ବେଙ୍ଗାଲୁରୁ: ମାତ୍ର ୮ ଦିନ ମଧ୍ୟରେ ମହାମାରୀ କରୋନାକୁ ମାତ୍ ଦେଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା। ଗତ ରବିବାର ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିଲେ ମଧ୍ୟ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ମଣିପାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
ସେଠାରେ ଗୋଟିଏ ସ୍ୱତନ୍ତ୍ର ଟିମ ତାଙ୍କର ଚିକିତ୍ସା କରୁଥିଲେ। ହସ୍ପିଟାଲରେ ଥିଲା ବେଳେ ମଧ୍ୟ ସେ ସରକାର କାମ କରିବା ସହ ଏକାଧିକ ଫାଇଲରେ ଦସ୍ତଖତ କରୁଥିବା ଫଟୋ ସାମ୍ନାକୁ ଆସିଥିଲା। ହେଲେ ଆଜି ସେ ପୂରା ଠିକ୍ ହୋଇଯିବାରୁ ତାଙ୍କୁ ହସ୍ପିଟାଲରୁ ଘରକୁ ପଠାଇ ଦିଆଯାଇଛି। ଏବେ ସେ ଗୋଟିଏ ସପ୍ତାହ ଘରେ ଆଇସୋଲେସନରେ ରହିବେ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ ୟେଦ୍ୟୁରପ୍ପାଙ୍କ ବ୍ୟତୀତ ତାଙ୍କ ଝିଅ ଓ ଅନ୍ୟ ୬ ଜଣ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେମାନେ ହସ୍ପିଟାଲରୁ ଫେରିଛନ୍ତି କି ନାହିଁ, ତାହା ଜଣାପଡ଼ିନାହିଁ।
ଆଜି ୟେଦ୍ୟୁରପ୍ପା ସୁସ୍ଥ ହୋଇ ଘରକୁ ଫେରିଥିଲେ ହେଁ ଗତକାଲି କର୍ଣ୍ଣାଟକା ସ୍ୱାସ୍ଥ୍ୟ ମନ୍ତ୍ରୀ ବି ସୀରାମୁଲ୍ଲୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ଏକ ସରକାରୀ ହସ୍ପିଟାଲରେ ଚିକିତ୍ସା ଯୋଗାଇ ଦିଆଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।