Published: Tuesday, 23 August 2022
  • Updated: 23 August 2022, 10:58 AM IST

ନୂଆଦିଲ୍ଲୀ: ‘ହିନ୍ଦୁ କେବଳ ଧର୍ମ ନୁହେଁ, ଏହା ଜୀବନ ବଞ୍ଚିବାର ପଦ୍ଧତି । କୌଣସି ବି ହିନ୍ଦୁ ଦେବାଦେବୀ ଉଚ୍ଚ ଜାତିର ନୁହନ୍ତି। ସର୍ବାଧିକ କ୍ଷତ୍ରୀୟ ଜାତିର ହେବେ। ଏପରିକି ଭଗବାନ ଶିବ ଅନୁସୂଚିତ ଜାତିର ହୋଇଥିବା ବେଳେ ଜଗନ୍ନାଥ ହେଉଛନ୍ତି ଆଦିବାସୀ। ଯଦି ଭଗବାନ ଉଚ୍ଚ ଜାତିର ନୁହନ୍ତି, ତେବେ ଜାତି ଭେଦଭାବକୁ ନେଇ କାହିଁକି ଆମେ  ସବୁବେଳେ ପରସ୍ପରକୁ ଆକ୍ଷେପ କରୁଛୁ, ସଂଘର୍ଷ କରୁଛୁ।’  ଏପରି ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କୁଳପତି ଶାନ୍ତିଶ୍ରୀ ଧୁଲିପୁଡି ପଣ୍ଡିତ । ତାଙ୍କ ବୟାନକୁ ନେଇ ଆରମ୍ଭ ହୋଇଗଲାଣି ହଙ୍ଗାମା।

ବାସ୍ତବରେ ଶାନ୍ତିଶ୍ରୀ ଧୁଲିପୁଡି 'ଡ ବିଆର  ଆମ୍ବେଦକରଙ୍କ ନିମନ୍ତେ ଆୟୋଜିତ ଏକ କର୍ମଶାଳାରେ ଯୋଗଦେଇ ଏପରି ବକ୍ତବ୍ୟ ଦେଇଛନ୍ତି।   ଏହି ସମୟରେ ସେ ଏହା ମଧ୍ୟ କହିଛନ୍ତି ଯେ, ମାନବ-ବିଜ୍ଞାନ  ଅନୁଯାୟୀ ଦେବତାମାନେ ଉଚ୍ଚ ଜାତିର ନୁହଁନ୍ତି । ଏପରିକି ଭଗବାନ ଶିବ ମଧ୍ୟ ଅନୁସୂଚିତ ଜାତି କିମ୍ବା ଜନଜାତିର ହୋଇପାରନ୍ତି ବୋଲି ସେ କହିଛନ୍ତି।

ଶାନ୍ତିଶ୍ରୀ କହିଛନ୍ତି ଯେ ଆମର ଦେବତାମାନଙ୍କର ଉତ୍ପତ୍ତି ମାନବ ବିଜ୍ଞାନ ଦୃଷ୍ଟିକୋଣରୁ ଜାଣିବା ଉଚିତ । କୌଣସି ଦେବତା ବ୍ରାହ୍ମଣ ନୁହନ୍ତି  ସର୍ବୋପରି ସେମାନେ ହେଉଛନ୍ତି କ୍ଷତ୍ରିୟ | ଭଗବାନ ଶିବ ମଧ୍ୟ ଏକ ଅନୁସୂଚିତ ଜାତି କିମ୍ବା ଅନୁସୂଚିତ ଜନଜାତିର ।   କାରଣ ସେ ଶ୍ମଶାନରେ ବସିଥାନ୍ତି ଏବଂ ଅଳ୍ପ ପୋଷାକ ଥାଏ । ଏହା ବ୍ୟତୀତ ସେ ସାପ ମଧ୍ୟ ରଖନ୍ତି । ମୁଁ ଭାବୁଛି ବ୍ରାହ୍ମଣମାନେ ଶ୍ମଶାନରେ ବସିପାରିବେ ନାହିଁ, ତେଣୁ ଶିବ କେଉଁ ଜାତିର ତାହା ଏଠାରେ ସ୍ପଷ୍ଟ ହୋଇଯାଉଛି। ଏହା ବ୍ୟତୀତ ପ୍ରଭୁ ଜଗନ୍ନାଥଙ୍କ ମୂଳ ଆଦିବାସୀ ବୋଲି କହିଛନ୍ତି ପ୍ରଫେସର ଶାନ୍ତିଶ୍ରୀ ।

ଏଥିସହ ସେ କହିଛନ୍ତି, କୌଣସି ବି ମହିଳା ଉଚ୍ଚ ଜାତିର ନୁହନ୍ତି। ସବୁ ମହିଳା ଶୁଦ୍ର । ସେ କହିଛନ୍ତି, ମନୁସ୍ମୃତିରେ  ମହିଳାମାନଙ୍କୁ ଶୁଦ୍ର ମାନ୍ୟତା ଦିଆଯାଇଥିଲା।   ତେଣୁ ନିଜକୁ ବ୍ରାହ୍ମଣ କିମ୍ବା ଅନ୍ୟ କୌଣସି ଦଳର ବୋଲି କୌଣସି ମହିଳା ଦାବି କରିପାରିବେ ନାହିଁ।   ମହିଳା କେବଳ ପିତାଙ୍କଠାରୁ କିମ୍ବା ସ୍ୱାମୀଙ୍କ ସହିତ ବିବାହ ମାଧ୍ୟମରେ ଜାତି ପାଆନ୍ତି ।

ସେ କହିଛନ୍ତି ଯେ ଜାତିକୁ ନେଇ ଭେଦଭାବ କରୁଛୁ, ଯାହା ଅତ୍ୟନ୍ତ ଅମାନବୀୟ। ହିନ୍ଦୁ ଧର୍ମ ଏକ ଧର୍ମ ନୁହେଁ ବରଂ ଜୀବନ ବଞ୍ଚିବାର ଏକ ପଦ୍ଧତି । ତେଣୁ ସମାଲୋଚନାକୁ ଭୟ କାହିଁକି କରିବି।   ସେ ଏହା ମଧ୍ୟ କହିଛନ୍ତି ଯେ ଭେଦଭାବ ପ୍ରସଙ୍ଗରେ ଆମକୁ ଜାଗ୍ରତ କରିଥିବା   ପ୍ରଥମ ଲୋକମାନଙ୍କ ମଧ୍ୟରୁ ଗୌତମ ବୁଦ୍ଧ ଜଣେ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story