ପତ୍ନୀଙ୍କ କଥା ମାନି କୋଟିପତି
ମୁମ୍ବାଇ: ପତ୍ନୀଙ୍କ କଥାରେ ପରିଚାଳିତ ହେବାକୁ ନେଇ ସମାଜରେ ଏକ ଭୁଲ୍ ଧାରଣା ରହିଆସିଛି। କିନ୍ତୁ ବିହାରର ଗୌତମ କୁମାର ଝା’ ପ୍ରମାଣ କରି ଦେଖାଇଛନ୍ତି ପ୍ରତ୍ୟେକ ପୁରୁଷର ସଫଳତା ପଛରେ ନାରୀଟିଏର ହାତ ଥାଏ। କେବିସି ୧୧ରେ ଭାଗ ନେଇ ୭ କୋଟି ଜିତିଥିବା ଗୌତମଙ୍କ କାହାଣୀ କିଛି ଏହିଭଳି। With his immense general knowledge and the love and support of his wife, Gautam Kumar becomes the third […]
ମୁମ୍ବାଇ: ପତ୍ନୀଙ୍କ କଥାରେ ପରିଚାଳିତ ହେବାକୁ ନେଇ ସମାଜରେ ଏକ ଭୁଲ୍ ଧାରଣା ରହିଆସିଛି। କିନ୍ତୁ ବିହାରର ଗୌତମ କୁମାର ଝା’ ପ୍ରମାଣ କରି ଦେଖାଇଛନ୍ତି ପ୍ରତ୍ୟେକ ପୁରୁଷର ସଫଳତା ପଛରେ ନାରୀଟିଏର ହାତ ଥାଏ। କେବିସି ୧୧ରେ ଭାଗ ନେଇ ୭ କୋଟି ଜିତିଥିବା ଗୌତମଙ୍କ କାହାଣୀ କିଛି ଏହିଭଳି।
https://twitter.com/SonyTV/status/1183706515737370624?s=20
ପଶ୍ଚିମବଙ୍ଗରେ ରେଲ୍ୱେ ବିଭାଗରେ କାମ କରୁଥିବା ଗୌତମ କେବିସିରେ ବୃହତ୍ ସଫଳତା ପାଇଁ ପତ୍ନୀ ଶ୍ୱେତା ଝା’ଙ୍କୁ ଶ୍ରେୟ ଦେଇଛନ୍ତି। ସେ କହିଛନ୍ତି, ମୋ ପତ୍ନୀ ହିଁ ମୋତେ ଏଥିପାଇଁ ପ୍ରୋତ୍ସାହନ ଯୋଗାଇଥିଲେ। ଥରେ ଚେଷ୍ଟା କଲେ କ’ଣ ଅସୁବିଧା ବୋଲି ଶ୍ୱେତା କହିବା ପରେ ଗୌତମ ଆଉ କିଛି ଚିନ୍ତା କରିନଥିଲେ।
ସେ କହିଛନ୍ତି, ମୋତେ ଲାଗୁଥିଲା ମୋ ଭାଗ୍ୟ ଏତେ ଭଲ ନୁହେଁ ଯେ ମୋତେ କେବିସିରେ ସୁଯୋଗ ମିଳିବ। ମୋ ପତ୍ନୀ କହିଥିଲେ, ଚେଷ୍ଟା କର, ଚେଷ୍ଟା କରିବାରେ କ’ଣ ଅସୁବିଧା ଅଛି। ଏହାପରେ ମୁଁ ଚଳିତ ବର୍ଷ ଚେଷ୍ଟା କରି ସଫଳ ହେଲି।