ଗୁରୁବାର କର୍ଣ୍ଣାଟକା ଆସ୍ଥା ଭୋଟ୍‌, ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି

ବେଙ୍ଗାଲୁରୁ: ଦୀର୍ଘ ଦିନ ଧରି କର୍ଣ୍ଣାଟକାରେ ସୃଷ୍ଟି ହୋଇଥିବା କ୍ଷମତାଯୁଦ୍ଧ ଏବେ ଶେଷ ପର୍ଯ୍ୟାୟରେ ଆସି ପହଞ୍ଚି ଯାଇଛି। କଂଗ୍ରେସ-ଜେଡିଏସ୍‌ ମେଣ୍ଟ ଆସନ୍ତା ଗୁରୁବାର ଦିନ ୧୧ଟାରେ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ। ପୂର୍ବରୁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଗୃହରେ ଆସ୍ଥା ଭୋଟ ପାଇଁ ତାରିଖ ନିର୍ଦ୍ଧାରଣ କରିବାକୁ ବାଚସ୍ପତିଙ୍କୁ କହିଥିବା ବେଳେ ଆଜି ବିଜେପି ମଧ୍ୟ ଆସ୍ଥା ଭୋଟ ହେବା ସପକ୍ଷରେ ଯୁକ୍ତି ବାଢ଼ିଥିଲା। ତେବେ ଆସନ୍ତାକାଲି ସୁପ୍ରିମକୋର୍ଟ କର୍ଣ୍ଣାଟକାର ନାଟକ ସମ୍ପର୍କରେ ଶୁଣାଣି କରିବେ। ଏଥିପାଇଁ […]

k

k

Hemant Lenka
  • Published: Monday, 15 July 2019
  • Updated: 15 July 2019, 03:47 PM IST

Sports

Latest News

ବେଙ୍ଗାଲୁରୁ: ଦୀର୍ଘ ଦିନ ଧରି କର୍ଣ୍ଣାଟକାରେ ସୃଷ୍ଟି ହୋଇଥିବା କ୍ଷମତାଯୁଦ୍ଧ ଏବେ ଶେଷ ପର୍ଯ୍ୟାୟରେ ଆସି ପହଞ୍ଚି ଯାଇଛି। କଂଗ୍ରେସ-ଜେଡିଏସ୍‌ ମେଣ୍ଟ ଆସନ୍ତା ଗୁରୁବାର ଦିନ ୧୧ଟାରେ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ। ପୂର୍ବରୁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଗୃହରେ ଆସ୍ଥା ଭୋଟ ପାଇଁ ତାରିଖ ନିର୍ଦ୍ଧାରଣ କରିବାକୁ ବାଚସ୍ପତିଙ୍କୁ କହିଥିବା ବେଳେ ଆଜି ବିଜେପି ମଧ୍ୟ ଆସ୍ଥା ଭୋଟ ହେବା ସପକ୍ଷରେ ଯୁକ୍ତି ବାଢ଼ିଥିଲା।

ତେବେ ଆସନ୍ତାକାଲି ସୁପ୍ରିମକୋର୍ଟ କର୍ଣ୍ଣାଟକାର ନାଟକ ସମ୍ପର୍କରେ ଶୁଣାଣି କରିବେ। ଏଥିପାଇଁ ବାଚସ୍ପତି କେଏମ ରମେଶ କୁମାର ଆସ୍ଥା ଭୋଟ ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି କହିଥିଲେ। ତେବେ ବିଜେପି ବିଧାନସଭାରେ ହଙ୍ଗାମା କରିବାରୁ ବାଚସ୍ପତି ଆସନ୍ତା ଗୁରୁବାର ଦିନ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଆସ୍ଥା ଭୋଟ ପରେ ହିଁ ବିଧାନସଭା ଚାଲିବ ବୋଲି ମଧ୍ୟ ସେ କହିଛନ୍ତି।

ଆଜି ସକାଳୁ ବିଜେପି ବିଧାୟକ ଗୋଷ୍ଠୀ ଆଜି ବାଚସ୍ପତି ରମେଶ କୁମାରଙ୍କୁ ଭେଟି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଦାବି କରିଥିଲେ। ଏଥିସହ ଯଥାଶୀଘ୍ର ଗୃହରେ ମୁଖ୍ୟମନ୍ତ୍ରୀ ବହୁମତ ସାବ୍ୟସ୍ତ କରନ୍ତୁ ବୋଲି ବିଜେପି ଦାବି କରିଥିଲା। ଯଦି କୁମାରସ୍ୱାମୀ ଗୃହରେ ବହୁମତ ସାବ୍ୟସ୍ତ ନକରନ୍ତି, ତାହାଲେ ବିଧାନସଭା କାର୍ଯ୍ୟରେ ବିଜେପି ବିଧାୟକ ବାଧା ସୃଷ୍ଟି କରିବେ ବୋଲି ଦଳ ଧମକ ଦେଇଥିଲା।

ବାଚସ୍ପତି ରମେଶ କୁମାର ପ୍ରଥମେ ବିଜେପି ଦାବି ଶୁଣି ନଥିଲେ। କିନ୍ତୁ ପରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ, ସିଦ୍ଧରମୈୟା, ଡିକେ ଶିବକୁମାର ଓ ଜମିର ଅହମଦ ଖାନ୍‌ଙ୍କ ସହ ବାଚସ୍ପତି ବୈଠକ କରିବା ପରେ ଯାଇ ଗୁରୁବାର ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ।

ଅନ୍ୟପକ୍ଷରେ ଡ୍ୟାମେଜ୍‌ କଣ୍ଟ୍ରୋଲ୍ ପାଇଁ ଆଜି କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଧରମୈୟା ଦଳର ସଦସ୍ୟମାନଙ୍କ ସହ ବୈଠକ କରିଥିଲେ। ଏହି ବୈଠକ ପରେ ଆସନ୍ତା ଗୁରୁବାର ଦିନ ୧୧ଟାରେ ବିଧାନସଭାରେ ସରକାର ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବେ ବୋଲି ଘୋଷଣା କରିଥିଲେ।

ଆସନ୍ତା ଗୁରୁବାର ଆସ୍ଥା ଭୋଟ ହେବାକୁ ଥିବାରୁ ଆଜି କଂଗ୍ରେସ ଓ ଜେଡିଏସ୍‌ର ବରିଷ୍ଠ ନେତାମାନେ ମୁମ୍ବାଇ ଯିବେ। ସେଠାରେ ସେମାନେ ବିଦ୍ରୋହୀ ବିଧାୟକମାନଙ୍କୁ ମନାଇବାକୁ ଚେଷ୍ଟା କରିବେ ବୋଲି ଜଣାପଡ଼ିଛି। ବିଜେପି ମଧ୍ୟ ବିଦ୍ରୋହୀଙ୍କୁ ଢାଲ କରି ମେଣ୍ଟ ସରକାର ଭାଙ୍ଗିଦେବାକୁ ଲକ୍ଷ୍ୟ ରଖିଛି।

ଅନ୍ୟପଟେ ବିଦ୍ରୋହୀ ବିଧାୟକମାନେ ପୁଣିଥରେ ମୁମ୍ୱାଇ ପୁଲିସକୁ ସୁରକ୍ଷା ମାଗିଛନ୍ତି। ବିଦ୍ରୋହୀ ବିଧାୟକମାନେ କହିଛନ୍ତି, ଆମର କଂଗ୍ରେସ କିମ୍ବା ଜେଡିଏସ୍‌ ନେତୃତ୍ୱ ସହ କଥା ହେବାର ନାହିଁ। ବାରମ୍ୱାର ସେମାନେ ଆସି ବୈଠକ ପାଇଁ ଆମ ଉପରେ ଅଯଥା ଚାପ ପ୍ରୟୋଗ କରୁଛନ୍ତି। ଏମିତିକି ସେମାନଙ୍କୁ ହତ୍ୟା ଧମକ ଦିଆଯାଉଥିବା ବିଦ୍ରୋହୀ ବିଧାୟକମାନେ ଅଭିଯୋଗ କରିଛନ୍ତି।

ସେହିପରି ସୁପ୍ରିମକୋର୍ଟ ବିଦ୍ରୋହୀ ବିଧାୟକମାନଙ୍କ ଆବେଦନର ଶୁଣାଣି ଆସନ୍ତାକାଲି କରିବେ। ଏଥିସହ ବାଚସ୍ପତି ରମେଶ କୁମାର କରିଥିବା ଆବେଦନର ମଧ୍ୟ ଆସନ୍ତାକାଲି ଶୁଣାଣି ହେବ। ବିଦ୍ରୋହୀ ବିଧାୟକମାନଙ୍କ ଇସ୍ତଫାପତ୍ର ବାଚସ୍ପତି ଗ୍ରହଣ କରୁ ନଥିବାରୁ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଆଜି ମଧ୍ୟ ଆଉ ୫ ଜଣ ବିଧାୟକ ବାଚସ୍ପତିଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୁପ୍ରିମକୋର୍ଟ ଏହାକୁ ଗ୍ରହଣ କରି ଆସନ୍ତାକାଲି ସବୁ ଆବେଦନର ଏକାଠି ଶୁଣାଣି କରିବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story