ପୁଲ୍‌ୱାମାରେ ୩ ଆତଙ୍କବାଦୀ ନିପାତ, ନୌଶେରାରେ ଯବାନ ସହିଦ

ଶ୍ରୀନଗର: ଦକ୍ଷିଣ କଶ୍ମୀରର ପୁଲ୍‌ୱାମା ଅଞ୍ଚଳର ତ୍ରାଲ୍‌ଠାରେ ସୁରକ୍ଷା କର୍ମୀର ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ଡିଜିପି ଦିଲ୍‌ବାଗ୍‌ ସିଂହ କହିବା ଅନୁଯାୟୀ, ମୃତ ୩ ଆତଙ୍କବାଦୀ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈଶ୍‌-ଏ-ମହମ୍ମଦ ସହ ଜଡ଼ିତ। ଅନ୍ୟପକ୍ଷରେ ରଜୌରୀ ଜିଲ୍ଲାର ନୌଶେରା ସହରରେ ଆତଙ୍କବାଦୀଙ୍କ ସହ ସୁରକ୍ଷା କର୍ମୀଙ୍କ ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଛନ୍ତି। ୨.୪୦ ବେଳକୁ ଏଲ୍‌ଓସିଠାରୁ ୫୦୦ ମିଟର ଭିତରେ ଏଭଳି ଘଟଣା ଘଟିଛି। ଏହା ପୂର୍ବରୁ ଆଇଡି […]

army

army

Subrat Kumar Nayak
  • Published: Tuesday, 22 October 2019
  • Updated: 22 October 2019, 09:20 PM IST

Sports

Latest News

ଶ୍ରୀନଗର: ଦକ୍ଷିଣ କଶ୍ମୀରର ପୁଲ୍‌ୱାମା ଅଞ୍ଚଳର ତ୍ରାଲ୍‌ଠାରେ ସୁରକ୍ଷା କର୍ମୀର ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ଡିଜିପି ଦିଲ୍‌ବାଗ୍‌ ସିଂହ କହିବା ଅନୁଯାୟୀ, ମୃତ ୩ ଆତଙ୍କବାଦୀ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈଶ୍‌-ଏ-ମହମ୍ମଦ ସହ ଜଡ଼ିତ।

ଅନ୍ୟପକ୍ଷରେ ରଜୌରୀ ଜିଲ୍ଲାର ନୌଶେରା ସହରରେ ଆତଙ୍କବାଦୀଙ୍କ ସହ ସୁରକ୍ଷା କର୍ମୀଙ୍କ ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଛନ୍ତି। ୨.୪୦ ବେଳକୁ ଏଲ୍‌ଓସିଠାରୁ ୫୦୦ ମିଟର ଭିତରେ ଏଭଳି ଘଟଣା ଘଟିଛି। ଏହା ପୂର୍ବରୁ ଆଇଡି ବିସ୍ଫୋରଣ ହୋଇଥିଲେ ମଧ୍ୟ ଏଥିରେ କେହି ମଧ୍ୟ ମୃତାହତ ହୋଇନଥିଲେ।

ଏହାପୂର୍ବରୁ ପୁଞ୍ଛ ଜିଲ୍ଲାର ବାଲାକୋଟ୍‌ ଏବଂ ମେନ୍ଧାର ସେକ୍ଟରଠାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ସୀମା ସେପଟୁ ବିଭିନ୍ନ ଜନବସିତା ଆଡ଼କୁ ଲକ୍ଷ୍ୟ କରି ଘନଘନ ଗୁଳି ଗୋଳା ଓ ଶେଲିଂ ମାଡ଼ କରାଯାଇଥିଲା।

ଜମ୍ମୁକଶ୍ମୀରର ପୁଞ୍ଛ ଜିଲ୍ଲାରେ ହିଁ ଏଭଳି ଆକ୍ରମଣ କାରଣରୁ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଭୋର ୨ଟା ବେଳେ ଶେଲିଂ ମାଡ଼ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos