କାଶ୍ମୀର ସମସ୍ୟା ପାଇଁ ଦେଶର ପ୍ରଧାନମନ୍ତ୍ରୀମାନେ ଦାୟୀ: ମେହେବୁବା ମୁଫତି

ଶ୍ରୀନଗର: ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଐତିହାସିକ ଲଲ୍‌କିଲ୍ଲାରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରି ପାକିସ୍ତାନ ଅଧିକୃତ କାଶ୍ମୀର କଥା କହିଥିବା ବେଳେ ଜମ୍ମୁ-କଶ୍ମୀର ସମସ୍ୟା ପାଇଁ ଭାରତର ପ୍ରଧାନମନ୍ତ୍ରୀମାନଙ୍କୁ ଦାୟୀ କରିଛନ୍ତି ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି। ଶ୍ରୀନଗରେ ଆଜି ତ୍ରିରଙ୍ଗା ଉତ୍ତୋଳନ କରି ରାଜ୍ୟରେ ଦେଖାଦେଇଥିବା ସମସ୍ୟା ପାଇଁ ଭାରତର ପୂର୍ବତନ ପ୍ରଧନମନ୍ତ୍ରୀ ଜବାହରଲଲ୍‌ ନେହେରୁଙ୍କଠାରୁ ଆରମ୍ଭ ବର୍ତ୍ତମାନର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସାରକାରଙ୍କ ନୀତିକୁ ସେ […]

mufti

Rakesh Mallick
  • Published: Monday, 15 August 2016
  • , Updated: 15 August 2016, 02:11 PM IST

ଶ୍ରୀନଗର: ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଐତିହାସିକ ଲଲ୍‌କିଲ୍ଲାରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରି ପାକିସ୍ତାନ ଅଧିକୃତ କାଶ୍ମୀର କଥା କହିଥିବା ବେଳେ ଜମ୍ମୁ-କଶ୍ମୀର ସମସ୍ୟା ପାଇଁ ଭାରତର ପ୍ରଧାନମନ୍ତ୍ରୀମାନଙ୍କୁ ଦାୟୀ କରିଛନ୍ତି ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି। ଶ୍ରୀନଗରେ ଆଜି ତ୍ରିରଙ୍ଗା ଉତ୍ତୋଳନ କରି ରାଜ୍ୟରେ ଦେଖାଦେଇଥିବା ସମସ୍ୟା ପାଇଁ ଭାରତର ପୂର୍ବତନ ପ୍ରଧନମନ୍ତ୍ରୀ ଜବାହରଲଲ୍‌ ନେହେରୁଙ୍କଠାରୁ ଆରମ୍ଭ ବର୍ତ୍ତମାନର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସାରକାରଙ୍କ ନୀତିକୁ ସେ ଦାୟୀ କରିଛନ୍ତି।

ସେ କହିଛନ୍ତି, “ବନ୍ଧୁକ ଆତଙ୍କବାଦୀଙ୍କର ହେଉ ଅବା ଆମର, ଏଥିରେ କୌଣସି ସମସ୍ୟାର ସମାଧାନ ହୋଇ ନ ଥାଏ।”

ମୁଫ୍‌ତି ଆହୁରି କହିଛନ୍ତି, “ଜମ୍ମୁ- କାଶ୍ମୀରରେ ଲାଗି ରହିଥିବା ଅଶାନ୍ତି ପାଇଁ ମୁଁ ଦୁଃଖିତ। ଯେଉଁ ସୁରକ୍ଷାକର୍ମୀ ବା ପୋଲିସ୍ ଅଧିକାରୀ ନିର୍ଦ୍ଦେଶ ପାଳନ କରିନାହାନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗଣ୍ଡଗୋଳ ଆଗରୁ ହେଉଥିଲା, ଆଗକୁ ମଧ୍ୟ ହେବ। ଏଥିରେ ମୋ ସରକାରର ଭୁଲ କେଉଁଠି ରହିଲା ମୁଁ ବୁଝିପାରୁ ନାହିଁ।”

Related story