ସରିଲା କର୍ଣ୍ଣାଟକ ପ୍ରଚାର: ଶେଷ ଦିନରେ ସବୁ ଦଳର ପ୍ରାଣମୂର୍ଚ୍ଛା ଉଦ୍ୟମ

ରାଲି, ରୋଡ୍ ସୋ, ସାଧାରଣ ସଭା ଓ ସାମ୍ବାଦିକ ସମ୍ମିଳନୀ ଭିତରେ ଶେଷ ହୋଇଯାଇଛି ହାଇଭୋଲଟେଜ୍ କ୍ୟାମ୍ପେନ। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାରର ଶେଷ ଦିନରେ ଲୋକଙ୍କ ପାଖକୁ ପହଞ୍ଚିବା ପାଇଁ ପ୍ରୟାସ କରିଛନ୍ତି ସମସ୍ତ ଦଳ। ବିଜେପି, କଂଗ୍ରେସ ଏବଂ ଜେଡିଏସ୍ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରଚାର କରିଛନ୍ତି। କେବଳ ଆଜି, ଗୋଟିଏ ଦିନରେ ବିଜେପି ୨୮ରୁ ଅଧିକ ରାଲିର ଆୟୋଜନ କରିଥିଲା। ୨୩ କେନ୍ଦ୍ରମନ୍ତ୍ରୀ, ୧୨ରୁ ଅଧିକ ସାଂସଦ, ଦୁଇ ମୁଖ୍ୟମନ୍ତ୍ରୀ ଓ ନିଜେ […]

64094223

64094223

Rakesh Mallick
  • Published: Thursday, 10 May 2018
  • Updated: 10 May 2018, 08:03 PM IST

Sports

Latest News

ରାଲି, ରୋଡ୍ ସୋ, ସାଧାରଣ ସଭା ଓ ସାମ୍ବାଦିକ ସମ୍ମିଳନୀ ଭିତରେ ଶେଷ ହୋଇଯାଇଛି ହାଇଭୋଲଟେଜ୍ କ୍ୟାମ୍ପେନ। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାରର ଶେଷ ଦିନରେ ଲୋକଙ୍କ ପାଖକୁ ପହଞ୍ଚିବା ପାଇଁ ପ୍ରୟାସ କରିଛନ୍ତି ସମସ୍ତ ଦଳ। ବିଜେପି, କଂଗ୍ରେସ ଏବଂ ଜେଡିଏସ୍ ଭିନ୍ନ ଭିନ୍ନ ଢଙ୍ଗରେ ପ୍ରଚାର କରିଛନ୍ତି। କେବଳ ଆଜି, ଗୋଟିଏ ଦିନରେ ବିଜେପି ୨୮ରୁ ଅଧିକ ରାଲିର ଆୟୋଜନ କରିଥିଲା। ୨୩ କେନ୍ଦ୍ରମନ୍ତ୍ରୀ, ୧୨ରୁ ଅଧିକ ସାଂସଦ, ଦୁଇ ମୁଖ୍ୟମନ୍ତ୍ରୀ ଓ ନିଜେ ଖୋଦ୍ ଦଳର ଟପ୍ ବସ୍ ଅମିତ ଶାହ ପ୍ରଚାର କରିଥିଲେ। ଓଡ଼ିଆ ବହୁଳ ଅଞ୍ଚଳରେ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଚାରରେ କଂଗ୍ରେସ ବି ପଛରେ ପଡ଼ିନଥିଲା। ପ୍ରଚାର ସହିତ ଏହ ସାମ୍ବାଦିକ ସମ୍ମିଳନୀ କରି ମୋଦି ଓ ବିଜେପିକୁ ଟାର୍ଗେଟ କରିଥିଲେ ରାହୁଲ ଗାନ୍ଧି। ଆରପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ାଙ୍କ ଦଳ ଜେଡିଏସ୍ ମଧ୍ୟ ଲୋକଙ୍କ ସମର୍ଥନ ହାସଲ ପାଇଁ ସବୁ ଚେଷ୍ଟା କରିଛି। ମାୟାବତୀଙ୍କ ସହିତ ମେଣ୍ଟ କରିଥିବା ଜେଡିଏସ୍ ଛୋଟ ଛୋଟ ଜନସଭାର ଆୟୋଜନ କରିଥିଲା।

ଆଜି ପ୍ରଚାର ସରିଥିବା ବେଳେ ୧୨ ତାରିଖରେ ହେବ ଭୋଟ। ରାଜ୍ୟର ୨୨୩ ବିଧାନସଭା ଆସନରେ ଭୋଟ ଗ୍ରହଣ ଲାଗି ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ୪ କୋଟି ୯୦ ଲକ୍ଷ ଭୋଟ୍‌ର, ୫୬ ହଜାର ୬୯୬ ପୁଲିଂ ବୁଥ୍‌ରେ ନିଜ ମତଦାନ ସାବ୍ୟସ୍ତ କରିବେ। ନିର୍ବାଚନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୋଟ ଦିନ ମୁତୟନ ହେବେ ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ସୁରକ୍ଷାକର୍ମୀ। କେବଳ ବେଙ୍ଗଲୁରୁର ସୁରକ୍ଷା ଦାୟିତ୍ୱରେ ରହିବେ ୨୦ ହଜାର ସୁରକ୍ଷାକର୍ମୀ। ୧୨ ଶହ ପୁଲିଂ ବୁଥ୍‌ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯିବା ସହ ୩୨୪ଟି ବୁଥ୍ ଉପରେ ସ୍ୱତନ୍ତ୍ର ନଜର ରଖିଛନ୍ତି ନିର୍ବାଚନ କମିଶନ୍। କିଛି ଦିନ ତଳେ ନକଲି ଭୋଟର କାର୍ଡକୁ ନେଇ ଆସିଥିବା ଅଭିଯୋଗକୁ ଗୁରୁତ୍ୱ ସହ ନେଇଛନ୍ତି କମିଶନ୍। ତେଣୁ ସମସ୍ତ ବୁଥ୍‌ରେ ଭୋଟର ପରିଚୟ ପତ୍ର କଡ଼ାକଡ଼ି ଯାଞ୍ଚ କରାଯିବ।

ଏଥର କର୍ଣ୍ଣାଟକ ନିର୍ବାଚନ ଉଭୟ କଂଗ୍ରେସ ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ। କଂଗ୍ରେସ ହାତରୁ କର୍ଣ୍ଣାଟକକୁ ଛଡ଼ାଇ ଆଣିବାକୁ ବିଜେପି ଚେଷ୍ଟା କରୁଥିବା ବେଳେ ଏକମାତ୍ର ବଡ଼ ରାଜ୍ୟରେ ନିଜ ଗଡ଼ ରକ୍ଷା କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି କଂଗ୍ରେସ। ଉଭୟଙ୍କ କଡ଼ା ଟକ୍କରରେ ଜେଡିଏସ୍ କିଙ୍ଗ ମେକର୍ ଭୂମିକା ଗ୍ରହଣ କରିବ ବୋଲି ରାଜନୈତିକ ସମୀକ୍ଷକ କହୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story