କର୍ଣ୍ଣାଟକା ରାଜନୀତି: ସରକାର ରହିବ ନା ବିଜେପି କ୍ଷମତାକୁ ଫେରିବ

ନୂଆଦିଲ୍ଲୀ: କର୍ଣ୍ଣାଟକାରେ ସୃଷ୍ଟି ହୋଇଥିବା କ୍ଷମତା ଯୁଦ୍ଧ ଆଜି ମଧ୍ୟ ଜାରି ରହିଛି। କଂଗ୍ରେସ ଓ ଜେଡିଏସ୍‌ର ବିଦ୍ରୋହୀ ବିଧାୟକମାନେ କର୍ଣ୍ଣାଟକା ବାଚସ୍ପତିଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବାଚସ୍ପତି ୧୦ ବିଧାୟକଙ୍କ ଇସ୍ତଫାପତ୍ର ଗ୍ରହଣ କରୁ ନଥିବାରୁ ସୁପ୍ରିମକୋର୍ଟରେ ଏଭଳି ମାମଲା ରୁଜୁ ହୋଇଛି। ସୁପ୍ରିମକୋର୍ଟ ଆସନ୍ତାକାଲି ମାମଲାର ଶୁଣାଣି କରିବେ। ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଗ୍ରହଣ କରିବା ପାଇଁ ବାଚସ୍ପତି କେଆର ରେମଶ କୁମାର ୬ ଦିନ ସମୟ ନେଇଛନ୍ତି। ଏହି ସମୟରେ କଂଗ୍ରେସ […]

er

Hemant Lenka
  • Published: Wednesday, 10 July 2019
  • , Updated: 10 July 2019, 03:32 PM IST

ନୂଆଦିଲ୍ଲୀ: କର୍ଣ୍ଣାଟକାରେ ସୃଷ୍ଟି ହୋଇଥିବା କ୍ଷମତା ଯୁଦ୍ଧ ଆଜି ମଧ୍ୟ ଜାରି ରହିଛି। କଂଗ୍ରେସ ଓ ଜେଡିଏସ୍‌ର ବିଦ୍ରୋହୀ ବିଧାୟକମାନେ କର୍ଣ୍ଣାଟକା ବାଚସ୍ପତିଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବାଚସ୍ପତି ୧୦ ବିଧାୟକଙ୍କ ଇସ୍ତଫାପତ୍ର ଗ୍ରହଣ କରୁ ନଥିବାରୁ ସୁପ୍ରିମକୋର୍ଟରେ ଏଭଳି ମାମଲା ରୁଜୁ ହୋଇଛି।

ସୁପ୍ରିମକୋର୍ଟ ଆସନ୍ତାକାଲି ମାମଲାର ଶୁଣାଣି କରିବେ। ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଗ୍ରହଣ କରିବା ପାଇଁ ବାଚସ୍ପତି କେଆର ରେମଶ କୁମାର ୬ ଦିନ ସମୟ ନେଇଛନ୍ତି। ଏହି ସମୟରେ କଂଗ୍ରେସ ଓ ଜେଡିଏସ୍‌ କାଳେ ବିଦ୍ରୋହୀ ବିଧାୟକଙ୍କୁ ମନେଇ ନେବ, ସେ ଆଶଙ୍କାରେ ବିଜେପି ରହିଛି।

୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକା ବିଧାନସଭାରୁ ୧୩ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି। ସେହିପରି କଂଗ୍ରେସ ବିଧାୟକ ରୋଶନ ବାଗି ମଧ୍ୟ ନିଜ ପଦରୁ ଇସ୍ତଫା ଦେବା କଥା ଘୋଷଣା କରିଛନ୍ତି। ତେଣୁ ୧୪ ଜଣ ବିଧାୟକ ବିଧାନସଭାରୁ ବାଦ ପଡ଼ିବେ। ଅର୍ଥାତ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ସରକାରରେ ୧୦୨ ଜଣ ବିଧାୟକ ରହିବେ। ଅନ୍ୟପକ୍ଷରେ ବିଜେପି ପାଖରେ ୧୦୫ ବିଧାୟକ ଥିବା ବେଳେ ଆଉ ୨ ଜଣ ବିଧାୟକ ଦଳକୁ ସମର୍ଥନ କରିବେ ବୋଲି କହିଛନ୍ତି। ତେଣୁ ବିଜେପି ପାଖରେ ୧୦୭ ଜଣ ବିଧାୟକଙ୍କ ସମର୍ଥନ ରହିଛି।

ଏବେ ଆସନ୍ତୁ ଜାଣିବା ଆଗକୁ କ’ଣ ଘଟିବ

: କଂଗ୍ରେସ-ଜେଡିଏସ୍‌ ସରକାର ରହିବ: ଯଦି ୧୩ ଜଣ ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ୪ରୁ ୫ ଜଣ ବିଧାୟକ ନିଜର ଇସ୍ତଫାପତ୍ର ପ୍ରତ୍ୟାହାର କରିନେବେ ଏବଂ କ୍ୟାବିନେଟ୍‌ ପଦ ଗ୍ରହଣ କରିବେ, ତା’ହେଲେ ସରକାର ରହିବ। ଯଦି ଏହା ସମ୍ଭବ ହେବ ନାହିଁ, ତା’ହେଲେ କଂଗ୍ରେସ ଓ ଜେଡିଏସ୍‌ ମଧ୍ୟ ବିଜେପିର ୪ରୁ ୫ ଜଣ ବିଧାୟକଙ୍କୁ ଇସ୍ତଫା ଦେବା ପାଇଁ ପ୍ରଲୋଭିତ କରିପାରନ୍ତି।

: ବିଜେପି କ୍ଷମତାକୁ ଫେରିବ: ଯଦି ବାଚସ୍ପତି ୧୩ ଜଣ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ପତ୍ର ଗ୍ରହଣ କରିନେବେ, ତା’ହେଲେ ବିଜେପି ବେଶ ଆରାମରେ ସରକାର ଗଠନ କରିପାରିବ। କାରଣ ଦଳ ପାଖରେ ୧୦୭ ବିଧାୟକଙ୍କ ସମର୍ଥନ ରହିଛି। ୨୨୪ ଆସନରୁ ୧୩ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି। ସେହିପରି ରୋଶନ ବାଗି ମଧ୍ୟ କଂଗ୍ରେସରୁ ଇସ୍ତଫା ଦେବେ। ଏପରି ସ୍ଥିତିରେ ବିଧାନସଭା ଆସନ ସଂଖ୍ୟା ୨୧୦କୁ ଖସି ଆସିବ। ଏପରି ସ୍ଥିତିରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୦୬ ହୋଇଯିବ। ୧୦୭ ବିଧାୟକଙ୍କ ସହ ବିଜେପି କ୍ଷମତାକୁ ଫେରିପାରିବ।

: ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ: ଇସ୍ତଫା ଦେଇଥିବା ୧୦ ଜଣ କଂଗ୍ରେସ ଓ ଜେଡିଏସ୍‌ ବିଧାୟକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ବାଚସ୍ପତି ଏମାନଙ୍କ ଇସ୍ତଫାପତ୍ର ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଛି। ଏପରି ସ୍ଥିତିରେ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିପାରନ୍ତି। ଏପରି ସ୍ଥିତିରେ ସୁପ୍ରିମକୋର୍ଟ ବାଚସ୍ପତିଙ୍କୁ ଯଥାଶୀଘ୍ର ଏହା ଉପରେ ନିଷ୍ପତ୍ତି ନେବାକୁ କହିପାରନ୍ତି ଅନ୍ୟଥା ଫ୍ଲୋର ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇପାରନ୍ତି।

: ପୁଣି ନିର୍ବାଚନ: ଯଦି ସମସ୍ତ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଗ୍ରହଣ ହୋଇଯାଏ ଏବଂ ଦୁଇ ଜଣ ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ କରିବାକୁ ମନା କରି ଦିଅନ୍ତି, ତା’ହେଲେ ରାଜ୍ୟପାଳ କର୍ଣ୍ଣାଟକାରେ ରାଷ୍ଟ୍ରପତି ଶାସନ ଜାରି କରିପାରନ୍ତି। ନିର୍ବାଚନ ସରିବା ଯାଏ, କୁମାରସ୍ୱାମୀଙ୍କୁ କାମଚଳା ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇପାରନ୍ତି।

Related story