କରନ ଜୋହରଙ୍କ ଠାରୁ ପଦ୍ମ ପୁରସ୍କାର ଛଡ଼ାଇ ଆଣିବାକୁ ଦାବି ଜୋର ଧରିଲା

ମୁମ୍ବାଇ: ବଲିଉଡ ଫିଲ୍ମ ନିର୍ମାତା କରନ ଜୋହରଙ୍କୁ ଭାରତ ସରକାର ଦେଇଥିବା ପଦ୍ମଶ୍ରୀ ସମ୍ମାନକୁ ପ୍ରତ୍ୟାହାର କରି ନିଅନ୍ତୁ ବୋଲି ଦାବି ଜୋର ଧରିବା ଆରମ୍ଭ କରିଛି। ବିଶେଷ କରି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଟ୍ୱିଟ କରି ସରକାରଙ୍କ ନିକଟରେ ଏଭଳି ଦାବି କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, ମୁଁ ଭାରତ ସରକାରଙ୍କୁ ନିବେଦନ କରୁଛି ଯେ ସେ କରନ ଜୋହରଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନ ପ୍ରତ୍ୟାହାର କରି ନିଅନ୍ତୁ। ଗୋଟିଏ ଅନ୍ତର୍ଜାତୀୟ ପ୍ଲାଟଫର୍ମରେ […]

uy

Hemant Lenka
  • Published: Tuesday, 18 August 2020
  • , Updated: 18 August 2020, 06:00 PM IST

ମୁମ୍ବାଇ: ବଲିଉଡ ଫିଲ୍ମ ନିର୍ମାତା କରନ ଜୋହରଙ୍କୁ ଭାରତ ସରକାର ଦେଇଥିବା ପଦ୍ମଶ୍ରୀ ସମ୍ମାନକୁ ପ୍ରତ୍ୟାହାର କରି ନିଅନ୍ତୁ ବୋଲି ଦାବି ଜୋର ଧରିବା ଆରମ୍ଭ କରିଛି। ବିଶେଷ କରି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଟ୍ୱିଟ କରି ସରକାରଙ୍କ ନିକଟରେ ଏଭଳି ଦାବି କରିଛନ୍ତି।

ସେ ଟ୍ୱିଟ କରି କହିଛନ୍ତି, ମୁଁ ଭାରତ ସରକାରଙ୍କୁ ନିବେଦନ କରୁଛି ଯେ ସେ କରନ ଜୋହରଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନ ପ୍ରତ୍ୟାହାର କରି ନିଅନ୍ତୁ। ଗୋଟିଏ ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ସେ ମୋତେ ଦୁର୍ବ୍ୟବହାର କରିବା ସହ ସିନେମା ଇଣ୍ଡଷ୍ଟ୍ରୀ ଛାଡ଼ି ଦେବାକୁ ଧମକ ଦେଇଥିଲେ।

ସେ ସୁଶାନ୍ତ ସିଂହ ରାଜପୁତଙ୍କ କ୍ୟାରିୟରକୁ ବରବାଦ କରିବାକୁ ଷଡ଼ଯନ୍ତ୍ର କରିଥିଲେ। ଉରି ଯୁଦ୍ଧ ବେଳେ ସେ ପାକିସ୍ତାନକୁ ସମର୍ଥନ କରିଥିଲେ। ଏବେ ସେ ଆମ ଦେଶର ସେନା ବିରୋଧରେ ଦେଶଦ୍ରୋହୀ ଫିଲ୍ମ ତିଆରି କରୁଛନ୍ତି।”


ଏଠାରେ କଙ୍ଗନା ସେନା ବିରୋଧୀ ଫିଲ୍ମ କଥା ଯେଉଁ କହୁଛନ୍ତି, ସେଇଟା ହେଲା ଜାହ୍ନବୀ କପୁରଙ୍କ ନିକଟରେ ରିଲିଜ ହୋଇଥିବା ଗୁଞ୍ଜନ ସକ୍ସେନା: ଦି କାର୍ଗିଲ ଗର୍ଲ। ଏଥିରେ ପୁରୁଷ ଯବାନମାନେ ମହିଳା ଅଫିସରଙ୍କୁ ଖରାପ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ସେହିପରି ଉରି ହମଲା ବେଳେ ସେ ପାକିସ୍ତାନ ଅଭିନେତା ଫୱାଦ ଆଲମଙ୍କୁ ନିଜ ଫିଲ୍ମରେ ଚାନ୍ସ ଦେଇଥିଲେ।

କଙ୍ଗନାଙ୍କ ଏହି ଟ୍ୱିଟ ପରେ ଅନେକ ଲୋକ ସମାନ ଦାବି କରି କରନ ଜୋହରଙ୍କ ଠାରୁ ପଦ୍ମ ପୁରସ୍କାର ଛଡ଼ା ଆଣିବାକୁ ଦାବି କରିଛନ୍ତି।

Related story