ରାଜ୍ୟସଭାରେ ବିଜେପିକୁ ମୁହଁ ମୋଡ଼ି ପାରେ ଜେଡିୟୁ

ନୂଆଦିଲ୍ଲୀ: ଶିବସେନା ପରି ଜେଡିୟୁ ବି ରାଜ୍ୟସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଆଣିବାକୁ ଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲକୁ ବିରୋଧ କରିପାରେ। ଗତକାଲି ଉଭୟ ଶିବସେନା ଓ ଜେଡିୟୁ ଲୋକସଭାରେ ଏହି ବିଲକୁ ସମର୍ଥନ କରିଥିଲେ। ଲୋକସଭାରେ ବିଜେପିର ଏକକ ସଂଖ୍ୟା ଗରିଷ୍ଠତା ଥିଲେ ହେଁ ଅନ୍ୟମାନେ ବି ସମର୍ଥନ କରିଥିଲେ। ହେଲେ ରାଜ୍ୟସଭାରେ ବିଜେପି ଏହି ବିଲକୁ ପାସ କରାଇବା ପାଇଁ ସହଯୋଗୀ ଦଳଙ୍କ ସହଯୋଗ ଲୋଡ଼ିବ। ତେବେ ଏହାପୂର୍ବରୁ ଜଣଙ୍କ ପରେ […]

cd

Hemant Lenka
  • Published: Tuesday, 10 December 2019
  • , Updated: 10 December 2019, 05:04 PM IST

ନୂଆଦିଲ୍ଲୀ: ଶିବସେନା ପରି ଜେଡିୟୁ ବି ରାଜ୍ୟସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଆଣିବାକୁ ଥିବା ବିବାଦୀୟ ନାଗରିକତା ସଂଶୋଧନ ବିଲକୁ ବିରୋଧ କରିପାରେ। ଗତକାଲି ଉଭୟ ଶିବସେନା ଓ ଜେଡିୟୁ ଲୋକସଭାରେ ଏହି ବିଲକୁ ସମର୍ଥନ କରିଥିଲେ। ଲୋକସଭାରେ ବିଜେପିର ଏକକ ସଂଖ୍ୟା ଗରିଷ୍ଠତା ଥିଲେ ହେଁ ଅନ୍ୟମାନେ ବି ସମର୍ଥନ କରିଥିଲେ।

ହେଲେ ରାଜ୍ୟସଭାରେ ବିଜେପି ଏହି ବିଲକୁ ପାସ କରାଇବା ପାଇଁ ସହଯୋଗୀ ଦଳଙ୍କ ସହଯୋଗ ଲୋଡ଼ିବ। ତେବେ ଏହାପୂର୍ବରୁ ଜଣଙ୍କ ପରେ ଜଣେ ସହଯୋଗୀ ବିଲ ବିରୋଧରେ ମତଦେବା ଆରମ୍ଭ କରିଛନ୍ତି। ଗତକାଲି ଜେଡିୟୁର ଲୋକସଭାରେ ଥିବା ସାଂସଦମାନେ ଏହାକୁ ସମର୍ଥନ କରିଥିବାରୁ ଆଜି ଦଳ ଭିତରୁ ଏହାକୁ ବିରୋଧ କରାଯାଇଛି।

ଜେଡିୟୁର ବରିଷ୍ଠ ନେତା ପ୍ରଶାନ୍ତ କିଶୋର ଓ ପବନ ବର୍ମା ଖୋଲାଖୋଲି ଭାବେ ସିଏବିକୁ ବିରୋଧ କରିଛନ୍ତି। ଏଥିସହ ଜେଡିୟୁ ଏହାକୁ ସମର୍ଥନ କରିଥିବାରୁ ଏହି ଦୁଇ ନେତା ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ପ୍ରଶାନ୍ତ କିଶୋର ଟ୍ୱିଟ କରି କହିଛନ୍ତି, “ସିଏବିରେ ଧର୍ମ ଅନୁସାରେ ଲୋକଙ୍କ ନାଗରିକତା ଦିଆଯିବାର ବ୍ୟବସ୍ଥା ରହିଛି। ତଥାପି ଏଭଳି ଏକ ବିଲକୁ ଜେଡିୟୁ ସମର୍ଥନ କରିବା ଆଦୌ ଗ୍ରହଣୀୟ ନୁହେଁ। ଯେଉଁ ଦଳର ସମ୍ବିଧାନର ପ୍ରତିଟି ପୃଷ୍ଠାରେ ୩ଥର ଧର୍ମ ନିରପେକ୍ଷ ଶବ୍ଦ ଲେଖାଯାଇଛି ଏବଂ ଗାନ୍ଧିଙ୍କ ଆଦର୍ଶରେ ଯେଉଁ ଦଳ ପରିଚାଳିତ ହେଉଛି, ସେହି ଦଳ ଏଭଳି ଏକ ବିଲକୁ କେମିତି ସମର୍ଥନ କରୁଛି?”

ଅନ୍ୟତମ ଜେଡିୟୁ ନେତା ପବନ ବର୍ମା କହିଛନ୍ତି, “ମୁଁ ନୀତୀଶ କୁମାରଙ୍କୁ ପୁଣିଥରେ ସିଏବିକୁ ସମର୍ଥନ ଦେବା ପୂର୍ବରୁ ଭଲ ଭାବେ ଚିନ୍ତା କରିବାକୁ ଅନୁରୋଧ କରୁଛି। ଏହି ବିଲ ଅସାମ୍ବିଧାନିକ, ବିଭେଦତା ସୃଷ୍ଟିକାରୀ ଓ ଦେଶର ଏକତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିଛି। ଏହାବାଦ ଜେଡିୟୁର ଧର୍ମ ନିରପେକ୍ଷତା ବିରୋଧରେ ଏହି ବିଲ ତିଆରି ହୋଇଛି। ଗାନ୍ଧିଜୀ ଥିଲେ ଏହାକୁ ଦୃଢ଼ତାର ସହ ବିରୋଧ କରିଥାଆନ୍ତେ।”

ରାଜ୍ୟସଭାରେ ଜେଡିୟୁର ୬ ଜଣ ସାଂସଦ ରହିଛନ୍ତି। ତେଣୁ ବିଜେପି ଏବେ ଦ୍ୱନ୍ଦ୍ୱରେ ପଡ଼ିଛି।

Related story