ନନ୍ ଜିଓକୁ କଲ୍ କରିବା ପାଇଁ ଜିଓର ନୂଆ ରିଚାର୍ଜ ପ୍ଲାନ୍

ନୂଆଦିଲ୍ଲୀ: ଇଣ୍ଟରକନେକସନ ୟୁଜେସ ଚାର୍ଜ (ଆଇୟୁସି) ଲଗାଇ ଗ୍ରାହକଙ୍କ ଅସନ୍ତୋଷର ଶିକାର ହୋଇଥିବା ଜିଓ ଏବେ ଗ୍ରାହକଙ୍କୁ ବାନ୍ଧି ରଖିବା ପାଇଁ ସମାଧାନର ସୂତ୍ର ବାହାର କରିଛି। ଅନ୍ୟ ନେଟଓ୍ୱର୍କକୁ କଲ୍ କରିବା ପାଇଁ ଆଇୟୁସି ଟପ୍ ଅପ୍ ବଦଳରେ ଜିଓ ତିନୋଟି ରିଚାର୍ଜ ପ୍ୟାକ୍ (୨୨୨, ୩୩୩ ଏବଂ ୪୪୪) ବଜାରକୁ ଛାଡ଼ିବ। ଏହି ତିନୋଟି ରିରାର୍ଜ ପ୍ୟାକ ଜରିଆରେ ଗ୍ରାହକ ନନ୍ ଜିଓକୁ ହଜାରେ ମିନିଟର କଲ୍ ସହିତ ପ୍ରତିଦିନ ଦୁଇ ଜିବିର ଇଣ୍ଟରନେଟ […]

jio

jio

Subhransu Sekhar
  • Published: Monday, 21 October 2019
  • Updated: 21 October 2019, 05:30 PM IST

Sports

Latest News

ନୂଆଦିଲ୍ଲୀ: ଇଣ୍ଟରକନେକସନ ୟୁଜେସ ଚାର୍ଜ (ଆଇୟୁସି) ଲଗାଇ ଗ୍ରାହକଙ୍କ ଅସନ୍ତୋଷର ଶିକାର ହୋଇଥିବା ଜିଓ ଏବେ ଗ୍ରାହକଙ୍କୁ ବାନ୍ଧି ରଖିବା ପାଇଁ ସମାଧାନର ସୂତ୍ର ବାହାର କରିଛି। ଅନ୍ୟ ନେଟଓ୍ୱର୍କକୁ କଲ୍ କରିବା ପାଇଁ ଆଇୟୁସି ଟପ୍ ଅପ୍ ବଦଳରେ ଜିଓ ତିନୋଟି ରିଚାର୍ଜ ପ୍ୟାକ୍ (୨୨୨, ୩୩୩ ଏବଂ ୪୪୪) ବଜାରକୁ ଛାଡ଼ିବ। ଏହି ତିନୋଟି ରିରାର୍ଜ ପ୍ୟାକ ଜରିଆରେ ଗ୍ରାହକ ନନ୍ ଜିଓକୁ ହଜାରେ ମିନିଟର କଲ୍ ସହିତ ପ୍ରତିଦିନ ଦୁଇ ଜିବିର ଇଣ୍ଟରନେଟ ଡାଟା ପାଇବେ। ତେବେ ପୂର୍ବ ରିଚାର୍ଜରେ ଜିଓରୁ ଅନ୍ୟ ନେଟଓ୍ୱର୍କକୁ କଲ୍ କରିବା ପାଇଁ ଯେଉଁଭଳି ଅସୀମିତ କଲ୍ ସୁବିଧା ଥିଲା ଏହି ତିନୋଟି ପ୍ଲାନରେ ସେଭଳି ସୁବିଧା ନାହିଁ ବୋଲି ଜିଓ ସ୍ପଷ୍ଟ କରିଛି।

୨୨୨ ରିଚାର୍ଜ ପ୍ଲାନର ଅବଧି ୨୮ ଦିନ ରହିବ। ଏହି ରିଚାର୍ଜ ପ୍ୟାକରେ ଜିଓକୁ ଜିଓ ଅସୀମିତ କଲ୍ ସୁବିଧା ରହିଥିବା ବେଳେ ନନ୍ ଜିଓକୁ ହଜାରେ ମିନିଟର କଲ୍ ସୁବିଧା ରହିଛି। ପ୍ରତିଦିନ ୨ ଜିବି ଇଣ୍ଟରନେଟ ଡାଟା ମିଳିବ।

୩୩୩ ରିଚାର୍ଜ ପ୍ଲାନର ଅବଧି ଦୁଇ ମାସ ରହିବ। ଏହି ରିଚାର୍ଜ ପ୍ୟାକରେ ଜିଓକୁ ଜିଓ ଅସୀମିତ କଲ୍ ସୁବିଧା ରହିଥିବା ବେଳେ ନନ୍ ଜିଓକୁ ହଜାରେ ମିନିଟର କଲ୍ ସୁବିଧା ରହିଛି। ପ୍ରତିଦିନ ୨ ଜିବି ଇଣ୍ଟରନେଟ ଡାଟା ମିଳିବ।

୪୪୪ ରିଚାର୍ଜ ପ୍ଲାନର ଅବଧି ତିନି ମାସ ରହିଛି। ଏହି ରିଚାର୍ଜ ପ୍ୟାକରେ ଜିଓକୁ ଜିଓ ଅସୀମିତ କଲ୍ ସୁବିଧା ରହିଥିବା ବେଳେ ନନ୍ ଜିଓକୁ ହଜାରେ ମିନିଟର କଲ୍ ସୁବିଧା ରହିଛି। ପ୍ରତିଦିନ ୨ ଜିବି ଇଣ୍ଟରନେଟ ଡାଟା ମିଳିବ।

ଜିଓର ଏବେ ଯେଉଁ ରିଚାର୍ଜ ପ୍ଲାନ ବଜାରରେ ରହିଛି ସେ ତୁଳନାରେ ଏହି ତିନି ନୂଆ ରିଚାର୍ଜ ପ୍ୟାକରେ ଡାଟା ଅଧିକ ରହିଛି। ଏହି ପ୍ଲାନ ଜରିଆରେ ଜଣେ ଗ୍ରାହକ ୮୦ ଟଙ୍କା ବଞ୍ଚାଇପାରିବେ। କାରଣ ଆୟୁସି ଚାର୍ଜ ଲାଗୁ ହେବା ପରେ କମ୍ପାନୀ ନନ ଜିଓକୁ କଲ କରିବା ପାଇଁ ଯେଉଁ ରିଚାର୍ଜ ପ୍ୟାକ ବଜାରକୁ ଛାଡ଼ିଥିଲା ସେଥିରେ ୮୦ଟଙ୍କାର ଟପ୍ ଅପ ରିଚାର୍ଜ କଲେ ହଜାରେ ମିନିଟର କଲିଂ ସୁବିଧା ମିଳୁଥିଲା।

ସୂଚନାଯୋଗ୍ୟ, ଅକ୍ଟୋବର ୯ରୁ ଜିଓ ଅନ୍ୟ ନେଟଓ୍ୱର୍କକୁ କଲ୍ କଲେ ମିନିଟ୍ ପିଛା ୬ ପଇସା ଗ୍ରାହକଙ୍କୁ ଦେବାକୁ ପଡ଼ିବ ବୋଲି ଘୋଷଣା କରିଛି। ଅନ୍ୟ କମ୍ପାନୀମାନେ ଗ୍ରାହକଙ୍କ ପାଖରୁ ଆଇୟୁସି ଚାର୍ଜ ନେବେ ନାହିଁ ବୋଲି ଘୋଷଣା କରିବା ପରେ ଜିଓ ପ୍ରତି ଲୋକଙ୍କ ଅସନ୍ତୋଷ ବଢ଼ିଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos