ଅଭିନେତ୍ରୀ ପତ୍ନୀଙ୍କ ପାଇଁ ଚର୍ଚ୍ଚାରେ ଭାବି ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି କର୍ଣ୍ଣାଟକ ରାଜନୀତି। ବିଏସ୍‌ ୟେଦ୍ୟୁରପ୍ପା ଇସ୍ତଫା ଦେବା ପରେ ଚର୍ଚ୍ଚାରେ ରହିଛନ୍ତି କୁମାରସ୍ୱାମୀ। ଆଗକୁ ସେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ହେଲେ ଭାବି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଅଭିନେତ୍ରୀ ପତ୍ନୀଙ୍କ ସହ ଗୁପ୍ତ ବିବାହ ସମ୍ପର୍କିତ ପେଡି ଖୋଲୁଛି। ଭାରତୀୟ ଗଣମାଧ୍ୟମଗୁଡିକ କୁମାରସ୍ୱାମୀଙ୍କ ବ୍ୟକ୍ତିଗତ ଜୀବନର ଏହି ଚର୍ଚ୍ଚିତ ପ୍ରସଙ୍ଗକୁ ଜନତାଙ୍କ ସମ୍ମୁଖରେ ରଖିବାରେ ଲାଗିଛନ୍ତି। ଭାଇରାଲ ହେଉଛି ଫଟୋ। କନ୍ନଡ ଚଳଚ୍ଚିତ୍ରର ଚର୍ଚ୍ଚିତ ନାୟିକା […]

kuamar

Rakesh Mallick
  • Published: Sunday, 20 May 2018
  • , Updated: 20 May 2018, 12:59 PM IST

ନୂଆଦିଲ୍ଲୀ: ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି କର୍ଣ୍ଣାଟକ ରାଜନୀତି। ବିଏସ୍‌ ୟେଦ୍ୟୁରପ୍ପା ଇସ୍ତଫା ଦେବା ପରେ ଚର୍ଚ୍ଚାରେ ରହିଛନ୍ତି କୁମାରସ୍ୱାମୀ। ଆଗକୁ ସେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ହେଲେ ଭାବି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଅଭିନେତ୍ରୀ ପତ୍ନୀଙ୍କ ସହ ଗୁପ୍ତ ବିବାହ ସମ୍ପର୍କିତ ପେଡି ଖୋଲୁଛି। ଭାରତୀୟ ଗଣମାଧ୍ୟମଗୁଡିକ କୁମାରସ୍ୱାମୀଙ୍କ ବ୍ୟକ୍ତିଗତ ଜୀବନର ଏହି ଚର୍ଚ୍ଚିତ ପ୍ରସଙ୍ଗକୁ ଜନତାଙ୍କ ସମ୍ମୁଖରେ ରଖିବାରେ ଲାଗିଛନ୍ତି। ଭାଇରାଲ ହେଉଛି ଫଟୋ।

କନ୍ନଡ ଚଳଚ୍ଚିତ୍ରର ଚର୍ଚ୍ଚିତ ନାୟିକା ରାଧିକା ହେଉଛନ୍ତି ଏଚ୍‌.ଡି. କୁମାରସ୍ୱାମୀଙ୍କ ଦ୍ୱିତୀୟ ପତ୍ନୀ। ଅନ୍ୟପକ୍ଷରେ ରାଧିକାଙ୍କର ମଧ୍ୟ ସେ ହେଉଛନ୍ତି ଦ୍ୱିତୀୟ ପତି। କୁମାରସ୍ୱାମୀ ପ୍ରଥମେ ୧୯୮୬ ମସିହାରେ ଅନୀତା ନାମ୍ନୀ ଜଣେ ମହିଳାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଗୋଟେ ପୁଅ ଅଛି। ଯାହାଙ୍କ ନାଁ ନିଖିଲ୍‌ ଗୌଡ଼ା। ସେହିପରି ରାଧିକା ମଧ୍ୟ ପୂର୍ବରୁ ବିବାହ କରିଥିଲେ । ତାଙ୍କ ପ୍ରଥମ ପତି ହେଉଛନ୍ତି ରତନ କୁମାର। ୨୦୦୨ରେ ସେ ବିବାହ କରିଥିଲେ ମଧ୍ୟ ତାଙ୍କ ବିବାହ ମାତ୍ର ୨ ବର୍ଷ ତିଷ୍ଟି ଥିଲା ଓ ପରବର୍ତ୍ତି ସମୟରେ ସେ କୁମାରସ୍ୱାମୀଙ୍କ ସଂସ୍ପର୍ଶରେ ଆସିଥିଲେ।

୨୦୦୬ରେ ଲୁଚାଛପାରେ ରାଧିକାଙ୍କ ସହ ବିବାହ କରିଥିଲେ କୁମାରସ୍ୱାମୀ। ଯାହାର ଖୁଲାସା କରିଥିଲେ ଅଭିନେତ୍ରୀ ତଥା କଂଗ୍ରେସ ନେତା ରାମ୍ୟାକ୍ରିଷ୍ଣନ୍‌। ୨୦୧୬ରେ ସ୍ଥାନୀୟ ନିର୍ବାଚନ ପାଇଁ କୁମାରସ୍ୱାମୀ ପ୍ରଚାର କରୁଥିଲେ। ଏହି ସମୟରେ ସେ ରାମ୍ୟାଙ୍କ ଉପରେ ଲଣ୍ଡନରେ ଗୁପ୍ତ ବିବାହ କରିବାର ଅଭିଯୋଗ ଆଣିଥିଲେ। ଯାହାର ଜବାବରେ  ରାମ୍ୟା କହିଥିଲେ ଯେ, କୁମାରସ୍ୱାମୀ ହିଁ ଗୁପ୍ତ ବିବାହ କରିଛନ୍ତି। ଆଉ ସେହି ମହିଳା ଜଣକ ହେଉଛନ୍ତି ତାଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ରାଧିକା। ଏପରିକି ଦୁହିଁଙ୍କର ଏକ ଝିଅ ଅଛି ବୋଲି ମଧ୍ୟ ସେ ଖୁଲାସା କରିଥିଲେ। ପ୍ରଥମେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଆସିବା ପରେ ରାତାରାତି ଖବରର ଶିରୋନାମା ପାଲଟିଥିଲେ ରାଧିକା।

କୁମାରସ୍ୱମାଙ୍କ ବିବାହକୁ ନେଇ ଗୌଡା ପରିବାର କେବେ ବି କୌଣସି ତଥ୍ୟ ରଖିନାହିଁ। ଏଣୁ ଉଭୟଙ୍କ ବିବାହକୁ ଗୁପ୍ତ ବିବାହ ହିଁ କୁହାଯାଇପାରିବ ବୋଲି ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ନିଜ ଖବରରେ ପ୍ରକାଶ କରିଥିଲା। ୨୦୧୩ରେ କୁମାରସ୍ୱାମୀଙ୍କ ସହ ରାଧିକା ଓ ତାଙ୍କ ଝିଅର ଗୋଟିଏ ଫଟୋ ଭାଇରାଲ ହେବାପରେ ଘଟଣାଟି ଯେ ସତ ସେ କଥା ଜଣା ପଡିଥିଲା ବୋଲି ମଧ୍ୟ ଏଥିରେ ଉଲ୍ଲେଖ ରହିଛି।

Related story