କର୍ଣ୍ଣାଟକ ନିର୍ବାଚନ ପାଇଁ ଜମୁଛି ପ୍ରଚାର: ମୋଦିଙ୍କ ରାଲି ବନାମ ରାହୁଲଙ୍କ ମନ୍ଦିର ଯାତ୍ରା

ପ୍ରଚାର ପାଇଁ ବାକି ରହିଲା ମାତ୍ର ଗୋଟିଏ ଦିନ। ୧୨ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ  ଆସନ୍ତା କାଲି ପ୍ରଚାରର ଶେଷ ଦିନ। ଆଉ ଏହି ମଉକାକୁ ହାତଛଡା କରୁବାକୁ ଚାହୁଁ ନାହାନ୍ତି ଉଭୟ କଂଗ୍ରେସ ଓ ବିଜେପି।  ମୋଦିଙ୍କ ନେତୃତ୍ୱରେ ବିଜେପି ଜୋରଦାର ପ୍ରଚାର କରୁଥିବା ବେଳେ କଡ଼ା ଟକ୍କର ଦେଉଛି କଂଗ୍ରେସ। ସେପଟେ ଜନତା ଦଳ ସେକୁଲାର ମଧ୍ୟ ଭୋଟରଙ୍କୁ ମନାଇବାରେ ବ୍ୟସ୍ତ। ଗୋଟିଏ ଦିନ ପ୍ରଚାର ବାକି,  ତା ପରେ ଗୋଟିଏ […]

0f8c731d-486f-45ad-8d2e-44ba91054c8b

Rakesh Mallick
  • Published: Wednesday, 09 May 2018
  • , Updated: 09 May 2018, 05:34 PM IST

ପ୍ରଚାର ପାଇଁ ବାକି ରହିଲା ମାତ୍ର ଗୋଟିଏ ଦିନ। ୧୨ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ  ଆସନ୍ତା କାଲି ପ୍ରଚାରର ଶେଷ ଦିନ। ଆଉ ଏହି ମଉକାକୁ ହାତଛଡା କରୁବାକୁ ଚାହୁଁ ନାହାନ୍ତି ଉଭୟ କଂଗ୍ରେସ ଓ ବିଜେପି।  ମୋଦିଙ୍କ ନେତୃତ୍ୱରେ ବିଜେପି ଜୋରଦାର ପ୍ରଚାର କରୁଥିବା ବେଳେ କଡ଼ା ଟକ୍କର ଦେଉଛି କଂଗ୍ରେସ। ସେପଟେ ଜନତା ଦଳ ସେକୁଲାର ମଧ୍ୟ ଭୋଟରଙ୍କୁ ମନାଇବାରେ ବ୍ୟସ୍ତ।

ଗୋଟିଏ ଦିନ ପ୍ରଚାର ବାକି,  ତା ପରେ ଗୋଟିଏ ଦିନ ଛାଡି ଇଭିଏମ୍‌ରେ ବନ୍ଦ ହେବ ନେତାଙ୍କ ଭାଗ୍ୟ। ଅର୍ଥାତ ଆସନ୍ତା ୧୨ ତାରଖରେ ହେବ କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ଆଉ ଏହାକୁ ନେଇ କର୍ଣ୍ଣାଟକ ନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର। କୋଲାର ସମେତ ୭ ଟି ସ୍ଥାନରେ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଚାର କରିଛନ୍ତି। ନିଆରା ଢଙ୍ଗରେ କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦି। ଦେଶରେ ୬ଟି ରୋଗ ଆଣିଛି  କଂଗ୍ରେସ,  କଂଗ୍ରେସ କଲଚର, କମ୍ୟୁନଲିଜିମ୍, କାଷ୍ଟିଜିମ୍, କ୍ରାଇମ୍, କରପସନ୍ ଏବଂ କଣ୍ଟ୍ରାକ୍ଟର ସିଷ୍ଟମ। ଅର୍ଥାତ କଂଗ୍ରେସ ସଂସ୍କୃତି, ସାମ୍ପ୍ରଦାୟୀକତା, ଜାତିବାଦ୍, ଅପରାଧ, ଦୁର୍ନୀତି ଏବଂ ଠିକାଦରୀ ଭଳି ରୋଗ କଂଗ୍ରେସ ଆଣିଥିବା କହିଛନ୍ତି ନରେନ୍ଦର ମୋଦି।

ସେପଟେ କଂଗ୍ରେସର ମଙ୍ଗ ଧରିଛନ୍ତି ରାହୁଲ-ସିଦ୍ଧରମୈୟା ଯୋଡ଼ି। ଏହି ଯୋଡ଼ି ରୋଡ-ସୋ କରି କର୍ଣ୍ଣାଟକରେ କଂଗ୍ରେସକୁ ଭୋଟ ଦେବାକୁ ଭୋଟରଙ୍କୁ ଅନୁରୋଧ କରିଛନ୍ତି। ବାସଭନାଗୁଡିରେ ରାହୁଲ ଏବଂ ଚାମୁଶ୍ୱେରୀରେ ସିଦ୍ଧରମୈୟା ରୋଡ-ସୋ କରିଛନ୍ତି। ରୋଡ ସୋ ପୂର୍ବରୁ ବାସଭନାଗୁଡିରେ ରାହୁଲ  କର୍ମୀଙ୍କ ସହ ଆଲୋଚନା କରିଥିଲେ। ଏହା ସହ ସେ ଦୋଦା ଗଣପତି ମନ୍ଦିର ଯାଇ ମଧ୍ୟ ଦର୍ଶନ କରିଥିଲେ।

Related story