ନଦୀକୁ ଡେଇଁ ମହିଳାଙ୍କ ଜୀବନ ବଞ୍ଚାଇଲେ ଯବାନ, ଦେଖନ୍ତୁ ଭିଡିଓ

ଶ୍ରୀନଗର: ଯେଉଁ ଜମ୍ମୁ-କଶ୍ମୀରରେ ସାଧାରଣ ଲୋକେ ସେନା ଯବାନଙ୍କୁ ସେମାନଙ୍କ ଶତ୍ରୁ ବୋଲି ଭାବନ୍ତି, ଆଜି ସେଠାରେ ଜଣେ ମହିଳାଙ୍କ ଜୀବନ ରକ୍ଷା କରିବାକୁ ସିଆରପିଏଫ୍‌ ଯବାନମାନେ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି। ଜମ୍ମୁ-କଶ୍ମୀରର ବାରମୁଲ୍ଲା ଜିଲ୍ଲା ଅନ୍ତର୍ଗତ ଟଙ୍ଗମାର୍ଗରେ ଆଜି ସିଆରପିଏଫ୍‌ ଯବାନମାନେ ପ୍ୟାଟ୍ରୋଲିଂ କରୁଥିଲେ। ଏହି ସମୟରେ ସେଠାରେ ପ୍ରବାହିତ ଏକ ନଦୀରେ ଜଣେ ମହିଳା ବୁଡ଼ି ଯାଉଥିବା ଦେଖିବାକୁ ପାଇଥିଲେ। ୫ ଜଣ ଯବାନ ଏହା ଦେଖି ପଥୁରିଆ ରାସ୍ତା ଦେଇ […]

f

Hemant Lenka
  • Published: Monday, 15 July 2019
  • , Updated: 15 July 2019, 05:35 PM IST

ଶ୍ରୀନଗର: ଯେଉଁ ଜମ୍ମୁ-କଶ୍ମୀରରେ ସାଧାରଣ ଲୋକେ ସେନା ଯବାନଙ୍କୁ ସେମାନଙ୍କ ଶତ୍ରୁ ବୋଲି ଭାବନ୍ତି, ଆଜି ସେଠାରେ ଜଣେ ମହିଳାଙ୍କ ଜୀବନ ରକ୍ଷା କରିବାକୁ ସିଆରପିଏଫ୍‌ ଯବାନମାନେ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି। ଜମ୍ମୁ-କଶ୍ମୀରର ବାରମୁଲ୍ଲା ଜିଲ୍ଲା ଅନ୍ତର୍ଗତ ଟଙ୍ଗମାର୍ଗରେ ଆଜି ସିଆରପିଏଫ୍‌ ଯବାନମାନେ ପ୍ୟାଟ୍ରୋଲିଂ କରୁଥିଲେ।
ଏହି ସମୟରେ ସେଠାରେ ପ୍ରବାହିତ ଏକ ନଦୀରେ ଜଣେ ମହିଳା ବୁଡ଼ି ଯାଉଥିବା ଦେଖିବାକୁ ପାଇଥିଲେ। ୫ ଜଣ ଯବାନ ଏହା ଦେଖି ପଥୁରିଆ ରାସ୍ତା ଦେଇ ନଦୀ କୂଳରେ ପହଞ୍ଚି ତୁରନ୍ତ ନଦୀକୁ ଲମ୍ଫ ମାରିଥିଲେ। ପ୍ରଥମେ ଦୁଇ ଜଣ ଯବାନ ପାଣିକୁ ଡେଇଁ ପଡ଼ିଥିଲେ।

ଏହାପରେ ଅନ୍ୟ ଯବାନମାନେ ମଧ୍ୟ ପାଣିକୁ ଡେଇଁ ଏକ ମାନବଶୃଙ୍ଖଳ କରି ମହିଳାଙ୍କ ପାଣିରୁ ଉଦ୍ଧାର କରିଥିଲେ। ସମସ୍ତ ଯବାନ ୧୭୬ ବାଟାଲିୟନର ବୋଲି ଜଣାପଡ଼ିଛି।

ଦେଖନ୍ତୁ ଭିଡିଓ

https://twitter.com/i/status/1150701011138424832

Related story