ବିହାର ଏନଡିଏରେ ଦୂର ହେଲା ମତଭେଦ, ନରମିଲେ ଚିରାଗ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ମୁଣ୍ଡ ଉପରେ। ଏହା ପୂର୍ବରୁ ରାଜ୍ୟରେ ଏନଡିଏରେ ସାମିଲ୍ ଥିବା ଏଲଜେପି ବିଭିନ୍ନ ପ୍ରସଙ୍ଗରେ ସହଯୋଗୀ ଦଳ ଜେଡିୟୁ ଉପରେ ଅସନ୍ତୋଷ ଜାହିର କରୁଥିଲା। ଏହି ଅସନ୍ତୋଷ କିନ୍ତୁ ଏବେ ଥଣ୍ଡା ପଡ଼ିଛି। ଜେଡିୟୁ ସହିତ ଥିବା ମତଭେଦ ଦୂର ହୋଇଛି ବୋଲି ଏଲଜେପି ସଭାପତି ଚାରିଗ ପାଶଓ୍ୱାନ କହିଛନ୍ତି। ଶନିବାର ବିଜେପି ସଭାପତି ଜେପି ନଡ୍ଡା ଦୁଇ ଦିନିଆ ବିହାର ଗସ୍ତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ […]

JP Nadda meets Nitish Kumar, holds talks on seat-sharing

Subhransu Sekhar
  • Published: Saturday, 12 September 2020
  • , Updated: 12 September 2020, 04:45 PM IST

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ମୁଣ୍ଡ ଉପରେ। ଏହା ପୂର୍ବରୁ ରାଜ୍ୟରେ ଏନଡିଏରେ ସାମିଲ୍ ଥିବା ଏଲଜେପି ବିଭିନ୍ନ ପ୍ରସଙ୍ଗରେ ସହଯୋଗୀ ଦଳ ଜେଡିୟୁ ଉପରେ ଅସନ୍ତୋଷ ଜାହିର କରୁଥିଲା। ଏହି ଅସନ୍ତୋଷ କିନ୍ତୁ ଏବେ ଥଣ୍ଡା ପଡ଼ିଛି। ଜେଡିୟୁ ସହିତ ଥିବା ମତଭେଦ ଦୂର ହୋଇଛି ବୋଲି ଏଲଜେପି ସଭାପତି ଚାରିଗ ପାଶଓ୍ୱାନ କହିଛନ୍ତି।

ଶନିବାର ବିଜେପି ସଭାପତି ଜେପି ନଡ୍ଡା ଦୁଇ ଦିନିଆ ବିହାର ଗସ୍ତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଥିଲେ। ଏହି ଅବସରରେ ଏନଡିରେ ସାମିଲ୍ ଥିବା ଦଳର ନେତା ମଧ୍ୟ ସାମିଲ୍ ହୋଇଥିଲେ। ଉଭୟଙ୍କ ମଧ୍ୟରେ ବିଧାନସଭାରେ ଆସନ ବୁଝାମଣା ନେଇ ଆଲୋଚନା ହୋଇଥିଲା। ଏହାପରେ ଏଲଜେପି ସଭାପତି ଚିରାଗ ପାଶୱାନଙ୍କ ସ୍ୱର ନରମିଛନ୍ତି।

ଶନିବାର ଚିରାଗ କହିଛନ୍ତି, ବିଜେପି ଯାହା ନିଷ୍ପତ୍ତି ନେବ, ସେମାନେ ଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ବୋଲି ଚିରାଗ କହିଛନ୍ତି। ମୋଦିଙ୍କ ପାଇଁ ବିହାରରେ ଏଲଜେପି ମେଣ୍ଟରେ ଅଛି ବୋଲି ସେ କହିଛନ୍ତି।

ତେବେ ଜେଡିୟୁକୁ ନେଇ ସେ ଜାହିର କରିଥିବା ଅସନ୍ତୋଷର ଜବାବ ଦେଇ ଚିରାଗ କହିଛନ୍ତି, ମୁଁ ଜଣେ ନିର୍ବାଚିତ ପ୍ରତିନିଧି। ସମସ୍ୟା ବାବଦରେ ରାଜ୍ୟର ମୁଖ୍ଯମନ୍ତ୍ରୀ ଜାଣିବା ଦରକାର। ନୀତୀଶ କୁମାରଙ୍କ ସହ ସାକ୍ଷାତ ବେଳେ ସମସ୍ୟା ବାବଦରେ କହିଥିବା କହିଛନ୍ତି। ଜେଡିୟୁକୁ ହଇରାଣ କରିବା ତାଙ୍କର କେବେ ଉଦ୍ଦେଶ୍ଯ ନୁହେଁ ବୋଲି କହିଛନ୍ତି।

ତେବେ ଜେଡିୟୁ, ବିଜେପି ସହିତ ଆସନ ବୁଝାମଣା ନେଇ ଆଲୋଚନା ହୋଇନି। ଆସନ ବୁଝାମଣାକୁ ନେଇ ତାଙ୍କର କୌଣସି ମତଭେଦ ନାହଁ। ଯାହା ନିଷ୍ପତ୍ତି ନିଆଯିବ ସମସ୍ତଙ୍କୁ ସୁହାଇବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଶନିବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ବିଜେପି ସଭାପତି ଜେପି ନାଡା, ଜେଡିୟୁର ରାଜ୍ୟ ସଭାପତି ସଞ୍ଜୟ ଜଇସୱାଲ, ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି, ଏଲଜେପି ସଭାପତି ଚିରାଗ ଏବଂ ମେଣ୍ଟରେ ସାମିଲ ଥିବା ଅନ୍ୟାନ୍ୟ ବରିଷ୍ଠ ନେତା ଏକାଠି ହୋଇଥିଲେ। ଘଣ୍ଟାଏ ଧରି ଏହି ବୈଠକ ହୋଇଥିଲା। ଏହି ସମୟରେ ବିଧାନସଭା ନିର୍ବାଚନ ରଣନୀତି, ଦଳ-ଦଳ ମଧ୍ୟରେ ଥିବା ମତଭେଦ ଆଦି ଉପରେ ଆଲୋଚନା ହୋଇଥିଲା। ଚିରାଗଙ୍କୁ ମନାଇବା ପାଇଁ ବିଜେପି ସମସ୍ତ ପ୍ରକାର ଚେଷ୍ଟା କରିବ ବୋଲି ଜଣାପଡ଼ିଛି।

Related story