ନୂଆଦିଲ୍ଲୀ: ବିମାନ ବନ୍ଦରରେ ହଟହଟା ହୋଇଛନ୍ତି ଡିଏମକେ ସାଂସଦ କାନିମୋଝୀ। ହିନ୍ଦୀରେ କଥା ହୋଇନପାରିବାରୁ ବିମାନ ବନ୍ଦର ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ତାଙ୍କୁ ଭାରତୀୟ କି ନୁହେଁ ବୋଲି ପଚାରିଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି କାନିମୋଝୀ।
https://twitter.com/KanimozhiDMK/status/1292376834177261568
ସେ ଟ୍ୱିଟ୍ କରି କହିଛନ୍ତି, “ସିଆଇଏସଏଫ ଅଧିକାରୀ ଜଣଙ୍କ ଭାରତୀୟ କି ନୁହେଁ ବୋଲି ମୋତେ ପ୍ରଶ୍ନ କରିଥିଲେ। ଜବାବରେ ମୁଁ ଇଂରାଜୀ ନହେଲେ ତାମିଲରେ କହିବାକୁ କହିଥିଲି। କାରଣ ମୁଁ ହିନ୍ଦୀ ଜାଣିନାହିଁ। ଭାରତୀୟ ହେବା ପାଇଁ ହିନ୍ଦୀ ଜାଣିବା ଦରକାର କି?”
କାନିମୋଝିଙ୍କ ଟ୍ୱିଟର ଜବାବ ମଧ୍ୟ ସିଆଇଏସଏଫ ମଧ୍ୟ ଦେଇଛି। ବିମାନ ବନ୍ଦର, ସମୟ ଏବଂ ଟିକେଟ ନମ୍ୱର ବାବଦରେ ଜଣାଇବାକୁ ସିଆଇଏସଏଫ କାନିମୋଝିଙ୍କୁ କହିଛି। ଏନେଇ ସିଆଇଏସଏଫ ତଦନ୍ତ ନିର୍ଦ୍ଦେଶ ଦେଇଛି। ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିଆଇଏସଏଫ ଅଧିକାରୀ କହିଛନ୍ତି।