ଅଫିସିଆଲ ସିକ୍ରେସି ଆକ୍ଟରେ ସାମ୍ୱାଦିକ ଗିରଫ

ଅଫିସିଆଲ୍ ସିକ୍ରେସି ଆକ୍ଟରେ ସାମ୍ୱାଦିକ ଗିରଫ ଛଅ ଦିନିଆ ପୁଲିସ ହେପାଜତରେ ସାମ୍ୱାଦିକ ରାଜୀବ ଶର୍ମା ଲାପଟପ, ମୋବାଇଲ ଆଦି ଜବତ କରିଛି ପୁଲିସ ସନ୍ଦେହ ଘେରରେ ସାମ୍ୱାଦିକଙ୍କ ଭୂମିକା ନୂଆଦିଲ୍ଲୀ: ସରକାରୀ ସିକ୍ରେସି ଆକ୍ଟ ଅନୁଯାୟୀ ଦିଲ୍ଲୀର ଜଣେ ଫ୍ରିଲାନ୍ସ ସାମ୍ବାଦିକ ରାଜୀବ ଶର୍ମାଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ। ଏବେ ତାଙ୍କୁ ଛଅ ଦିନିଆ ହେପାଜତରେ ନେଇଛି ଦିଲ୍ଲୀ ପୁଲିସ। ଶୁକ୍ରବାର ଦିଲ୍ଲୀ ପୁଲିସ ଏହି ସୂଚନା ଦେଇଛି। ଡିସିପି, ସ୍ପେଶାଲ ସେଲ୍‌ର ମୁଖ୍ୟ […]

Rajeev Sharma

Subhransu Sekhar
  • Published: Saturday, 19 September 2020
  • , Updated: 19 September 2020, 02:38 PM IST
  • ଅଫିସିଆଲ୍ ସିକ୍ରେସି ଆକ୍ଟରେ ସାମ୍ୱାଦିକ ଗିରଫ
  • ଛଅ ଦିନିଆ ପୁଲିସ ହେପାଜତରେ ସାମ୍ୱାଦିକ ରାଜୀବ ଶର୍ମା
  • ଲାପଟପ, ମୋବାଇଲ ଆଦି ଜବତ କରିଛି ପୁଲିସ
  • ସନ୍ଦେହ ଘେରରେ ସାମ୍ୱାଦିକଙ୍କ ଭୂମିକା

ନୂଆଦିଲ୍ଲୀ: ସରକାରୀ ସିକ୍ରେସି ଆକ୍ଟ ଅନୁଯାୟୀ ଦିଲ୍ଲୀର ଜଣେ ଫ୍ରିଲାନ୍ସ ସାମ୍ବାଦିକ ରାଜୀବ ଶର୍ମାଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ। ଏବେ ତାଙ୍କୁ ଛଅ ଦିନିଆ ହେପାଜତରେ ନେଇଛି ଦିଲ୍ଲୀ ପୁଲିସ। ଶୁକ୍ରବାର ଦିଲ୍ଲୀ ପୁଲିସ ଏହି ସୂଚନା ଦେଇଛି। ଡିସିପି, ସ୍ପେଶାଲ ସେଲ୍‌ର ମୁଖ୍ୟ ସଞ୍ଜୀବ ଯାଦବ କହିଛନ୍ତି ଯେ ତାଙ୍କ ନିକଟରେ ପ୍ରତିରକ୍ଷା ବିଭାଗର କିଛି ଗୁୁପ୍ତ କାଗଜପତ୍ର ରହିଛି। ଅଫିସିଆଲ୍ ସିକ୍ରେସି ଆକ୍ଟ ଅନୁଯାୟୀ ତାଙ୍କୁ ଗିରଫ କରାଯାଇଛି।

ରାଜୀବ ଶର୍ମା ବିଭିନ୍ନ ଖବରକାଗଜ ଏବଂ ନ୍ୟୁଜ ଏଜେନ୍ସିରେ କାର୍ଯ୍ୟ କରୁଥିବା ଜଣେ ବରିଷ୍ଠ ସାମ୍ବାଦିକ। ସୋମବାର ସେ ଗିରଫ ହୋଇଥିଲେ। ଏହାପରେ ମଙ୍ଗଳବାର ତାଙ୍କୁ ପୁଲିସ କୋର୍ଟରେ ହାଜର କରି ଛଅ ଦିନିଆ ହେପାଜତରେ ନେଇଛି।

ଗିରଫ ପରେ ଦିଲ୍ଲୀ ପୁଲିସ ତାଙ୍କ ଲାପଟପ୍, ମୋବାଇଲ୍ ଫୋନ୍ ଜବତ କରିଛି ଏବଂ କାହା ସହ ଯୋଗାଯୋଗରେ ଥିଲେ ତାହା ଜାଣିବା ପାଇଁ ତାଙ୍କ କଲ୍ ରେକର୍ଡ ଯାଞ୍ଚ କରୁଛି।

ସୂଚନାଯୋଗ୍ୟ, ଦିଲ୍ଲୀ ପୁଲିସ ଅନୁସାରେ ପ୍ରତିରକ୍ଷା ବିଭାଗର ଦଲିଲ ସମ୍ୱନ୍ଧରେ କିଛି ଗୁପ୍ତ ସୂଚନା ରାଜୀବ ଶର୍ମା ରଖିଥିଲେ। ଯାହାକି ଅଫିସିଆଲ୍ ସିକ୍ରେସି ଆକ୍ଟ ଅନୁଯାୟୀ ଅପରାଧ। ତେଣୁ ତାଙ୍କୁ ସ୍ପେଶାଲ୍ ସେଲ୍ ଗିରଫ କରିଥିଲା।

Related story