କାଶ୍ମୀରରେ ଗୁଳିବିନିମୟ, ୨ ଆତଙ୍କବାଦୀ ନିହତ, ଜଣେ ଯବାନ ଆହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଉତ୍ତର କାଶ୍ମୀରର କୁପୱାଡା ଜିଲ୍ଲାର (ଏଲ୍‌ଓସି) ନିକଟସ୍ଥ ଟଙ୍ଗଧର ସେକ୍ଟରରେ ଆଜି ସକାଳେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଉଦ୍ୟମ କଲା ବେଳେ ନିୟନ୍ତ୍ରଣ ରେଖା ନିକଟରେ ଗୁଳିବିନିମୟ ଘଟି ୨ ଆତଙ୍କବାଦୀ ନିହତ ହୋଇଥିବାବେଳେ ଜଣେ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆତଙ୍କବାଦୀମାନେ ନିୟନ୍ତ୍ରଣ ରେଖା ନିକଟରେ ଲୁଚି ଥିବା ସୁରକ୍ଷାକର୍ମୀମାନେ କୌଣସି ସୂତ୍ରରୁ ଖବର ପାଇଥିଲେ। ସୁରକ୍ଷାକର୍ମୀ ସେହି ଅଞ୍ଚଳରେ ସର୍ଚ୍ଚ ଅପେରସନ କରିଥିଲେ।

ଏହି ଘଟଣା ପରେ ସୀମାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯିବା ସହ ପୂରା ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଉଛି।

ଗତକାଲି କୁପୱାଡା ଜିଲ୍ଲାର ମାଛିଲ ସେକ୍ଟରରେ ନିୟନ୍ତ୍ରଣ ରେଖା ଡେଇଁ ଭାରତକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କଲା ବେଳେ ଗୁଳିବିନିମୟ ଘଟି ଜଣେ ଯବାନ ସହିଦ ହୋଇଥିବା ବେଳେ ଚାରି ଜଣ ଯବାନ ଗୁରୁତର ଭାବେ ଆହତ ହୋଇଥିଲେ। ଆଜି ବି ମାଛିଲ ସେକ୍ଟରରେ ସର୍ଚ୍ଚ ଅପରେସନ କରାଯାଉଛି।

ରମଜାନ ମାସ ଚାଲିଥିବାରୁ  ଆତଙ୍କବାଦୀମାନେ  ବାରମ୍ବାର  ନିୟନ୍ତ୍ରଣ ରେଖା ଡେଇଁ ଭାରତକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା  ସୁରକ୍ଷା ଏଜେନ୍ସି ପକ୍ଷରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ

ପୁଲିସ୍‌ର ଡବଲ୍‌ ଏନକାଉଣ୍ଟର୍‌: ବିକାଶ ପରେ ଅପରାଧୀ ପାନ୍ନା ଯାଦବ ନିହତ

ଗିରଫର ଗୋଟିଏ ଦିନ ପରେ ବିକାଶ ନିହତ: କାର ଓଲଟିଲା, ପୁଲିସ ଗୁଳି କଲା

ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ସଫା

ପୁଣି ଦେଶରେ ରେକର୍ଡ ଭାଙ୍ଗିଲା କରୋନା, ଦିନକରେ ୨୬,୫୦୬ ପଜିଟିଭ

ଆଉ ଗୋଟିଏ ଦେଶର ରାଷ୍ଟ୍ରପତି କରୋନାରେ ଆକ୍ରାନ୍ତ

ବିବାଦ ଶେଷ ହେବା ପରେ ଏହି ସବୁ ଅଞ୍ଚଳରେ ପ୍ୟାଟ୍ରୋଲିଂ ଜାରି ରଖିବ ଭାରତ

କରୋନା ମୃତକଙ୍କ ମଧ୍ୟରେ ୪୩% ବ୍ୟକ୍ତିଙ୍କ ବୟସ ୩୦ରୁ ୫୯

କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ପୁଲିସ୍‌ ଗୁଳିରେ ନିହତ

ଦୂରଦର୍ଶନକୁ ଛାଡ଼ି ନେପାଳରେ ସବୁ ଭାରତୀୟ ନ୍ୟୁଜ ଚ୍ୟାନେଲ ବନ୍ଦ

ସୁନା ଚୋରା ଚାଲାଣ ମାମଲା, ଏନଆଇଏକୁ ତଦନ୍ତ ଦାୟିତ୍ୱ ଦେଲା କେନ୍ଦ୍ର

୧୦ରୁ ୧୩ ଲକଡାଉନ୍, ଜରୁରୀକାଳୀନ ସେବା ମିଳିବ

ମୃତ୍ୟୁ ହାର ହ୍ରାସ ଆମର ଲକ୍ଷ୍ୟ: ସ୍ୱାସ୍ଥ୍ୟ ମନ୍ତ୍ରୀ