ୟୁପି ଗୁଳିକାଣ୍ତ: ଅଭିଯୁକ୍ତଙ୍କୁ ସମର୍ଥନ କରିବାରୁ ବିଜେପି ବିଧାୟକଙ୍କୁ ନଡ୍ଡାଙ୍କ ନୋଟିସ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବଲିୟା ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଧୀରେନ୍ଦ୍ର ସିଂହଙ୍କୁ ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ସମର୍ଥନ କରିବା ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଏଥିପାଇଁ ଆଜି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଧାୟକ ସୁରେନ୍ଦ୍ରଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ଏଥିସହ ଉତ୍ତର ପ୍ରଦେଶ ବିଜେପି ମୁଖ୍ୟଙ୍କୁ ମଧ୍ୟ ଶ୍ରୀ ନଡ୍ଡା ସତର୍କ କରାଇ ଦେଇଛନ୍ତି। ସୁରେନ୍ଦ୍ର ଗୁଳିକାଣ୍ଡ ପାଇଁ ଚାଲିଥିବା ତଦନ୍ତ କାର୍ଯ୍ୟରୁ ନିଜକୁ ଦୂରେଇ ରଖନ୍ତୁ ବୋଲି […]

fd

Hemant Lenka
  • Published: Monday, 19 October 2020
  • , Updated: 19 October 2020, 05:47 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବଲିୟା ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ ଧୀରେନ୍ଦ୍ର ସିଂହଙ୍କୁ ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ସମର୍ଥନ କରିବା ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଏଥିପାଇଁ ଆଜି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିଧାୟକ ସୁରେନ୍ଦ୍ରଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ଏଥିସହ ଉତ୍ତର ପ୍ରଦେଶ ବିଜେପି ମୁଖ୍ୟଙ୍କୁ ମଧ୍ୟ ଶ୍ରୀ ନଡ୍ଡା ସତର୍କ କରାଇ ଦେଇଛନ୍ତି। ସୁରେନ୍ଦ୍ର ଗୁଳିକାଣ୍ଡ ପାଇଁ ଚାଲିଥିବା ତଦନ୍ତ କାର୍ଯ୍ୟରୁ ନିଜକୁ ଦୂରେଇ ରଖନ୍ତୁ ବୋଲି ଶ୍ରୀ ନଡ୍ଡା ୟୁପି ବିଜେପି ମୁଖ୍ୟଙ୍କୁ କହିଥିବା ଜଣାପଡ଼ିଛି।

୪ ଦିନ ତଳେ ସରକାରୀ ଅଧିକାରୀ ଓ ପୁଲିସ୍‌ର ଉପସ୍ଥିତିରେ ବିଜେପି ବିଧାୟକ ସୁରେନ୍ଦ୍ରଙ୍କ ଘନିଷ୍ଠ ସହଯୋଗୀ ଧୀରେନ୍ଦ୍ର ସିଂହ ପଞ୍ଚାୟତ ବୈଠକ ବେଳେ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଥିଲେ। ଗୁରୁବାର ଘଟଣା ପରେ ଧୀରେନ୍ଦ୍ର ଫେରାର ରହିଥିବା ବେଳେ ଗତକାଲି ତାଙ୍କୁ ଗିରଫ କରାଯାଇଥିଲା। ତେବେ ଘଟଣା ପରଠାରୁ ବିଧାୟକ ସୁରେନ୍ଦ୍ର ଅଭିଯୁକ୍ତ ଧୀରେନ୍ଦ୍ରଙ୍କୁ ସମର୍ଥନ କରିଥିଲେ।

ସେ ଆତ୍ମରକ୍ଷା କରିବା ପାଇଁ ଗୁଳି ଚଳାଇଥିଲେ ବୋଲି ମଧ୍ୟ ବିଧାୟକ ଜଣଙ୍କ ଧୀରେନ୍ଦ୍ରଙ୍କ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଏପରି କି ପୁଲିସ୍‌ ଏକ ପାଖିଆ ଭାବେ ଘଟଣାର ତଦନ୍ତ କରୁଥିବା ସେ ଅଭିଯୋଗ କରିଥିଲେ। ବିଧାୟକଙ୍କ ଏଭଳି ବୟାନ ପରେ ପୀଡ଼ିତଙ୍କ ପରିବାର ଲୋକ ତଦନ୍ତ ଉପରେ ପ୍ରଶ୍ନ ଉଠାଇଥିଲେ।

ଶାସକ ବିଜେପି ଚାପରେ ପୁଲିସ୍‌ ତାଙ୍କ ପରିବାର ଉପରେ ମିଥ୍ୟା ମାମଲା ରୁଜୁ କରିବାକୁ ଚେଷ୍ଟା କରୁଥିବା ସେମାନେ ଅଭିଯୋଗ ଆଣିଥିଲେ। ଦିନକୁ ଦିନ ବିଜେପି ଉପରକୁ ଅଙ୍ଗୁଳି ଉଠିବାରୁ ଆଜି ଶ୍ରୀ ନଡ୍ଡା କାରଣ ଦର୍ଶାଇବାକୁ ବିଧାୟକ ସୁରେନ୍ଦ୍ରଙ୍କୁ କହିଛନ୍ତି।

Related story