ଚାପ ଦୂର କରିବାକୁ ହୋଟେଲରେ ବିଧାୟକଙ୍କ ଯୋଗାଭ୍ୟାସ

ବେଙ୍ଗାଲୁରୁ: କର୍ଣ୍ଣାଟକାରେ କ୍ଷମତା ଯୁଦ୍ଧ ଯୋଗୁ ସ୍ଥିତି ବେଶ ରୋଚକ ହେବାରେ ଲାଗିଛି। ଏହି କ୍ଷମତା ଯୁଦ୍ଧକୁ ନେଇ ବିଧାୟକମାନେ ଚାପଗ୍ରସ୍ତ ହେବା ମଧ୍ୟ ସ୍ୱାଭାବିକ। ବିଶେଷ କରି ଜେଡିଏସ୍‌ ବିଧାୟକମାନେ ଅତ୍ୟଧିକ ଚାପରେ ଥିବା ଜଣାପଡ଼ିଛି। କାଳେ ଜେଡିଏସ୍‌ର କୌଣସି ବିଧାୟକଙ୍କୁ ବିଜେପି ପ୍ରଲୋଭିତ କରିବ, ସେଥିପାଇଁ ଦଳ ପକ୍ଷରୁ ସମସ୍ତଙ୍କୁ ବେଙ୍ଗାଲୁରୁ ସ୍ଥିତ ହୋଟେଲରେ ରଖାଯାଇଛି। ଏବେ ସେମାନେ ହୋଟେଲ ମଧ୍ୟରେ ରହି ଅତ୍ୟଧିକ ଚାପଗ୍ରସ୍ତ ହେବାରେ ଲାଗିଛନ୍ତି। କିନ୍ତୁ ଏହି ଚାପକୁ ଦୂର […]

ery

Hemant Lenka
  • Published: Wednesday, 10 July 2019
  • , Updated: 10 July 2019, 05:00 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକାରେ କ୍ଷମତା ଯୁଦ୍ଧ ଯୋଗୁ ସ୍ଥିତି ବେଶ ରୋଚକ ହେବାରେ ଲାଗିଛି। ଏହି କ୍ଷମତା ଯୁଦ୍ଧକୁ ନେଇ ବିଧାୟକମାନେ ଚାପଗ୍ରସ୍ତ ହେବା ମଧ୍ୟ ସ୍ୱାଭାବିକ। ବିଶେଷ କରି ଜେଡିଏସ୍‌ ବିଧାୟକମାନେ ଅତ୍ୟଧିକ ଚାପରେ ଥିବା ଜଣାପଡ଼ିଛି।

କାଳେ ଜେଡିଏସ୍‌ର କୌଣସି ବିଧାୟକଙ୍କୁ ବିଜେପି ପ୍ରଲୋଭିତ କରିବ, ସେଥିପାଇଁ ଦଳ ପକ୍ଷରୁ ସମସ୍ତଙ୍କୁ ବେଙ୍ଗାଲୁରୁ ସ୍ଥିତ ହୋଟେଲରେ ରଖାଯାଇଛି। ଏବେ ସେମାନେ ହୋଟେଲ ମଧ୍ୟରେ ରହି ଅତ୍ୟଧିକ ଚାପଗ୍ରସ୍ତ ହେବାରେ ଲାଗିଛନ୍ତି। କିନ୍ତୁ ଏହି ଚାପକୁ ଦୂର କରିବା ପାଇଁ ବିଧାୟକମାନେ ଯୋଗାଭ୍ୟାସ କରୁଥିବା ଫଟୋ ଏବେ ସାମ୍ନାକୁ ଆସିଛି।

କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ଯୋଜନା ଅନୁଯାୟୀ, ମେଣ୍ଟ ସରକାରକୁ ସମର୍ଥନ କରୁଥିବା ବିଧାୟକମାନଙ୍କୁ ଏକାଠି ରଖାଯିବା ଉଚିତ। ଏହାକୁ ସଫଳ କରିବା ପାଇଁ ଜେଡିଏସ୍‌ର ସମସ୍ତ ବିଧାୟକଙ୍କୁ ଗଲ୍ଫଶିୟେର ହୋଟେଲ୍‌ରେ ରଖାଯାଇଛି। ଏବେ ସେମାନେ ଭାଗଭାଗ ହୋଇ ବିଭିନ୍ନ ଯୋଗାସନ କରୁଥିବା ଜଣାପଡ଼ିଛି।

Related story