ଜୟଲଳିତା ପୁଣି ଗୁରୁତର

ଚେନ୍ନାଇ: ପୁଣି ବିଗିଡ଼ିଲା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସ୍ୱାସ୍ଥ୍ୟାବସ୍ଥା। ଗତକାଲି ସନ୍ଧ୍ୟାରେ ସେ ହୃଦକ୍ରିୟା ଜନିତ ସମସ୍ୟାର ଶିକାର ହୋଇଥିବା ଜଣାପଡ଼ିଛି। ତାଙ୍କ ହାର୍ଟ ଓ ଫୁସ୍‌ଫୁସ୍‌ରେ ସପୋର୍ଟ ସିଷ୍ଟମ୍ ଲାଗିଥିବା ସୂଚନା ମିଳିଛି। ବିଶେଷଜ୍ଞମାନଙ୍କର ଏକ ଟିମ୍ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି। ଜୟଲଳିତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିବା ପରେ ଚେନ୍ନାଇ ସ୍ଥିତ ଆପୋଲୋ ହସ୍‌ପିଟାଲ୍ ବାହାରେ ତାଙ୍କ ସମର୍ଥକ ଓ ଦଳୀୟ କର୍ମୀ ଭିଡ଼ ଜମାଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ହସ୍ପିଟାଲ୍ ବାହାରେ […]

jayalalitha

jayalalitha

Rakesh Mallick
  • Published: Monday, 05 December 2016
  • Updated: 05 December 2016, 10:17 AM IST

Sports

Latest News

ଚେନ୍ନାଇ: ପୁଣି ବିଗିଡ଼ିଲା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସ୍ୱାସ୍ଥ୍ୟାବସ୍ଥା। ଗତକାଲି ସନ୍ଧ୍ୟାରେ ସେ ହୃଦକ୍ରିୟା ଜନିତ ସମସ୍ୟାର ଶିକାର ହୋଇଥିବା ଜଣାପଡ଼ିଛି। ତାଙ୍କ ହାର୍ଟ ଓ ଫୁସ୍‌ଫୁସ୍‌ରେ ସପୋର୍ଟ ସିଷ୍ଟମ୍ ଲାଗିଥିବା ସୂଚନା ମିଳିଛି। ବିଶେଷଜ୍ଞମାନଙ୍କର ଏକ ଟିମ୍ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି।

ଜୟଲଳିତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିବା ପରେ ଚେନ୍ନାଇ ସ୍ଥିତ ଆପୋଲୋ ହସ୍‌ପିଟାଲ୍ ବାହାରେ ତାଙ୍କ ସମର୍ଥକ ଓ ଦଳୀୟ କର୍ମୀ ଭିଡ଼ ଜମାଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ହସ୍ପିଟାଲ୍ ବାହାରେ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ସେହିପରି ଅର୍ଦ୍ଧସାମରିକ ବାହିନୀକୁ ମଧ୍ୟ ସଜାଗ ରହିବାକୁ କୁହାଯାଇଛି।

ଜୟଲଳିତା ଗୁରୁତର ହେବା ପରେ ଆପୋଲୋ ହସ୍ପିଟାଲ୍‌ ପରିସରରେ ରାଜ୍ୟ କ୍ୟାବିନେଟ୍‌ର ଏକ ବୈଠକ ବସିଥିଲା। ଏଥିରେ ପରିସ୍ଥିତିର ସମୀକ୍ଷା କରାଯାଇଥିଲା। ଦିଲ୍ଲୀରେ ଥିବା ଏଆଇଡିଏମ୍‌କେ ସାଂସଦମାନଙ୍କୁ ଚେନ୍ନାଇ ଆସିବାକୁ କୁହାଯାଇଛି।

ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଜୟାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା କହିଛନ୍ତି,“ଦିଲ୍ଲୀ ଏମ୍ସର ଚାରି ଜଣିଆ ଡାକ୍ତରୀ ଟିମ୍‌କୁ ଚେନ୍ନାଇ ଆପୋଲୋକୁ ପଠାଯାଇଛି। ଆପୋଲୋ କର୍ତ୍ତୃପକ୍ଷଙ୍କ ସହ ନିୟମିତ ଯୋଗାଯୋଗ ରଖାଯାଇଛି।”

ଶ୍ୱାସନଳୀ ସଂକ୍ରମଣ କାରଣରୁ ଜୟା ଗୁରୁତର ଅସୁସ୍ଥ ହୋଇ ସେପ୍ଟେମ୍ବର ୨୨ ତାରିଖରୁ ଚେନ୍ନାଇ ସ୍ଥିତ ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ଗତ ନଭେମ୍ବର ୧୯ ତାରିଖରେ ତାଙ୍କୁ ଆଇସିୟୁରୁ ବାହାର କରାଯାଇ ସ୍ୱତନ୍ତ୍ର ପ୍ରକୋଷ୍ଠରେ ରଖାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story