କର୍ଣ୍ଣାଟକା: ଛକାପଞ୍ଝା ଜାରି, ସବୁ ମନ୍ତ୍ରୀଙ୍କ ଇସ୍ତଫା

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ସୃଷ୍ଟି ହୋଇଥିବା କ୍ଷମତା ଯୁଦ୍ଧ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ଆସି ପହଞ୍ଚି ଯାଇଛି। ସରକାର ବଞ୍ଚାଇବା ପାଇଁ କଂଗ୍ରେସ ଓ ଜେଡିଏସ୍‌ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିଲେ ହେଁ ଗୋଟିଏ ପରେ ଗୋଟିଏ ଝଟକା ସେମାନଙ୍କୁ ପୂରା ଦୋହଲାଇ ଦେଇଛି। ସରକାର ବଞ୍ଚାଇବା ପାଇଁ ଆଜି କୁମାରସ୍ୱାମୀଙ୍କ ମନ୍ତ୍ରିମଣ୍ଡଳରୁ ସମସ୍ତ କଂଗ୍ରେସ୍ ଓ ଜେଡିଏସ୍ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଫଳରେ ମୁମ୍ବାଇର ବିଳାସପୂର୍ଣ୍ଣ ହୋଟେଲରେ ଥିବା ବିଦ୍ରୋହୀ ବିଧାୟକମାନଙ୍କୁ ମନାଇ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ। […]

sqww

Hemant Lenka
  • Published: Monday, 08 July 2019
  • , Updated: 08 July 2019, 09:52 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ସୃଷ୍ଟି ହୋଇଥିବା କ୍ଷମତା ଯୁଦ୍ଧ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ଆସି ପହଞ୍ଚି ଯାଇଛି। ସରକାର ବଞ୍ଚାଇବା ପାଇଁ କଂଗ୍ରେସ ଓ ଜେଡିଏସ୍‌ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିଲେ ହେଁ ଗୋଟିଏ ପରେ ଗୋଟିଏ ଝଟକା ସେମାନଙ୍କୁ ପୂରା ଦୋହଲାଇ ଦେଇଛି। ସରକାର ବଞ୍ଚାଇବା ପାଇଁ ଆଜି କୁମାରସ୍ୱାମୀଙ୍କ ମନ୍ତ୍ରିମଣ୍ଡଳରୁ ସମସ୍ତ କଂଗ୍ରେସ୍ ଓ ଜେଡିଏସ୍ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି।

ଫଳରେ ମୁମ୍ବାଇର ବିଳାସପୂର୍ଣ୍ଣ ହୋଟେଲରେ ଥିବା ବିଦ୍ରୋହୀ ବିଧାୟକମାନଙ୍କୁ ମନାଇ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ। ହେଲେ ସନ୍ଧ୍ୟାରେ ମୁମ୍ବାଇରେ ଥିବା କଂଗ୍ରେସ ଓ ଜେଡିଏସ୍‌ର ସମସ୍ତ ୧୩ ବିଦ୍ରୋହୀ ବିଧାୟକ ଏବଂ ସ୍ୱାଧୀନ ବିଧାୟକ ନାଗେଶ ଗୋଆ ଚାଲି ଯାଇଛନ୍ତି। ସେମାନଙ୍କୁ ବିଜେପିର କର୍ମକର୍ତ୍ତାମାନେ ଗୋଆ ନେଇଯାଇଛନ୍ତି।

ଅନ୍ୟପକ୍ଷରେ ମେଣ୍ଟ ସରକାରଙ୍କୁ ସମର୍ଥନ ଦେଇଥିବା କେପିଜେପିର ବିଧାୟକ ଆର ଶଙ୍କର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ବିଜେପିକୁ ସମର୍ଥନ କରିବେ ବୋଲି କହିଛନ୍ତି। ଅର୍ଥାତ ବିଜେପିର ବିଧାୟକ ସଂଖ୍ୟା ୧୦୭ରେ ପହଞ୍ଚି ଯାଇଛି।

ସେହିପରି କଂଗ୍ରେସ ବିଧାୟକ ରୋଶନ ବେଗ ମଧ୍ୟ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେବେ ବୋଲି କହିଛନ୍ତି। ଏହାବାଦ୍‌ ଆହୁରି ୩ରୁ ୪ ଜଣ ବିଦ୍ରୋହୀ ବିଧାୟକ ମୁମ୍ବାଇ ଆସିବେ ବୋଲି ଜଣାପଡ଼ିଛି।

ଏସବୁ ଭିତରେ ଆଜି କଂଗ୍ରେସର ବରିଷ୍ଠ ନେତାମାନେ ଗୁପ୍ତ ସ୍ଥାନରେ ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ବିଦ୍ରୋହ ଘୋଷଣା କରିଥିବା ବିଧାୟକଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯିବ, ସେ ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

ବିଜେପି ନେତା ବିଏସ୍‌ ୟେଦ୍ଦୁରପ୍ପା କହିଛନ୍ତି, “ଆମ ପାଖରେ ଏବେ ୧୦୭ ବିଧାୟକଙ୍କ ସମର୍ଥନ ରହିଛି। ଏପରି ସ୍ଥିତିରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଇସ୍ତଫା ଦେବା ଦରକାର। ତଥାପି ସେ କହୁଛନ୍ତି ସରକାର ସଂଖ୍ୟା ଗରିଷ୍ଠତା ହାସଲ କରିଛି। ରାଜ୍ୟବାସୀ ସବୁ ଦେଖୁଛନ୍ତି। ଆମେ କେବଳ ସମୟକୁ ଅପେକ୍ଷା କରିଛୁ।”

[caption id="attachment_403938" align="aligncenter" width="776"] ମୁମ୍ବାଇ ହୋଟେଲରେ ବିଦ୍ରୋହୀ ବିଧାୟକ[/caption]

ଏପରି ସ୍ଥିତିରେ ଆଉ କୌଣସି ବିଧାୟକ କାଳେ ବିଜେପି କ୍ୟାମ୍ପକୁ ଚାଲିଯିବେ, ସେଥିପାଇଁ ଆଜି ଜେଡିଏସ୍‌ ପକ୍ଷରୁ ସମସ୍ତ ଦଳୀୟ ବିଧାୟକଙ୍କୁ ପ୍ରଥମେ ତାଜ ୱେଷ୍ଟ ଏଣ୍ଡ ହୋଟେଲଙ୍କୁ ନିଆଯାଇଥିଲା। ଏହାପରେ ଏକ ବସ୍‌ ଯୋଗେ ସମସ୍ତଙ୍କୁ ନନ୍ଦି ହିଲ୍ସ ରୋଡ୍‌ରେ ଥିବା ଗୋଲ୍ଫଶିୟେରକୁ ନିଆଯାଇଛି।

କର୍ଣ୍ଣାଟକାରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ କରିବା ଦିନଠାରୁ ହିଁ ବିବାଦ ଦେଖାଦେଇଛି। କଂଗ୍ରେସ ୭୯ଟି ଆସନ ପାଇଥିଲେ ହେଁ ୩୭ ଆସନ ଜିତିଥିବା ଜେଡିଏସ୍‌ ସହ ମିଶି ମେଣ୍ଟ ସରକାର ଗଢିଥିଲା। ଏହାକୁ ଅନେକ କଂଗ୍ରେସ ନେତା ନାପସନ୍ଦ କରିଥିଲେ। ବର୍ତ୍ତମାନ ଏହି ଅସନ୍ତୋଷ ବିସ୍ଫୋରକ ରୂପ ଧାରଣ କରିଛି। ଦିନକୁ ଦିନ କୁମାରସ୍ୱାମୀ ସରକାର ଉପରେ ସୃଷ୍ଟି ହୋଇଥିବା ବିପଦ ଆହୁରି ଘନୀଭୂତ ହେବାରେ ଲାଗିଛି।

ପ୍ରତି ମୁହୂର୍ତ୍ତରେ ବଦଳୁଥିବା ଘଟଣା କ୍ରମରେ ଆଜି ସକାଳୁ ସ୍ୱାଧୀନ ବିଧାୟକ ତଥା ଗତ ଜୁନ୍ ମାସରେ ମନ୍ତ୍ରୀ ହୋଇଥିବା ଏଚ୍ ନାଗେଶ ରାଜ୍ୟପାଳଙ୍କୁ ଭେଟି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। ଏଥିସହ ସରକାର ଗଠନ ପାଇଁ ଯଦି ବିଜେପିକୁ ଆମନ୍ତ୍ରଣ କରାଯାଏ, ତେବେ ସେ ସମର୍ଥନ ଦେବେ ବୋଲି ଖୋଲାଖୋଲି ଜଣାଇଥିଲେ। ସେପଟେ କୁମାରସ୍ୱାମୀ ସରକାରକୁ ବଞ୍ଚାଇବା ପାଇଁ ଆଜି ପ୍ରଥମେ ଉପମୁଖ୍ୟମନ୍ତ୍ରୀ ପରମେଶ୍ଵରଙ୍କ ସମେତ କଂଗ୍ରେସର ସମସ୍ତ ୨୧ ଜଣ ଯାକ ମନ୍ତ୍ରୀ ଇସ୍ତଫା ଦେଇଥିଲେ। ଏହାପରେ ଜେଡିଏସ୍‌ର ୯ ଜଣ ସମାନ ନୀତି ଆପଣାଇଥିଲେ।

ମନ୍ତ୍ରିମଣ୍ଡଳ ପୁନର୍ଗଠନ ଖୁବଶୀଘ୍ର ହେବ ବୋଲି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ମଧ୍ୟ ଘୋଷଣା କରିଛନ୍ତି। ହେଲେ ବିଦ୍ରୋହୀ ବିଧାୟକ କଂଗ୍ରେସ କିମ୍ବା ଜେଡିଏସ୍‌ ନେତୃବୃନ୍ଦଙ୍କୁ ଧରା ଦେଉନାହାନ୍ତି। କଂଗ୍ରେସ ଓ ଜେଡିଏସର ୧୩ ଅସନ୍ତୁଷ୍ଟ ବିଧାୟକଙ୍କ ସହ ଆଲୋଚନା କରାଯାଇ ସେମାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ ବୋଲି ଏଆଇସିସି ସାଧାରଣ ସମ୍ପାଦକ କେସି ଭେନୁଗୋପାଳ କହିଛନ୍ତି।

ଅପରପକ୍ଷରେ କର୍ଣ୍ଣାଟକା ରାଜନୀତିକୁ ନେଇ ଆଜି ପାର୍ଲାମେଣ୍ଟ ବି ସରଗରମ ରହିଥିଲା। ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଂଜନ ଚୌଧୁରୀ ବିଜେପି ସରକାର ଅମଳରେ ଗଣତନ୍ତ୍ରକୁ ହାସ୍ୟାସ୍ପଦ ସ୍ତରକୁ ନେଇଯାଇଛି ବୋଲି କହିଥିଲେ। ଏହାର ଜବାବ ଦେଇଥିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।

ସେ କହିଥିଲେ, କର୍ଣ୍ଣାଟକରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେଥିରେ କେନ୍ଦ୍ର ସରକାରଙ୍କ କୌଣସି ଭୂମିକା ନାହିଁ। ଇସ୍ତଫା ଡ୍ରାମା ରାହୁଲ ଗାନ୍ଧିଙ୍କ ଠାରୁ ଆରମ୍ଭ ହୋଇଛି ବୋଲି ସେ କଟାକ୍ଷ କରିଥିଲେ।

Related story