ଗଳା ଅପରେସନ୍‌ କଲେ କେଜ୍ରିୱାଲ

ବେଙ୍ଗଲୁରୁ: ବେଙ୍ଗାଲୁରୁ ନାରାୟଣ ହେଲଥ୍‌ ସିଟି ହସ୍ପିଟାଲରେ ଦିଲ୍ଲୀ ମଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗଳା ଅପରେସନ୍‌ କରାଯାଇଛି। ସେ ଏବେ ସୁସ୍ଥ ଅଛନ୍ତି। ଅପରେସନ୍‌ର କିଛି ସମୟ ପରେ ସେ ତାଙ୍କ ପରିବାର ଲୋକଙ୍କ ସହ କଥା ହେବା ସହ ପାଣି ପିଇଥିଲେ। ଦୀର୍ଘ ୪୦ ବର୍ଷ ହେବ କେଜ୍ରିୱାଲ୍‌ କଫ ଜଡ଼ିତ ରୋଗରେ ଆକ୍ରାନ୍ତ ଥିଲେ। ଅପରେସନ୍‌ର କିଛି ଦିନ ପରେ ସେ କାମ କରି ପାରିବେ। କିନ୍ତୁ  ସେ ଏଥିରୁ ଆରୋଗ୍ୟ ହେବାକୁ କିଛି […]

kejriwal

Rakesh Mallick
  • Published: Thursday, 15 September 2016
  • , Updated: 15 September 2016, 07:29 PM IST

ବେଙ୍ଗଲୁରୁ: ବେଙ୍ଗାଲୁରୁ ନାରାୟଣ ହେଲଥ୍‌ ସିଟି ହସ୍ପିଟାଲରେ ଦିଲ୍ଲୀ ମଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗଳା ଅପରେସନ୍‌ କରାଯାଇଛି। ସେ ଏବେ ସୁସ୍ଥ ଅଛନ୍ତି। ଅପରେସନ୍‌ର କିଛି ସମୟ ପରେ ସେ ତାଙ୍କ ପରିବାର ଲୋକଙ୍କ ସହ କଥା ହେବା ସହ ପାଣି ପିଇଥିଲେ।

ଦୀର୍ଘ ୪୦ ବର୍ଷ ହେବ କେଜ୍ରିୱାଲ୍‌ କଫ ଜଡ଼ିତ ରୋଗରେ ଆକ୍ରାନ୍ତ ଥିଲେ। ଅପରେସନ୍‌ର କିଛି ଦିନ ପରେ ସେ କାମ କରି ପାରିବେ। କିନ୍ତୁ  ସେ ଏଥିରୁ ଆରୋଗ୍ୟ ହେବାକୁ କିଛି ଦିନ ଲାଗିବ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

କେଜ୍ରିୱାଲ୍‌ଙ୍କ ଗଳାରେ ସମସ୍ୟା ଥିବାରୁ ଆଲର୍ଜି ସଂସ୍ପର୍ଶରେ ଆସିଲେ ସେ ଯନ୍ତ୍ରଣା ଅନୁଭବ କରୁଥିଲେ।ଏଥିପାଇଁ ତାଙ୍କର ଅପରେସନ୍‌ କରାଯାଇଛି।

Related story