ବଜେଟ ପ୍ରଚ୍ଛଦ ପୃଷ୍ଠାରେ ଗାନ୍ଧିଙ୍କ ହତ୍ୟାର ଛବି ଛାପିଲା କେରଳ

ଥିରୁଅନନ୍ତପୁରମ: ଆଜି କେରଳ ସରକାର ବଜେଟ ଉପସ୍ଥାପନ କରିଛନ୍ତି। ବଜେଟ ଆଗତ ବେଳେ କେରଳ ସରକାର କେତେ ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ତାହା ଚର୍ଚ୍ଚାର ବିଷୟ ହୋଇନାହିଁ। ବରଂ ଅର୍ଥମନ୍ତ୍ରୀଙ୍କ ବଜେଟ ଅଭିଭାଷଣର କଭର ପେଜ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ବଜେଟ ବୁକଲେଟର କଭର ପେଜରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟା ବେଳର ଏକ ସ୍କେଚ ଛାପିଛନ୍ତି କେରଳ ସରକାର। କେରଳ ଅର୍ଥମନ୍ତ୍ରୀ ଥମାସ ଆଇଜାକ କହିଛନ୍ତି, ‘ମୋର ବଜେଟ ଉପସ୍ଥାପନ […]

KERALA BUDGET 2020-21

Subhransu Sekhar
  • Published: Friday, 07 February 2020
  • , Updated: 07 February 2020, 04:21 PM IST

ଥିରୁଅନନ୍ତପୁରମ: ଆଜି କେରଳ ସରକାର ବଜେଟ ଉପସ୍ଥାପନ କରିଛନ୍ତି। ବଜେଟ ଆଗତ ବେଳେ କେରଳ ସରକାର କେତେ ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ତାହା ଚର୍ଚ୍ଚାର ବିଷୟ ହୋଇନାହିଁ। ବରଂ ଅର୍ଥମନ୍ତ୍ରୀଙ୍କ ବଜେଟ ଅଭିଭାଷଣର କଭର ପେଜ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ବଜେଟ ବୁକଲେଟର କଭର ପେଜରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟା ବେଳର ଏକ ସ୍କେଚ ଛାପିଛନ୍ତି କେରଳ ସରକାର।

କେରଳ ଅର୍ଥମନ୍ତ୍ରୀ ଥମାସ ଆଇଜାକ କହିଛନ୍ତି, 'ମୋର ବଜେଟ ଉପସ୍ଥାପନ କାଗଜର କଭର ପେଜ ମଲାୟାଲି ଚିତ୍ରକାରଙ୍କ ଦ୍ୱାରା ଅଙ୍କା ଯାଇଛି। ଏହି ଚିତ୍ର ଗାନ୍ଧିଙ୍କ ହତ୍ୟା ବେଳର। ଏଭଳି ଚିତ୍ର ବଜେଟ ଅଭିଭାଷଣର କଭର ପେଜରେ ଛାପି ଗାନ୍ଧିଙ୍କ ହତ୍ୟାକାରୀକୁ ମନେ ପକାଇବାକୁ ଚେଷ୍ଟା କରାଯାଇଛି। କିଛି ଘଟଣା ପୁରୁଣା ହେବା ବେଳକୁ ଲିଭିଯାଏ। ତେଣୁ ଦ୍ୱିତୀୟ ଥର ଇତିହାସ ଲେଖିବା ବେଳକୁ ଯେମିତି କେହି ଗାନ୍ଧିଙ୍କ ହତ୍ୟାକାରୀକୁ ନଭୁଲି ଯାଆନ୍ତି ଏହାକୁ ଉଦ୍ଦେଶ୍ୟରେ ରଖି ବଜେଟ ଅଭିଭାଷଣର କଭର ପେଜରେ ଗାନ୍ଧିଙ୍କ ହତ୍ୟା ବେଳର ଫଟୋ ଛପାଯାଇଛି’ ବୋଲି ସେ କହିଛନ୍ତି।

ବିଜେପି ଏଲଡିଏଫ ସରକାରର ଏଭଳି ପ୍ରୟାସକୁ ନେଇ ମତ ରଖିଛି। ବିଜେପି ନେତା ଟମ୍ ଓ୍ୱଡକ୍କନ କହିଛନ୍ତି, କେଉଁମାନେ ମହାତ୍ମା ଗାନ୍ଧିଙ୍କ ହତ୍ୟାରେ ଖୁସି ପ୍ରକାଶ କରୁଛନ୍ତି? କେରଳ ସରକାର ଏଭଳି କଭର ପେଜ ତିଆରି କରି ତାଙ୍କ ସରକାର ସମୟରେ ଲୋକଙ୍କୁ ହତ୍ୟା କରାଯାଉଥିବା ବାବଦରେ ମନେ ପକାଇ ଦେଇଛନ୍ତି।

କେରଳ ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରିବା ବେଳେ ଅନେକ କିଛି ଘୋଷଣା କରିଛନ୍ତି। ସେ ୨ ଘଣ୍ଟା ଧରି ବଜେଟ ଅଭିଭାଷଣ ପଢ଼ିଥିଲେ। ବଜେଟ ଅଭିଭାଷଣ ସିଏଏ/ଏନଆରସି ଭଳି ପ୍ରସଙ୍ଗରୁ ଆରମ୍ଭ କରିଥିଲେ କେରଳ ଅର୍ଥମନ୍ତ୍ରୀ। ବଜେଟ ଆଗତ ପୂର୍ବରୁ ଗତକାଲି କେରଳ ସରକାର ରାଜ୍ୟର ଅଭିବୃଦ୍ଧି ହାର ୭.୫ ପ୍ରତିଶତ ଛୁଇଁଛି ବୋଲି କହିଥିଲେ।

Related story