ଜମ୍ମୁ: ହିଜିବୁଲ୍ ମୁଜାହିଦ୍ଦିନ୍ କମାଣ୍ଡର ବୁରହାନ୍ ୱାନିଙ୍କ ମୃତ୍ୟୁ ପରେ କାଶ୍ମୀର ଘାଟିରେ ସୃଷ୍ଟି ହୋଇଥିବା ଉତ୍ତେଜନା ଥମିବାର ନାଁ ନେଉ ନାହିଁ। ହିଂସାରେ ଏପର୍ଯ୍ୟନ୍ତ ୨୩ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ହିଂସାକାଣ୍ଡ ପରେ ଶ୍ରୀନଗରର ୧୧ଟି ସ୍ଥାନରେ କର୍ଫ୍ୟୁ ଜାରି କରାଯାଇଛି। ଏହାସହ ୧୨୦୦ ଅର୍ଦ୍ଧ ସାମରିକ ବାହିନୀଙ୍କୁ ନିୟୋଜିତ କରାଯାଇଛି।
ଏହି ଘଟଣା ପରେ ଅମରନାଥ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଘରକୁ ଫେରିଯିବା ପାଇଁ କୁହାଯାଇଛି। ଅମରନାଥ ଯାତ୍ରୀ ଜମ୍ମୁରୁ ବାଲାଟାଲ ଓ ପହଲଗାମ ଯେପରି ନ ଯିବେ ସେଥିପ୍ରତି ଦୃଷ୍ଟି ଦିଆଯାଉଛି। କଡ଼ା ସୁରକ୍ଷା ମଧ୍ୟରେ ବାଲଟାଲ ଓ ଅନ୍ୟ ସ୍ଥାନରେ ଫସି ରହିଥିବା ଅମରନାଥ ଯାତ୍ରୀଙ୍କୁ ଜମ୍ମୁ ଅଞ୍ଚଳକୁ ସ୍ଥାନାନ୍ତର କରାଯାଉଛି।