କଶ୍ମୀର ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ: ଆମେରିକା ସାଂସଦ

ୱାଶିଂଟନ୍‌: ପୁଣିଥରେ କଶ୍ମୀର ପ୍ରସଙ୍ଗରେ ଲଜ୍ଜିତ ହୋଇଛି ପାକିସ୍ତାନ। କଶ୍ମୀରକୁ ବିଶ୍ୱସ୍ତରୀୟ ପ୍ରସଙ୍ଗ କରିବାକୁ ଅଣ୍ଟା ଭିଡ଼ିଥିବା ଇମ୍ରାନ୍‌ ଖାନ୍‌ ସରକାରଙ୍କୁ ଆଜି ଆମେରିକାର ଜଣେ ସାଂସଦ ଶକ୍ତ ଝଟ୍‌କା ଦେଇଛନ୍ତି। ଆମେରିକାର ସାଂସଦ ରୋ ଖାନ୍ନା କହିଛନ୍ତି, “କଶ୍ମୀର ହେଉଛି ଭାରତର ଆଭ୍ୟନ୍ତରୀଣ ବ୍ୟାପାର। ପାକିସ୍ତାନ ପ୍ରଧାନମନ୍ତ୍ରୀ କଶ୍ମୀରକୁ ନେଇ ଉସ୍‌କାଇବା ଭଳି ବୟାନ ଦେବା ବନ୍ଦ କରନ୍ତୁ। ଭାରତ ଗଣତାନ୍ତ୍ରିକ ଉପାୟରେ ହିଁ କଶ୍ମୀର ପ୍ରସଙ୍ଗରେ ନିଷ୍ପତ୍ତି ନେଇଛି। ଏହାକୁ ନେଇ ଇମ୍ରାନ୍‌ ସରକାର […]

we

Hemant Lenka
  • Published: Thursday, 29 August 2019
  • , Updated: 29 August 2019, 04:18 PM IST

ୱାଶିଂଟନ୍‌: ପୁଣିଥରେ କଶ୍ମୀର ପ୍ରସଙ୍ଗରେ ଲଜ୍ଜିତ ହୋଇଛି ପାକିସ୍ତାନ। କଶ୍ମୀରକୁ ବିଶ୍ୱସ୍ତରୀୟ ପ୍ରସଙ୍ଗ କରିବାକୁ ଅଣ୍ଟା ଭିଡ଼ିଥିବା ଇମ୍ରାନ୍‌ ଖାନ୍‌ ସରକାରଙ୍କୁ ଆଜି ଆମେରିକାର ଜଣେ ସାଂସଦ ଶକ୍ତ ଝଟ୍‌କା ଦେଇଛନ୍ତି।

ଆମେରିକାର ସାଂସଦ ରୋ ଖାନ୍ନା କହିଛନ୍ତି, “କଶ୍ମୀର ହେଉଛି ଭାରତର ଆଭ୍ୟନ୍ତରୀଣ ବ୍ୟାପାର। ପାକିସ୍ତାନ ପ୍ରଧାନମନ୍ତ୍ରୀ କଶ୍ମୀରକୁ ନେଇ ଉସ୍‌କାଇବା ଭଳି ବୟାନ ଦେବା ବନ୍ଦ କରନ୍ତୁ। ଭାରତ ଗଣତାନ୍ତ୍ରିକ ଉପାୟରେ ହିଁ କଶ୍ମୀର ପ୍ରସଙ୍ଗରେ ନିଷ୍ପତ୍ତି ନେଇଛି।

ଏହାକୁ ନେଇ ଇମ୍ରାନ୍‌ ସରକାର ବିବାଦ ସୃଷ୍ଟି କରିବା କଥା ନୁହେଁ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପ୍ରଥମେ ଶାନ୍ତ ହୁଅନ୍ତୁ। ସେ ଯେଉଁଭଳି ଉସ୍‌କାଇବା ଭଳି ବୟାନ ଦେଉଛନ୍ତି, ତା’ହା ଆଦୌ ଗ୍ରହଣୀୟ ନୁହେଁ। ସେ ବିବାଦକୁ ଅନ୍ତ କରିବା ପରିବର୍ତ୍ତେ ଯୁଦ୍ଧ ପାଇଁ ଉସକାଉଛନ୍ତି।

ଏହାକୁ ସମସ୍ତେ ନିନ୍ଦା କରିବା ଦରକାର। ଭାରତ ସହ ଯୁଦ୍ଧ କରିବା ପାଇଁ ପାକିସ୍ତାନ କହିବା ଠିକ୍‌ ନୁହେଁ। ” ରୋ ଖାନ୍ନା ଦୁଇଥର ଡେମୋକ୍ରାଟିକ କଂଗ୍ରେସ ଟିକେଟରୁ ଆମେରିକା ସଂସଦକୁ ନିର୍ବାଚିତ ହୋଇଛନ୍ତି। ରୋ ଖାନ୍ନା ଜଣେ ଭାରତୀୟ ବଂଶଦ୍ଭୋବ ଆମେରିକା ନାଗରିକ।

Related story