ଜୁଲାଇ ୧କୁ ଘୁଞ୍ଚିଲା ‘ହିଟ ଆଣ୍ଡ ରନ’ ମାମଲାର ଶୁଣାଣି

ନୂଆଦିଲ୍ଲୀ: ହିଟ୍ ଆଣ୍ଡ ରନ୍ ମାମଲାର ଆଗାମୀ ଶୁଣାଣି ଜୁଲାଇ ୧ରେ କରାଯିବ ବୋଲି ମୁମ୍ବାଇ ହାଇକୋର୍ଟ କହିଛନ୍ତି। ଆଜି ଏହି ମାମଲାର ଶୁଣାଣି ଥିଲା । ମେ ୮ରେ ସଲମାନ୍ ଖାଁଙ୍କୁ ଏହି ମାମଲାରେ ଜାମିନ୍ ମିଳିଥିଲା । ହିଟ୍ ଆଣ୍ଡ୍ ରନ୍ ମାମଲାରେ ମେ’ ୬ ତାରିଖରେ ମୁମ୍ବାଇର ଏକ ସେସନ୍ସ କୋର୍ଟ ସଲମାନ ଖାଁଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଏହାର ଦୁଇଦିନ ପରେ ତାଙ୍କୁ […]

salman

salman

Rakesh Mallick
  • Published: Monday, 15 June 2015
  • Updated: 15 June 2015, 09:08 AM IST

Sports

Latest News

ନୂଆଦିଲ୍ଲୀ: ହିଟ୍ ଆଣ୍ଡ ରନ୍ ମାମଲାର ଆଗାମୀ ଶୁଣାଣି ଜୁଲାଇ ୧ରେ କରାଯିବ ବୋଲି ମୁମ୍ବାଇ ହାଇକୋର୍ଟ କହିଛନ୍ତି। ଆଜି ଏହି ମାମଲାର ଶୁଣାଣି ଥିଲା । ମେ ୮ରେ ସଲମାନ୍ ଖାଁଙ୍କୁ ଏହି ମାମଲାରେ ଜାମିନ୍ ମିଳିଥିଲା ।

ହିଟ୍ ଆଣ୍ଡ୍ ରନ୍ ମାମଲାରେ ମେ’ ୬ ତାରିଖରେ ମୁମ୍ବାଇର ଏକ ସେସନ୍ସ କୋର୍ଟ ସଲମାନ ଖାଁଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଏହାର ଦୁଇଦିନ ପରେ ତାଙ୍କୁ ହାଇକୋର୍ଟରୁ ଅନ୍ତରୀଣ ଜାମିନ ମିଳିଯାଇଥିଲା ।

ସୂଚନାଯୋଗ୍ୟ, ୨୦୦୨ ସେପ୍ଟେମ୍ବର ୨୮ ତାରିଖ ରାତିରେ ସଲମାନ ଘରକୁ ଫେରୁଥିବା ବେଳେ ବାନ୍ଦ୍ରା ନିକଟରେ ଫୁଟପାଥରେ ଶୋଇଥିବା ଲୋକଙ୍କ ଉପରେ କାର ଚଢାଇ ଦେଇଥିଲେ । ଏହି ଦୁର୍ଘଟଣାରେ ଜଣେ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ଜଣ ଗୁରୁତର ଆହତ ହୋଇଥିଲେ । ପରେ ଏ ନେଇ ମୁମ୍ବାଇ ପୁଲିସ୍ ସଲମାନଙ୍କ ନାଁରେ ମାମଲା ରୁଜୁ କରିଥିଲା ।

ଶୁଣାଣି ବେଳେ ସଲମାନ କୋର୍ଟରେ କହିଥିଲେ ଯେ, ସେ ମଦ ପିଇ ନ ଥିଲେ କି ଗାଡି ଚଲାଉ ନ ଥିଲେ । ତାଙ୍କ ଡ୍ରାଇଭର ଗାଡି ଚଲାଉଥିଲା । ସେହିପରି ଏହି ଦୀର୍ଘବର୍ଷର ମାମଲାରେ ପ୍ରଥମ ଥର ପାଇଁ ତାଙ୍କ ଡ୍ରାଇଭର ନିଜେ କୋର୍ଟରେ ହଜାର ହୋଇ ଦୁର୍ଘଟଣା ଦିନ ସେ ହିଁ ଗାଡି ଚଲାଉଥିଲେ ବୋଲି କହିଥିଲେ । ତେବେ ସରକାରୀ ଓକିଲ ଯୁକ୍ତି କରିଥିଲେ ଯେ, ପ୍ରଚୁର ଟଙ୍କା ନେଇ ସଲମାନଙ୍କ ଡ୍ରାଇଭର ନିଜ ମୁଣ୍ଡକୁ ଦୋଷ ନେଇଛନ୍ତି । ଅନ୍ୟପକ୍ଷରେ ସଲମାନଙ୍କ ଓକିଲ ଏହାକୁ ଖଣ୍ଡନ କରିଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos