ନୂଆଦିଲ୍ଲୀ: ମ୍ୟାଗିକୁ ନେଇ ବିବାଦ ଥମିନଥିବା ବେଳେ କମ୍ପ୍ଲାନ୍ ଡ୍ରିଙ୍କ୍ ପ୍ୟାକେଟରେ ବାହାରିଛି ପୋକ। ଉତ୍ତରପ୍ରେଦଶର ରାଜଧାନୀ ଲକ୍ଷ୍ନୌର ବାସିନ୍ଦା ତନୀଶା ରାୟ ସିଘାଂନିଆ ଆଣିଛନ୍ତି ଏହି ଅଭିଯୋଗ। ତନୀଶା ପ୍ୟାକେଟ୍ ଖୋଲିବା ମାତ୍ରେ ଏଥିରେ ପୋକ ସାଲୁବାଲୁ ହେଉଥିବା ଦେଖିବାକୁ ପାଇଥିଲେ। ପୋକ ଗୁଡ଼ିକ ଦୁଇ ପ୍ରକାର ଥିଲେ। କିଛି ପୋକ ଧଳା ଦେଖାଯାଉଥିବା ବେଳେ ଆଉ କିଛି ଥିଲେ କଳା। ପୋକ ଗୁଡ଼ିକ ମରି ଯାଇଥିଲେ।
ତନୀଶା କହିଛନ୍ତି, ଗୋଟିଏ କିମ୍ୱା ଦୁଇଟି ପୋକ ପଡିଥିଲେ ଏହା ଆଖିକୁ ଦେଖାଯାଇ ନଥାଆନ୍ତା। କିନ୍ତୁ ପ୍ୟାକେଟରେ ଶହ ଶହ ମଲା ପୋକ ରହିଥିଲା।
ତନୀଶାଙ୍କ ସ୍ୱାମୀ ଏନେଇ ଅଭିଯୋଗ କରିବା ପରେ ଫୁଡ୍ ସେଫଟି ଆଣ୍ଡ୍ ଡ୍ରଗ୍ସ ଆଡମିନିଷ୍ଟ୍ରେସନ୍ (ଏଫଏସଡିଏ) କମ୍ପ୍ଲାନର ନମୂନା ଯାଞ୍ଚ ପାଇଁ ପଠାଇଛି।
ପୋକ ମିଳିଥିବା କମ୍ପ୍ଲାନ ପ୍ୟାକେଟଟିର ମେନୁଫେକ୍ଚରିଂ ବା ପ୍ରସ୍ତୁତ ତାରିଖ ରହିଥିଲା ୨ ଫେବୃଆରୀ ୨୦୧୫।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପୁଣି ସାମ୍ବାଦିକଙ୍କୁ ଟାର୍ଗେଟ୍, ପରିବାରକୁ କୁରାଢ଼ିରେ ହାଣି ଦେଲେ
ସାମ୍ବାଦିକଙ୍କ ବାପା-ମା' ଓ ଭାଇକୁ କୁରାଢ଼ିରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।
National
ଦିଲ୍ଲୀ ଦଖଲ କସରତ୍: ଆଜି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ବିଜେପି
ଦିଲ୍ଲୀରେ ଆସନ୍ତା ଫେବ୍ରୁଆରୀ ୫ରେ ଭୋଟିଂ ହେବ। ୮ ତାରିଖରେ ଫଳାଫଳ ଆସିବ।
National
ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ବିଧାୟକ
ଗୁରୁପ୍ରୀତଙ୍କ ମୁଣ୍ଡରେ ଗୁଳି ବାଜିଛି। ତେବେ କାହିଁକି ଗୁଳି ଫୁଟାଇଲେ ତାହା ଅସ୍ପଷ୍ଟ ରହିଛି।
National
ପୁଣି ବଢ଼ିବ ବିୟର ଦାମ, ଖୁବଶୀଘ୍ର ଘୋଷଣା କରିବେ ସରକାର
ସରକାର ୨୦୨୪ ଅଗଷ୍ଟରେ ଷ୍ଟ୍ରଙ୍ଗ ବିୟର ବୋତଲ ଗୁଡ଼ିକ ଉପରେ ଅତିରିକ୍ତ ଅବକାରୀ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦେଇଥିଲେ।
National
ରୋକୋ-ଟୋକୋ ଅଭିଯାନ ବେଳେ ବାଇକରେ ଚାଲିଥିବା ବେଆଇନ ମଦ ଚାଲାଣର ପର୍ଦ୍ଦାଫାସ
ଆଗକୁ ସାଧାରଣତନ୍ତ୍ର ଦିବସ ଓ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ଦକ୍ଷିଣ ଦିଲ୍ଲୀର ପୁଲିସ୍ କଡ଼ାକଡ଼ି ଯାଞ୍ଚ କରୁଛି।