ମୁମ୍ବାଇରେ କର୍ଣ୍ଣାଟକା ଡ୍ରାମା: ଶିବକୁମାର ଓ ଗୁଲାମନବୀ ଆଜାଦ ଅଟକ

ମୁମ୍ବାଇ: କର୍ଣ୍ଣାଟକାରେ ସୃଷ୍ଟି ହୋଇଥିବା କ୍ଷମତା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଆଜି ଏହି ଡ୍ରାମାର ଆଉ ଗୋଟିଏ ଅଙ୍କ ମୁମ୍ବାଇରେ ଦେଖିବାକୁ ମିଳିଛି। ମୁମ୍ବାଇର ଯେଉଁ ହୋଟେଲରେ ବିଦ୍ରୋହୀ ବିଧାୟକମାନେ ରହିଛନ୍ତି, ସେଠାକୁ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ଡିକେ ଶିବକୁମାର ଯାଇ ତାଙ୍କ ଦଳର ବିଦ୍ରୋହୀ ବିଧାୟକଙ୍କୁ ଭେଟିବାକୁ ଚାହିଁଥିଲେ। ହେଲେ ପୁଲିସ୍‌ ତାଙ୍କୁ ଏଥିପାଇଁ ଅନୁମତି ଦେଇ ନଥିଲା। ସେ ପୁଲିସ୍‌ ସହ ଯୁକ୍ତିତର୍କ କରିବା ସହିତ ସେହି […]

uo

Hemant Lenka
  • Published: Wednesday, 10 July 2019
  • , Updated: 10 July 2019, 05:03 PM IST

ମୁମ୍ବାଇ: କର୍ଣ୍ଣାଟକାରେ ସୃଷ୍ଟି ହୋଇଥିବା କ୍ଷମତା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଆଜି ଏହି ଡ୍ରାମାର ଆଉ ଗୋଟିଏ ଅଙ୍କ ମୁମ୍ବାଇରେ ଦେଖିବାକୁ ମିଳିଛି। ମୁମ୍ବାଇର ଯେଉଁ ହୋଟେଲରେ ବିଦ୍ରୋହୀ ବିଧାୟକମାନେ ରହିଛନ୍ତି, ସେଠାକୁ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ଡିକେ ଶିବକୁମାର ଯାଇ ତାଙ୍କ ଦଳର ବିଦ୍ରୋହୀ ବିଧାୟକଙ୍କୁ ଭେଟିବାକୁ ଚାହିଁଥିଲେ। ହେଲେ ପୁଲିସ୍‌ ତାଙ୍କୁ ଏଥିପାଇଁ ଅନୁମତି ଦେଇ ନଥିଲା।

ସେ ପୁଲିସ୍‌ ସହ ଯୁକ୍ତିତର୍କ କରିବା ସହିତ ସେହି ଜାଗାରୁ ହଟିବେନି ବୋଲି ଜିଦ ଧରିବାରୁ ତାଙ୍କୁ ଥାନାରେ ଅଟକ ରଖାଯାଇଛି। ଶିବକୁମାରଙ୍କ ସହ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମିଲିନ୍ଦ ଦେଓରା ଓ ପୂର୍ବତନ ମହାରାଷ୍ଟ୍ର ମନ୍ତ୍ରୀ ନୀଶମ ଖାନଙ୍କୁ ମଧ୍ୟ ପୁଲିସ୍‌ ଅଟକ ରଖିଛି। ସେମାନଙ୍କୁ କଲିନା ବିଶ୍ୱବିଦ୍ୟାଳୟ ରେଷ୍ଟ ହାଉସ୍‌କୁ ନିଆଯାଇଛି।

ଅନ୍ୟପକ୍ଷରେ କର୍ଣ୍ଣାଟକାରେ ମଧ୍ୟ କଂଗ୍ରେସର ନେତା ଗୁଲାମ ନବୀ ଆଜାଦ ଓ ଦୀନେଶ ଗୁଣ୍ଡୁରାଓଙ୍କୁ ମଧ୍ୟ ଅଟକ ରଖାଯାଇଛି।

Related story