ଚୀନ୍ ଗୁପ୍ତଚରଙ୍କୁ ପ୍ରତିରକ୍ଷା ବିଭାଗର ତଥ୍ୟ ଦେଉଥିଲେ ସାମ୍ୱାଦିକ ରାଜୀବ

ଦେଶରେ ଚୀନ ଗୁପ୍ତଚରଙ୍କ ଏଜେଣ୍ଟ ଗିରଫ ସାମ୍ୱାଦିକ ରାଜୀବ ଶର୍ମାଙ୍କ ଜରିଆରେ ନେଉଥିଲେ ତଥ୍ୟ ରାଜବୀଙ୍କ ଲାପଟପ, ମୋବାଇଲରୁ ମିଳିଲା ସୂଚନା ଦେଶର ତଥ୍ୟ ଦେଇ ଚୀନ୍ ଗୁପ୍ତଚରଙ୍କଠୁ ରାଜୀବ ନେଉଥିଲେ ପଇସା ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ଦ୍ୱାରା ଗିରଫ ସାମ୍ୱାଦିକ ରାଜୀବ ଶର୍ମାଙ୍କ ଚୀନ ଗୁପ୍ତଚରଙ୍କୁ ବିଭିନ୍ନ ତଥ୍ୟ ଦେଉଥିଲେ। ଦିଲ୍ଲୀ ପୁଲିଶ ଶନିବା ଏହା ସ୍ପଷ୍ଟ କରିଛି। ଦୀର୍ଘ ବର୍ଷ ପରେ ଦେଶରେ ଚୀନ ଗୁପ୍ତଚରଙ୍କ ରାକେଟ୍ ଧରାପଡ଼ିଛି। ଏହା ପୂର୍ବରୁ ଚୀନ ଗୁପ୍ତଚରଙ୍କ […]

RAJIV SHARMA AND TEAM

Subhransu Sekhar
  • Published: Saturday, 19 September 2020
  • , Updated: 19 September 2020, 02:53 PM IST
  • ଦେଶରେ ଚୀନ ଗୁପ୍ତଚରଙ୍କ ଏଜେଣ୍ଟ ଗିରଫ
  • ସାମ୍ୱାଦିକ ରାଜୀବ ଶର୍ମାଙ୍କ ଜରିଆରେ ନେଉଥିଲେ ତଥ୍ୟ
  • ରାଜବୀଙ୍କ ଲାପଟପ, ମୋବାଇଲରୁ ମିଳିଲା ସୂଚନା
  • ଦେଶର ତଥ୍ୟ ଦେଇ ଚୀନ୍ ଗୁପ୍ତଚରଙ୍କଠୁ ରାଜୀବ ନେଉଥିଲେ ପଇସା

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ଦ୍ୱାରା ଗିରଫ ସାମ୍ୱାଦିକ ରାଜୀବ ଶର୍ମାଙ୍କ ଚୀନ ଗୁପ୍ତଚରଙ୍କୁ ବିଭିନ୍ନ ତଥ୍ୟ ଦେଉଥିଲେ। ଦିଲ୍ଲୀ ପୁଲିଶ ଶନିବା ଏହା ସ୍ପଷ୍ଟ କରିଛି। ଦୀର୍ଘ ବର୍ଷ ପରେ ଦେଶରେ ଚୀନ ଗୁପ୍ତଚରଙ୍କ ରାକେଟ୍ ଧରାପଡ଼ିଛି। ଏହା ପୂର୍ବରୁ ଚୀନ ଗୁପ୍ତଚରଙ୍କ ସକ୍ରିୟତାକୁ ନେଇ ଅଭିଯୋଗ ହୋଇଥିଲା। ରାଜୀବ ଶର୍ମାଙ୍କ ସହିତ ଚୀନ୍ ମହିଳା କିନ୍ ଶି ଏବଂ ତାଙ୍କ ନେପାଳ ସହଯୋଗୀ ଶେର୍ ସିଂଙ୍କ ମଧ୍ୟ ଗିରଫ ହୋଇଛନ୍ତି।

ଦିଲ୍ଲୀ ପୁଲିସ କହିଛି ଯେ ଚୀନର ଗୁଇନ୍ଦା ସଂସ୍ଥା ଶର୍ମାଙ୍କଠାରୁ ପ୍ରତିରକ୍ଷା ବିଭାଗର ବିଭିନ୍ନ ସମ୍ନେଦନଶୀଳ ସୂଚନା ମାଗିଥିଲେ। ପ୍ରତିବଦଳରେ ରାଜୀବଙ୍କୁ ବହୁ ପରିମାଣର ଟଙ୍କା ଦେଉଥିଲେ ଚୀନର ଗୁଇନ୍ଦା ସଂସ୍ଥା। ରାଜୀବଙ୍କ ମୋବାଇଲ, ଲାପଟପ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବା ପରେ ପୁଲିସ ଏ ବାବଦରେ ଅଧିକ ସୂଚନା ପାଇଛି।

ସରକାରୀ ସିକ୍ରେସି ଆକ୍ଟ ଅନୁଯାୟୀ ଦିଲ୍ଲୀର ଫ୍ରିଲାନ୍ସ ସାମ୍ବାଦିକ ରାଜୀବ ଶର୍ମାଙ୍କୁ ଗିରଫ କରିବା ପରେ ଛଅ ଦିନିଆ ହେପାଜତକୁ ନେଇଛି ଦିଲ୍ଲୀ ପୁଲିସ। ଡିସିପି, ସ୍ପେଶାଲ ସେଲ୍‌ର ମୁଖ୍ୟ ସଞ୍ଜୀବ ଯାଦବ କହିଛନ୍ତି ଯେ ତାଙ୍କ ନିକଟରେ ପ୍ରତିରକ୍ଷା ବିଭାଗର କିଛି ଗୁୁପ୍ତ କାଗଜପତ୍ର ରହିଛି। ଅଫିସିଆଲ୍ ସିକ୍ରେସି ଆକ୍ଟ ଅନୁଯାୟୀ ତାଙ୍କୁ ଗିରଫ କରାଯାଇଛି।

ରାଜୀବ ଶର୍ମା ବିଭିନ୍ନ ଖବରକାଗଜ ଏବଂ ନ୍ୟୁଜ ଏଜେନ୍ସିରେ କାର୍ଯ୍ୟ କରୁଥିବା ଜଣେ ବରିଷ୍ଠ ସାମ୍ବାଦିକ। ସୋମବାର ସେ ଗିରଫ ହୋଇଥିଲେ। ଏହାପରେ ମଙ୍ଗଳବାର ତାଙ୍କୁ ପୁଲିସ କୋର୍ଟରେ ହାଜର କରି ଛଅ ଦିନିଆ ହେପାଜତରେ ନେଇଛି।

ରାଜୀବ ଶର୍ମାଙ୍କର ଏକ ୟ୍ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ରହିଛି। ସେ ଏହି ଚ୍ୟାନେଲରେ ମୁଖ୍ୟତଃ ବୈଦେଶିକ ନୀତି ଏବଂ ରଣନୀତି ବାବଦରେ ନିଜର ଆଭିମୁଖ୍ୟ ରଖୁଥିଲେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଅଗଷ୍ଟ ମାସରେ ଆୟକର ବିଭାଗ ରାଜଧାନୀ ଦିଲ୍ଲୀରେ ରହୁଥିବା ଅନେକ ଚୀନ ନାଗରିକଙ୍କ ଘରେ ରେଡ୍ କରିଥିଲା। ଟଙ୍କା ହେରଫେର ନେଇ ଅଭିଯୋଗ ଆସିବା ପରେ ଆୟକର ବିଭାଗ ସନ୍ଦିଗ୍ଧଧଙ୍କ ରେଡ୍ କରିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ଚାର୍ଲି ପେଙ୍ଗ (ଲଉ ପେଙ୍ଗ) ଉତ୍ତର ଦିଲ୍ଲୀରେ ରହୁଥିବା ମଙ୍କ୍ ମଞ୍ଜୁ କା ତିଲାଙ୍କୁ ଲାଞ୍ଚ ଦେଇ ଦଲାଇ ଲାମାଙ୍କ ମୂଳ ଗୋଷ୍ଠୀରେ ସାମି୍ଲ୍ ହେବାକୁ ଚେଷ୍ଟା କରୁଥିଲେ।

ଲୁ ପେଙ୍ଗ 2014 ରେ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିଲେ ଏବଂ ଭାରତୀୟ ପରିଚୟ ଗ୍ରହଣ କରିଥିଲେ। ଚୀନର ଗୁପ୍ତଚର ତାଙ୍କୁ ତିବ୍ଦତୀୟ ଶରଣାର୍ଥୀ ଏବଂ ଦଲାଇ ଲାମାଙ୍କ ଉପରେ ନଜର ରଖିବାକୁ କହିଥିଲେ।

Related story