ନାଗୌର: କିଛି ଘଣ୍ଟା ପୂର୍ବରୁ ରାଜସ୍ଥାନର ନାଗୌର ଅଞ୍ଚଳରୁ ଉଦ୍ଧାର ହୋଇଥିବା ଏକ ଶିଶୁକନ୍ୟାର ପରିଚୟ ବୋଲି କିଛି ନ ଥିଲା। କିନ୍ତୁ ଏବେ ତାର ନାଁ ‘ପିହୁ’ ଏବଂ ତାକୁ ଏକ ସାମ୍ବାଦିକ ଦମ୍ପତି ଆପଣାଇବା ପାଇଁ ସମସ୍ତ ପ୍ରୟାସ ଆରମ୍ଭ କରିସାରିଛନ୍ତି। ରବିବାର ସେମାନେ ସ୍ଥାନୀୟ ଜିଲ୍ଲାପାଳଙ୍କୁ ଭେଟିବା ସହିତ ‘ପିହୁ’କୁ ଆପଣାଇବା ପାଇଁ ଆଇନରେ କି କି ବ୍ୟବସ୍ଥା ରହିଛି, ସେକଥା ପଚାରି ବୁଝିଛନ୍ତି।
https://twitter.com/vinodkapri/status/1139857547907801089
ବିନୋଦ କାପ୍ରି ଜଣେ ସାମ୍ବାଦିକ ତଥା ଫିଲ୍ମନିର୍ମାତା ଏବଂ ତାଙ୍କ ତାଙ୍କ ଟିଭି ନ୍ୟୁଜ୍ ଆଙ୍କର ପତ୍ନୀ ସାକ୍ଷୀ ଯୋଶୀ ଏହି ଶିଶୁକନ୍ୟାକୁ ପୋଷ୍ୟସନ୍ତାନ ଭାବରେ ଗ୍ରହଣ କରିବା ପାଇଁ ଆଗ୍ରହ ଦେଖାଇଛନ୍ତି। ବିନୋଦ ଏହି ପ୍ରସଙ୍ଗରେ କହିଛନ୍ତି, ଆମେ ଆଇନଗତ ପ୍ରକ୍ରିୟା ଜରିଆରେ ଏହି ଶିଶୁକୁ ଆପଣାଇବା ପାଇଁ ଚେଷ୍ଟା କରୁଛୁ। ବିନୋଦ ଏବଂ ସାକ୍ଷୀ ଆଜି ଜେଏଲ୍ଏନ୍ ହସ୍ପିଟାଲରେ ‘ପିହୁ’କୁ ଭେଟିବା ସହ ତା’ର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।
https://twitter.com/sakshijoshii/status/1140136010732322816
ବିନୋଦ ‘ପିହୁ’ର ସ୍ୱାସ୍ଥ୍ୟାବସ୍ଥା ବାବଦରେ ଲଗାତାର ଅପଡେଟ୍ ଦେଉଛନ୍ତି। ‘ପିହୁ’ ଶୋଇଥିବା ସମୟର ଏକ ‘କ୍ୟୁଟ୍’ ଭିଡିଓ ମଧ୍ୟ ସେ ଶେୟାର କରିଛନ୍ତି। ଏତଦ୍ବ୍ୟତୀତ ତା’କୁ ଭେଟିବା ପୂର୍ବରୁ ବିନୋଦଙ୍କ ଉତ୍ସାହ ମଧ୍ୟ ଏହି ଟ୍ୱିଟ୍ରେ ସ୍ଥାନ ପାଇଛି। ଏସବୁ ଏବେ ସୋଶାଲ ମିଡିଆରେ ବେଶ୍ ଭାଇରାଲ ହେଉଛି।
https://twitter.com/vinodkapri/status/1140132606182338561
https://twitter.com/vinodkapri/status/1139628784091455489
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।