ଶୁକ୍ରବାରଠାରୁ ଜମ୍ମୁ-କଶ୍ମୀରରେ କାମ କରିବ ଲ୍ୟାଣ୍ଡଲାଇନ୍‌!

ନୂଆଦିଲ୍ଲୀ: ଅଗଷ୍ଟ ୫ରୁ ଜମ୍ମୁ-କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପରେ ଲାଗୁ ହୋଇଥିବା କଟକଣା ଆଜି ମଧ୍ୟ ବଳବତ୍ତର ରହିଛି। ଅର୍ଥାତ ଜମ୍ମୁ-କଶ୍ମୀରରେ ମୋବାଇଲ, ଇଣ୍ଟରନେଟ୍‌ ଓ ଲ୍ୟାଣ୍ଡଫୋନ୍‌ ସେବା ବନ୍ଦ ରହିଛି। ତେବେ ଆସନ୍ତାକାଲି ଠାରୁ ଜମ୍ମୁ-କଶ୍ମୀରରେ ଲ୍ୟାଣ୍ଡଫୋନ୍‌ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। କିନ୍ତୁ ମୋବାଇଲ୍‌ ଫୋନ୍‌ ଓ ଇଣ୍ଟରନେଟ୍‌ ଉପରେ ପୂର୍ବଭଳି କଟକଣା ଜାରି ରହିବ। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡଫୋନକୁ […]

jk

Hemant Lenka
  • Published: Thursday, 15 August 2019
  • , Updated: 15 August 2019, 11:15 AM IST

ନୂଆଦିଲ୍ଲୀ: ଅଗଷ୍ଟ ୫ରୁ ଜମ୍ମୁ-କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପରେ ଲାଗୁ ହୋଇଥିବା କଟକଣା ଆଜି ମଧ୍ୟ ବଳବତ୍ତର ରହିଛି। ଅର୍ଥାତ ଜମ୍ମୁ-କଶ୍ମୀରରେ ମୋବାଇଲ, ଇଣ୍ଟରନେଟ୍‌ ଓ ଲ୍ୟାଣ୍ଡଫୋନ୍‌ ସେବା ବନ୍ଦ ରହିଛି। ତେବେ ଆସନ୍ତାକାଲି ଠାରୁ ଜମ୍ମୁ-କଶ୍ମୀରରେ ଲ୍ୟାଣ୍ଡଫୋନ୍‌ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। କିନ୍ତୁ ମୋବାଇଲ୍‌ ଫୋନ୍‌ ଓ ଇଣ୍ଟରନେଟ୍‌ ଉପରେ ପୂର୍ବଭଳି କଟକଣା ଜାରି ରହିବ।

ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡଫୋନକୁ କାର୍ଯ୍ୟକ୍ଷମ କରାଯିବ। ତେବେ ବ୍ରଡବ୍ୟାଣ୍ଡ ସେବା ଆସନ୍ତା ସପ୍ତାହରେ ହିଁ କାର୍ଯ୍ୟ କରିବ। ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୋବାଇଲ୍‌ ସେବାକୁ ବନ୍ଦ ରଖାଯାଇଛି ଏବଂ ଏହା ପରିସ୍ଥିତି ସ୍ୱାଭାବିକ ନ ହେବା ଯାଏ ବନ୍ଦ ରହିବ ବୋଲି ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି।

ଅଗଷ୍ଟ ୫ରୁ ଜମ୍ମୁ-କଶ୍ମୀରରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ତେବେ ଅଗଷ୍ଟ ୬ରେ କଶ୍ମୀର ପ୍ରଶାସନିକ ସେବାର ପରୀକ୍ଷା ଫଳ ପ୍ରକାଶ ପାଇଥିଲା। କିନ୍ତୁ ଇଣ୍ଟରନେଟ୍ ସେବାରୁ ବଞ୍ଚିତ ଥିବା ଛାତ୍ରଛାତ୍ରୀମାନେ ଏହାର ଫଳରଫଳ ଜାଣି ପାରି ନାହାନ୍ତି।

Related story