ଗିରଫ ଡିଏସପିଙ୍କୁ ଆତଙ୍କବାଦୀ ଭଳି ବ୍ୟବହାର କରାଯିବ: ପୁଲିସ୍

କଶ୍ମୀର: ଶନିବାର ଜମ୍ମୁ କଶ୍ମୀରରୁ ହିଜ୍‌ବୁଲ୍ ମୁଜାହିଦ୍ଦୀନର ଦୁଇ ଆତଙ୍କବାଦୀଙ୍କ ସହିତ ଗିରଫ ଡିଏସ୍‌ପିଙ୍କୁ ଆତଙ୍କବାଦୀ ଭଳି ବ୍ୟବହାର କରାଯିବ। ଏ ନେଇ ଜମ୍ମୁ କଶ୍ମୀର ପ୍ରଶାସନ କହିଛି। ଶନିବାର ଅପରାହ୍ନରେ କୁଲଗାମ୍ ଜିଲ୍ଲାରେ ଏମାନଙ୍କୁ ଗିରଫ କରାଯାଇଥିଲା। ଗିରଫ ଡିଏସ୍‌ପିଙ୍କ ନାଁ ଦବିନ୍ଦର ସିଂହ। ସେହିପରି ଗିରଫ ଦୁଇ ଆତଙ୍କବାଦୀ ହେଉଛନ୍ତି ନବୀଦ୍ ବାବୁ ଓ ଅସିଫ୍ ରାଥର। ଡିଏସ୍‌ପି ଦବିନ୍ଦର ସିଂହ ଏହି ଦୁଇ ଜଣ ଆତଙ୍କବାଦୀଙ୍କ ସହିତ ଏକ କାର୍‌ରେ ଶ୍ରୀନଗର-ଜମ୍ମୁ ରାଜପଥରେ […]

terrorists-encounter

Subhransu Sekhar
  • Published: Sunday, 12 January 2020
  • , Updated: 12 January 2020, 06:45 PM IST

କଶ୍ମୀର: ଶନିବାର ଜମ୍ମୁ କଶ୍ମୀରରୁ ହିଜ୍‌ବୁଲ୍ ମୁଜାହିଦ୍ଦୀନର ଦୁଇ ଆତଙ୍କବାଦୀଙ୍କ ସହିତ ଗିରଫ ଡିଏସ୍‌ପିଙ୍କୁ ଆତଙ୍କବାଦୀ ଭଳି ବ୍ୟବହାର କରାଯିବ। ଏ ନେଇ ଜମ୍ମୁ କଶ୍ମୀର ପ୍ରଶାସନ କହିଛି। ଶନିବାର ଅପରାହ୍ନରେ କୁଲଗାମ୍ ଜିଲ୍ଲାରେ ଏମାନଙ୍କୁ ଗିରଫ କରାଯାଇଥିଲା। ଗିରଫ ଡିଏସ୍‌ପିଙ୍କ ନାଁ ଦବିନ୍ଦର ସିଂହ। ସେହିପରି ଗିରଫ ଦୁଇ ଆତଙ୍କବାଦୀ ହେଉଛନ୍ତି ନବୀଦ୍ ବାବୁ ଓ ଅସିଫ୍ ରାଥର।

ଡିଏସ୍‌ପି ଦବିନ୍ଦର ସିଂହ ଏହି ଦୁଇ ଜଣ ଆତଙ୍କବାଦୀଙ୍କ ସହିତ ଏକ କାର୍‌ରେ ଶ୍ରୀନଗର-ଜମ୍ମୁ ରାଜପଥରେ ଯାତ୍ରା କରୁଥିବା ବେଳେ ଦକ୍ଷିଣ କଶ୍ମୀର ଡିଆଇଜି ଅତୁଲ ଗୋଏଲ୍‌ଙ୍କ ନେତୃତ୍ୱରେ ପୁଲିସ୍‌ର ଏକ ଟିମ୍ ସେମାନଙ୍କୁ ଗିରଫ କରିଥିଲା। ସେମାନେ ଦିଲ୍ଲୀ ଅଭିମୁଖେ ଯାଉଥିଲେ ବୋଲି କୁହାଯାଉଥିବା ବେଳେ କାର୍ ଭିତରୁ ଦୁଇଟି ଏକେ-୪୭ ରାଇଫଲ୍ ସହିତ କିଛି ଗ୍ରେନେଡ୍ ମଧ୍ୟ ଜବତ କରାଯାଇଥିବା ପୁଲିସ୍ ସୂତ୍ରରୁ ଜଣାପଡ଼ିଛି। ଗିରଫ ଦୁଇ ଆତଙ୍କବାଦୀ ଜମ୍ମୁ ଓ କଶ୍ମୀରର ଶୋପିଆନ୍‌ର ବୋଲି ଜଣାପଡ଼ିଛି। ଅସିଫ୍ ତିନି ବର୍ଷ ତଳେ ହିଜ୍‌ବୁଲ୍ ମୁଜାହିଦ୍ଦୀନରେ ସାମିଲ ହୋଇଥିବା ବେଳେ ନବୀଦ ଏହାର ଜଣେ ଟପ୍ କମାଣ୍ଡର ଥିଲା ବୋଲି ପୁଲିସ୍ କହିଛି।

ଗିରଫ ଡିଏସ୍‌ପି ଦବିନ୍ଦର ସିଂହ ଗତବର୍ଷ ଅଗଷ୍ଟ ୧୫ରେ ରାଷ୍ଟ୍ରପତି ମେଡାଲ୍ ପାଇଥିଲେ। ଏବେ ସେ ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ନିଯୁକ୍ତ ହୋଇଥିଲେ।

Related story