କର୍ଣ୍ଣାଟକ ୱାର: ବିରୋଧୀଙ୍କ ଆକ୍ରମଣରେ ମୋଦି ଘାଇଲା, ପଢନ୍ତୁ କିଏ କ’ଣ କହିଲେ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିକୁ ନେଇ ଚାଲିଥିବା ହାଇଡ୍ରାମାର ଏକ ଭିନ୍ନମୋଡ଼ରେ ଦିଏଣ୍ଡ ହୋଇଛି। ଫ୍ଲୋର ଟେଷ୍ଟ ପୂର୍ବରୁ ସରକାର ଗଢ଼ିବାର ମାତ୍ର ଅଢ଼େଇ ଦିନ  ଅର୍ଥାତ୍ ୫୫ ଘଣ୍ଟା ପରେ ଇସ୍ତଫା ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟଦ୍ୟୁରପ୍ପା। ୟେଦିଙ୍କ ଇସ୍ତଫା ପରେ କଂଗ୍ରେସ ଓ ଜେଡିଏସ୍‌ ଖୁସିରେ ଉତ୍ସବ ମନାଉଥିବା ବେଳେ ବିଜେପି ଉପରେ ବିରୋଧୀଙ୍କ ଆକ୍ରମଣ ଆରମ୍ଭ ହୋଇଯାଇଛି। ଏହି ଘଟଣା ପରେ କିଏ କ’ଣ କହିଛନ୍ତି ଆସନ୍ତୁ ଜାଣିବା। ରାହୁଲ ଗାନ୍ଧି: ୟେଦ୍ୟୁରପ୍ପାଙ୍କ ଇସ୍ତଫା […]

modi image

Rakesh Mallick
  • Published: Saturday, 19 May 2018
  • , Updated: 19 May 2018, 08:35 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିକୁ ନେଇ ଚାଲିଥିବା ହାଇଡ୍ରାମାର ଏକ ଭିନ୍ନମୋଡ଼ରେ ଦିଏଣ୍ଡ ହୋଇଛି। ଫ୍ଲୋର ଟେଷ୍ଟ ପୂର୍ବରୁ ସରକାର ଗଢ଼ିବାର ମାତ୍ର ଅଢ଼େଇ ଦିନ  ଅର୍ଥାତ୍ ୫୫ ଘଣ୍ଟା ପରେ ଇସ୍ତଫା ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟଦ୍ୟୁରପ୍ପା। ୟେଦିଙ୍କ ଇସ୍ତଫା ପରେ କଂଗ୍ରେସ ଓ ଜେଡିଏସ୍‌ ଖୁସିରେ ଉତ୍ସବ ମନାଉଥିବା ବେଳେ ବିଜେପି ଉପରେ ବିରୋଧୀଙ୍କ ଆକ୍ରମଣ ଆରମ୍ଭ ହୋଇଯାଇଛି। ଏହି ଘଟଣା ପରେ କିଏ କ’ଣ କହିଛନ୍ତି ଆସନ୍ତୁ ଜାଣିବା।

ରାହୁଲ ଗାନ୍ଧି: ୟେଦ୍ୟୁରପ୍ପାଙ୍କ ଇସ୍ତଫା ପରେ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ସିଧାସଳଖ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଟାର୍ଗେଟ୍‌ କରି ରାହୁଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଦେଶ, ଦେଶର ଜନତା କିମ୍ବା ଦେଶର ସାମ୍ବିଧାନିକ ବ୍ୟବସ୍ଥାଠାରୁ ଉପରେ ନୁହଁନ୍ତି। ତାଙ୍କର ଚିନ୍ତାଧାରା ଓ ତାଙ୍କ ମନ୍ତ୍ରୀମଣ୍ଡଳ ଗଣତାନ୍ତ୍ରିକ ନୁହେଁ ବରଂ ଏକଛତ୍ରବାଦୀ ବୋଲି ରାହୁଲ କହିଛନ୍ତି। ଖାଲି ସେତିକି ନୁହେଁ କଥାରେ କଥାରେ ରାହୁଲ୍‌ ଆର୍‌ଏସ୍‌ଏସ୍‌କୁ ମଧ୍ୟ ଟାର୍ଗେଟ୍‌ କରିଛନ୍ତି। ରାହୁଲ୍ କହିଛନ୍ତି, ପ୍ରଧାନମନ୍ତ୍ରୀ ଯେଉଁ ସଂଘରୁ ଟ୍ରେନିଂ ନେଉଛନ୍ତି ସେହି ସଂଘ ଅନ୍ୟକୁ ସମ୍ମାନ ଦିଏ କି ନାହିଁ ମୋତେ ସନ୍ଦେହ ହେଉଛି। ଭ୍ରଷ୍ଟାଚାର ବିରୋଧରେ ଲଢ଼ୁଥିବା କହି ମୋଦି ବିଧାୟକ କିଣି ନିଜେ ଭ୍ରଷ୍ଟାଚାର କରୁଥିଲେ ବୋଲି ରାହୁଲ୍‌ କହିଛନ୍ତି।

ମମତା ବାନାର୍ଜୀ:  କର୍ଣ୍ଣାଟକ ପରିସ୍ଥିତି ଉପରେ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି ଟିଏମ୍‌ସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି। ମମତା ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି ଯେ, ଗଣତନ୍ତ୍ରର ଜୟ ହୋଇଛି। କର୍ଣ୍ଣାଟକକୁ ବଧାଇ ଜଣାଇବା ସହିତ କୁମାର ସ୍ୱାମୀ, କଂଗ୍ରେସ ଓ ଅନ୍ୟମାନଙ୍କୁ ବଧାଇ ଜଣାଇଛନ୍ତି ମମତା। ଏଥିସହ ଆଞ୍ଚଳିକ ଦଳର ବିଜୟ ହୋଇଛି ବୋଲି ମମତା ତାଙ୍କ ଟ୍ୱିଟରେ ଲେଖିଛନ୍ତି।

ତେଜସ୍ୱୀ ଯାଦବ: ସେହିପରି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆର୍‌ଡେଜି ନେତା ତେଜସ୍ୱୀ ଯାଦବ ମଧ୍ୟ ଟ୍ୱିଟରରେ ନିଜ ବୟାନ ଦେଇଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି ଯେ, ସତ୍ୟକୁ କେବେ ହରାଇ ପାରିବ ନାହିଁ। ସତ ସବୁବେଳେ ମିଥ୍ୟା ଓ ମିଥ୍ୟାବାଦୀକୁ ହରାଇଥାଏ।

ଅରବିନ୍ଦ କେଜରିୱାଲ: ଏହି ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ ମଧ୍ୟ ଟ୍ୱିଟ୍‌ କରିଛନ୍ତି। ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ବିଜେପିର କର୍ଣ୍ଣାଟକରେ ଗଣତନ୍ତ୍ରକୁ ହତ୍ୟା କରିବାର ଚେଷ୍ଟା ସଫଳ ହେଲା ନାହିଁ। ଗାଦି ପ୍ରତି ବିଜେପିର ଯେଉଁ ଲୋଭ ରହିଛି ତାର ପର୍ଦ୍ଦାଫାସ ହୋଇଛି। କ’ଣ ବିଜେପି ଏହି ଘଟଣାରୁ କିଛି ଶିଖି ପାରିବ ବୋଲି ଅରବିନ୍ଦ ଟ୍ୱିଟ୍‌ କରିଛନ୍ତି।

ଅଖିଳେଶ ଯାଦବ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ଟ୍ୱିଟରରେ ବିଜେପିକୁ କଟାକ୍ଷ କରି ମନ୍ତବ୍ୟ ଦେଇଛନ୍ତି। ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ଆଜିର ଦିନ ଭାରତୀୟ ରାଜନୀତିର ଧନବଳ ସ୍ଥାନରେ ଜନମତର ବିଜୟର ଦିନ। ସମସ୍ତଙ୍କୁ କିଣିବାକୁ ଦାବି କରୁଥିବା ଲୋକଙ୍କୁ ଆଜି ଶିକ୍ଷା ମିଳିଛି ଯେ, ଆଜିବି ଭାରତରେ ଏମିତି ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କ ଭଳି ରାଜନୀତିକୁ ବ୍ୟବସାୟ ଭାବନ୍ତି ନାହିଁ। ତେଣୁ ନୈତିକତା ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କୁ ଇସ୍ତଫା ଦେଇ ଦେବା ଦରକାର ବୋଲି ଅଖିଳେଶ ଟ୍ୱିଟ୍‌ କରିଛନ୍ତି।

ମାୟାବତୀ: ବିଏସ୍‌ପି ମୁଖ୍ୟ ମାୟାବତୀ କହିଛନ୍ତି ଏହା କର୍ଣ୍ଣାଟକ ପାଇଁ ସବୁଠାରୁ ବଡ଼ ଝଟ୍‌କା। ୨୦୧୯ରେ ତାଙ୍କର ନିର୍ବାଚନୀ ପ୍ରସ୍ତୁତି ଫେଲ୍‌ ହୋଇଛି। ତେଣୁ ରଣନୀତି ଉପରେ ପୁଣିଥରେ ଚର୍ଚ୍ଚା କରିବା ଦରକାର ବୋଲି ମାୟାବତୀ କହିଛନ୍ତି। ସେହିଭଳି ବିଜେପି  ସରକାରୀ ଓ ମେଶିନାରୀ ଦୁରୁପଯୋଗ କରିଥିବା ଅଭିଯୋଗ କରିଥିଲେ ମାୟାବତୀ।

ହରିଶ ରାୱତ: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ବିଜେପି ଟର୍ଗେଟ କରିଛନ୍ତି। ସେ କହିଛନ୍ତି ରାହୁଲ ଗାନ୍ଧି ଓ ତାଙ୍କ ମେଣ୍ଟର ବିଜୟ ହୋଇଛି।

ସୀତାରାମ ୟେଚୁରୀ: ସିପଏମ୍‌ ନେତା ସିତାରମ ୟେଚୁରୀ କହିଛନ୍ତି ଯେ, ଭ୍ରଷ୍ଟାଚାରୀ ଅପରାଧିକ ରଣନୀତି ଯୋଗୁଁ ବିଜେପିକୁ ପରାଜୟ ମିଳିଛି।

Related story