ହଦ୍‌ୱାଡ଼ାରେ ହିଂସା ପରେ କାଶ୍ମୀର ଘାଟିରେ ଇଣ୍ଟରନେଣ୍ଟ ସେବା ବନ୍ଦ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ହଦ୍‌ୱାଡ଼ାରେ ହିଂସା ପରେ ଆଜି କାଶ୍ମୀର ଘାଟିରେ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଛି। ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଞ୍ଚଳରେ କଟକଣା ଜାରି କରାଯାଇଛି। ଅନ୍ୟପକ୍ଷରେ ବିଚ୍ଛିନ୍ନତାବାଦୀ ନେତାମାନେ କାଶ୍ମୀର ଘାଟିରେ ବନ୍ଦ ଡାକରା ଦେଇଛନ୍ତି। ହଦ୍‌ୱାଡାରେ  ସେନା ଗୁଳିରେ ୩ ଜଣ ଯୁବକ ମୃତ୍ୟୁ ଘଟିବା ପରେ ଅଞ୍ଚଳରେ ବୁଧବାର କର୍ଫୁ ଜାରି କରାଯାଇଥିଲା। ଜଣେ ଯୁବତୀଙ୍କୁ ସେନା କର୍ମଚାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗକୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ […]

kashmir

kashmir

Rakesh Mallick
  • Published: Thursday, 14 April 2016
  • Updated: 14 April 2016, 05:26 AM IST

Sports

Latest News

ଶ୍ରୀନଗର: ଜମ୍ମୁ-କାଶ୍ମୀରର ହଦ୍‌ୱାଡ଼ାରେ ହିଂସା ପରେ ଆଜି କାଶ୍ମୀର ଘାଟିରେ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଛି। ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଞ୍ଚଳରେ କଟକଣା ଜାରି କରାଯାଇଛି। ଅନ୍ୟପକ୍ଷରେ ବିଚ୍ଛିନ୍ନତାବାଦୀ ନେତାମାନେ କାଶ୍ମୀର ଘାଟିରେ ବନ୍ଦ ଡାକରା ଦେଇଛନ୍ତି। ହଦ୍‌ୱାଡାରେ  ସେନା ଗୁଳିରେ ୩ ଜଣ ଯୁବକ ମୃତ୍ୟୁ ଘଟିବା ପରେ ଅଞ୍ଚଳରେ ବୁଧବାର କର୍ଫୁ ଜାରି କରାଯାଇଥିଲା।

ଜଣେ ଯୁବତୀଙ୍କୁ ସେନା କର୍ମଚାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗକୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସେନା କ୍ୟାମ୍ପ ଉପରକୁ ପଥର ମାଡ଼ କରିଥିଲେ। ଫଳରେ ସେନା ପକ୍ଷରୁ ଗୁଳିଚାଳନା କରାଯାଇଥିଲା। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା।

ଗତକାଲି ପୀଡ଼ିତାଙ୍କ ଏକ ଭିଡିଓ ପଦାକୁ ଆସିଥିଲା, ଯେଉଁଥିରେ ତାଙ୍କୁ ଦୁର୍ବ୍ୟବହାର କରିଥିବା ବ୍ୟକ୍ତି ସେନା କର୍ମଚାରୀ ନୁହନ୍ତି ବୋଲି ସେ କହୁଥିଲେ। ଏହି ଘଟଣାର ସେନା ପକ୍ଷରୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଜମ୍ମୁ-କଶ୍ମୀର ପୋଲିସ୍ ଏକ ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଛି। ଏପରି ଭିଡିଓ ପଦାକୁ ଆସିବା ପରେ କାଶ୍ମୀର ଘାଟିରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରିଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos