ବାହାଘର ବାତିଲ୍ କରି କରୋନା ରୋଗୀଙ୍କ ସେବା କଲେ ମହିଳା ଡାକ୍ତର

ଥିରୁଅନନ୍ତପୁରମ: ମାର୍ଚ୍ଚ ୨୯ ଥିଲା ଡାକ୍ତର ଶୀଫା ଏମ୍ ମହମ୍ମଦଙ୍କ ବିବାହ ତାରିଖ। କିନ୍ତୁ କନ୍ୟା ବେଶରେ ସଜେଇ ହେବା ବଦଳରେ କରୋନାରୁ ବର୍ତ୍ତିବା ପାଇଁ ଉଦ୍ଦିଷ୍ଟ ପୋଷାକ ପିନ୍ଧି ରୋଗୀ ସେବାରେ ବ୍ୟସ୍ତ ଥିଲେ। ଆଉ ଯେତେବେଳେ ମେଡିକାଲର ସହକର୍ମୀମାନେ ତାଙ୍କୁ ବିବାହ ବିଷୟରେ ପଚାରିଲେ, ସେ କହିଥିଲେ ଯେ ତାଙ୍କ ପାଇଁ ବାହାଘର ଅପେକ୍ଷା ରୋଗୀ ସେବା ବଡ଼। ଦୁବାଇର ଜଣେ ବ୍ୟବସାୟୀଙ୍କ ସହିତ ବିବାହ କରିଥାନ୍ତେ ଏହି ଯୁବତୀ। ବାହାଘର ବାତିଲ୍ କରି […]

KERALA DR

KERALA DR

Subhransu Sekhar
  • Published: Thursday, 02 April 2020
  • Updated: 03 April 2020, 09:38 AM IST

Sports

Latest News

ଥିରୁଅନନ୍ତପୁରମ: ମାର୍ଚ୍ଚ ୨୯ ଥିଲା ଡାକ୍ତର ଶୀଫା ଏମ୍ ମହମ୍ମଦଙ୍କ ବିବାହ ତାରିଖ। କିନ୍ତୁ କନ୍ୟା ବେଶରେ ସଜେଇ ହେବା ବଦଳରେ କରୋନାରୁ ବର୍ତ୍ତିବା ପାଇଁ ଉଦ୍ଦିଷ୍ଟ ପୋଷାକ ପିନ୍ଧି ରୋଗୀ ସେବାରେ ବ୍ୟସ୍ତ ଥିଲେ। ଆଉ ଯେତେବେଳେ ମେଡିକାଲର ସହକର୍ମୀମାନେ ତାଙ୍କୁ ବିବାହ ବିଷୟରେ ପଚାରିଲେ, ସେ କହିଥିଲେ ଯେ ତାଙ୍କ ପାଇଁ ବାହାଘର ଅପେକ୍ଷା ରୋଗୀ ସେବା ବଡ଼।

ଦୁବାଇର ଜଣେ ବ୍ୟବସାୟୀଙ୍କ ସହିତ ବିବାହ କରିଥାନ୍ତେ ଏହି ଯୁବତୀ। ବାହାଘର ବାତିଲ୍ କରି ରୋଗୀଙ୍କ ସେବାରେ ଲାଗି ପଡ଼ିଛନ୍ତି କେରଳର ଯୁବ ମହିଳା ଡାକ୍ତର। ନିଜ ବିବାହକୁ ନେଇ ଏଭଳି ନିଷ୍ପତ୍ତି ନେବା ପଛର କାରଣ କରୋନା ରୋଗୀ ବୋଲି ସେ କହିଛନ୍ତି। ଦେଶରେ ଯେତେବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି ସେତେବେଳେ ରୋଗୀଙ୍କ ସେବା କରିବା ସେ ନିଜର କର୍ତ୍ତବ୍ୟ ବୋଲି ଭାବିଥିଲେ। ବିବାହ ଆଉ କେବେ ହୋଇପାରିବ ବୋଲି ୨୩ ବର୍ଷୀୟ ଯୁବ ଡାକ୍ତର ଶୀଫା ଏମ୍ ମହମ୍ମଦ କହିଛନ୍ତି। ସର୍ଜରୀ ଡିପାର୍ଟମେଣ୍ଟର ଏହି ଡାକ୍ତର ଏବେ କନ୍ନୁରରେ ଥିବା ପରିୟରମ ମେଡିକାଲ କଲେଜ ହସ୍ପିଟାଲର କରୋନା ରୋଗୀଙ୍କ ଆଇସୋଲେସନ ଓ୍ୱାର୍ଡରେ କାର୍ଯ୍ୟରତ।

ପ୍ରତ୍ୟେକଙ୍କ ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ମୋ ଝିଅ ନିଜର ବ୍ୟକ୍ତିଗତ ଖୁସିକୁ ପଛରେ ରଖି ସମାଜ ପ୍ରତି ଦାୟିତ୍ତ୍ୱ ଏବଂ ପେଶାଗତ ପ୍ରତିବଦ୍ଧତାକୁ ବଜାୟୀ ରଖିଛି। ବିବାହ ସ୍ଥଗିତ ରଖିବାକୁ ପ୍ରଥମେ ଝିଅ ପରାମର୍ଶ ଦେଇଥିଲା, ଆଉ କାରଣ ଜାଣିବା ପରେ ଆମେ ସହଜରେ ସହମତ ହୋଇଥିଲୁ ବୋଲି ଶୀଫାଙ୍କ ବାପା ମୁକକମ୍ ମହମ୍ମଦ କହିଛନ୍ତି। ନ୍ୟାଶନାଲ କଂଗ୍ରେସ ପାର୍ଟିର ନେତା ତଥା କୋଜିକୋଡେର ଏଲଡିଏଫ ଜିଲ୍ଲା ସଂଯୋଜକ ହେଉଛନ୍ତି ଡାକ୍ତର ଶୀଫାଙ୍କ ବାପା। ମହମ୍ମଦଙ୍କ ବଡ ଝିଅ ମଧ୍ୟ ଜଣେ ଡାକ୍ତର। ସେ ଏବେ କୋଜିକୋଡେ ମେଡିକାଲ କଲେଜ ଓ ହସ୍ପିଟାଲରେ ନିୟୋଜିତ ରହିଛନ୍ତି। ଶୀଫାଙ୍କ ମା' ଜଣେ ଶିକ୍ଷୟତ୍ରୀ। ଝିଅର ନିଷ୍ପତ୍ତି ପରେ ଆମେ ବର ତଥା ଦୁବାଇର ବ୍ୟବସାୟୀ ଅନୁସ ମହମ୍ମଦଙ୍କୁ ସମସ୍ତ କଥା କହିଥିଲୁ ସେ ମଧ୍ୟ ବିବାହ ବିଳମ୍ୱରେ କରିବାକୁ ରାଜି ହୋଇଥିଲେ ବୋଲି ମୁକକମ୍ ମହମ୍ମଦ କହିଛନ୍ତି।

ତେବେ ଗଣମାଧ୍ୟମକୁ ତାଙ୍କର ଏଭଳି ନିଷ୍ପତ୍ତି ବାବଦରେ ପ୍ରଥମେ ଶୀଫା କହିବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ବହୁ ସମୟ ପରେ ପ୍ରତିକ୍ରିୟାରେ କହିଥିଲେ, ସେ ଯାହା କରିଛନ୍ତି କୌଣସି ବଡ଼ କାମ ନୁହେଁ। ଏହା ତାଙ୍କର କର୍ତ୍ତବ୍ୟ। ଏମିତି କାମ ପୂର୍ବରୁ ଅନେକ କରିଛନ୍ତି। ଆଉ ସେ ଏ ବାବଦରେ ଅଧିକ କହିବାକୁ ଚାହୁଁ ନାହାନ୍ତି ବୋଲି ଆଇସୋଲେସନ ଓ୍ୱାର୍ଡରୁ ବାହାରି ଫୋନରେ କହିଥିଲେ।

'ବିବାହ ଦିନ ମୁଁ କରୋନା ୱାର୍ଡରେ ଥିଲି ଏବଂ ମୋର କିଛି ବନ୍ଧୁ ମୋତେ ଥଟ୍ଟା କରି କହିଥିଲେ ବିବାହ ପୋଷାକ ନପିନ୍ଧି ହସ୍ପିଟାଲ ଡ୍ରେସରେ। ମୁଁ କେବଳ ମୋର କର୍ତ୍ତବ୍ୟ କରୁଛି। ଅଧିକ କିଛି କରୁନାହିଁ'। ମୁଁ ଏହା ବିଷୟରେ ଅଧିକ କହିବାକୁ ଚାହେଁ ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, କେରଳରେ କୋଭିଡ୧୯ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଉଛି। ଏହାକୁ ନଜରରେ ରଖି କେରଳ ସରକାର ନିକଟରେ କନ୍ନୁରସ୍ଥିତ ପରୀୟରମ୍ ମେଡିକାଲ୍ କଲେଜ ହସ୍ପିଟାଲକୁ କୋଭିଡ୍ -୧୯ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story