ନୂଆଦିଲ୍ଲୀ: ପୁଣି ଭିଡିଓ କୂଟନୀତି ପ୍ରୟୋଗ କରି ଭାରତ ବିରୋଧରେ ଷଡ଼ଯନ୍ତ୍ର ଆରମ୍ଭ କରିଛି ପାକିସ୍ତାନ। ପ୍ରତମ ଶିଖ୍ ଧର୍ମଗୁରୁ ନାନକଙ୍କ ବିଶ୍ରାମସ୍ଥଳୀ କର୍ତ୍ତାରପୁରକୁ ଭାରତୀୟ ଶିଖ୍ ଯିବାପାଇଁ କରିଡର ଶୁଭାରମ୍ଭ ହେବାକୁ ଥିବାବେଳେ ଏହି ପ୍ରସଙ୍ଗରେ ମଧ୍ୟ ଖଲିସ୍ତାନକୁ ଯୋଡ଼ିବାର ପ୍ରୟାସ କରିଛି ପାକିସ୍ତାନ। କର୍ତ୍ତାରପୁର ସମ୍ପର୍କିତ ଏକ ଭିଡିଓରେ ପାକିସ୍ତାନ ଜାଣିଶୁଣି ୩ ଜଣ ମୃତ ଖଲିସ୍ତାନ ବିଚ୍ଛିନ୍ନତାବାଦୀଙ୍କ ଫଟୋକୁ ସ୍ଥାନ ଦେଇଛି। ଭାରତ ଏହାର ବିରୋଧରେ କହିଛି, ଆମେ ଆଶା କରିଥିଲୁ ଏହି ଦେଶ ଏଭଳି କୌଣସି ଭାରତ ବିରୋଧୀ କାମ କରିବନାହିଁ।
ତେବେ ଭାରତର ବିରୋଧ ପରେ ଭିନ୍ନ ଏକ ଭିଡିଓ ପାକିସ୍ତାନ ଟ୍ୱିଟରରେ ଅପ୍ଲୋଡ୍ କରିଛି। ଏଥିରେ କିନ୍ତୁ ଶେଷ କିଛି ଅଂଶ ନାହିଁ।
ପୂର୍ବରୁ ରିଲିଜ୍ ହୋଇଥିବା ଭିଡିଓରେ ମୃତ ଖଲିସ୍ତାନର ବିଚ୍ଛିନ୍ନତାବାଦୀ ଜର୍ଣ୍ଣେଲ ସିଂହ ଭିନ୍ଦରୱାଲେ, ଆମ୍ରିକ୍ ସିଂହ ଖାଲ୍ସା ଏବଂ ବହିସ୍କୃତ ମେଜର ଜେନେରାଲ ଶାବେଗ୍ ସିଂହର ଫଟୋ ରହିଥିଲା। ଏମାନେ ସମସ୍ତେ ୧୯୮୪ ଅପରେସନ୍ ବ୍ଲୁଷ୍ଟାରରେ ନିପାତ ହୋଇଥିଲେ।
ଭିନ୍ଦରୱାଲେ ଦମ୍ଦମି ତସ୍କାଲ୍ର ମୁଖ୍ୟ ଥିଲା। ସେହିଭଳି ଶାବେଗ୍ ସିଂହ ସେନାରେ ଜଣେ ଜେନେରାଲ ସ୍ତରର ଅଧିକାରୀ ଥିଲା ଯେକି ପରେ ୧୯୮୪ରେ ଖଲିସ୍ତାନୀ ଆନ୍ଦୋଳନରେ ଯୋଗ ଦେଇଥିଲା। ପରେ ତା’ର ପାହ୍ୟା ହଟାଯିବା ସହ ଅବସରର କିଛି ଦିନ ପୂର୍ବରୁ ତା’ ନାମରେ ଦୁର୍ନୀତି ଅଭିଯୋଗ ଆସିଥିଲା। ସେହିଭଳି ଖାଲ୍ସା ଅଲ୍ ଇଣ୍ଡିଆ ଶିଖ୍ ଷ୍ଟୁଡେଣ୍ଟସ୍ ଫେଡରେସନ୍ର ନେତୃତ୍ୱ ନେଉଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।