କେରଳରେ ହାଇଆଲର୍ଟ, ମୃତ୍ୟୁସଂଖ୍ୟା ୩୭ ଛୁଇଁଲା

କୋଚି: କେରଳରେ ବର୍ଷାର ତାଣ୍ଡବ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଲଗାଣ ବର୍ଷାରେ ବନ୍ୟା ଓ ଭୂସ୍ଖଳନ ଯୋଗୁ ମୃତ୍ୟୁସଂଖ୍ୟା ୩୭ ଛୁଇଁଛି। ଆଗକୁ ଆହୁରି ବର୍ଷାର ଆଶଙ୍କା ଥିବାରୁ ଆଜି କେରଳର ଅଧିକାଂଶ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ଏବେ ବି ରାଜ୍ୟରେ ବର୍ଷା ଜାରି ରହିଛି। ବର୍ଷା ଓ ବନ୍ୟା ଯୋଗୁ ୧,୦୩୧ ହେକ୍ଟର୍‌ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ସେହିପରି ୩୧ ହଜାର ଲୋକଙ୍କୁ ବିଭିନ୍ନ ଜିଲ୍ଲାରୁ ଉଦ୍ଧାର କରାଯାଇ ରିଲିଫ୍‌ କ୍ୟାମ୍ପରେ […]

weather-flash-flood-and-landslide-kerala-parts_4b80dfce-9c7c-11e8-86f4-8f26f26dd985

Ordigital Desk
  • Published: Saturday, 11 August 2018
  • , Updated: 11 August 2018, 09:26 PM IST

କୋଚି: କେରଳରେ ବର୍ଷାର ତାଣ୍ଡବ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଲଗାଣ ବର୍ଷାରେ ବନ୍ୟା ଓ ଭୂସ୍ଖଳନ ଯୋଗୁ ମୃତ୍ୟୁସଂଖ୍ୟା ୩୭ ଛୁଇଁଛି। ଆଗକୁ ଆହୁରି ବର୍ଷାର ଆଶଙ୍କା ଥିବାରୁ ଆଜି କେରଳର ଅଧିକାଂଶ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ଏବେ ବି ରାଜ୍ୟରେ ବର୍ଷା ଜାରି ରହିଛି।

ବର୍ଷା ଓ ବନ୍ୟା ଯୋଗୁ ୧,୦୩୧ ହେକ୍ଟର୍‌ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ସେହିପରି ୩୧ ହଜାର ଲୋକଙ୍କୁ ବିଭିନ୍ନ ଜିଲ୍ଲାରୁ ଉଦ୍ଧାର କରାଯାଇ ରିଲିଫ୍‌ କ୍ୟାମ୍ପରେ ରଖାଯାଇଛି। ବର୍ଷା ଓ ବନ୍ୟାରେ ପ୍ରଭାବିତ ୧୪ଟି ଜିଲ୍ଲାରୁ ୮ଟି ଜିଲ୍ଲାରେ ହାଇଆଲର୍ଟ ଜାରି ହୋଇଛି। ପ୍ରାୟ ୫୪ ହଜାର ଲୋକ ବାସଚ୍ୟୁତ ହୋଇଥିବା ବେଳେ ପ୍ରାୟ ୫୦୦ରୁ ଅଧିକ ରିଲିଫ୍ କ୍ୟାମ୍ପ ଖୋଲାଯାଇ ବନ୍ୟା ପୀଡ଼ିତଙ୍କୁ ସେଠାରେ ଖାଦ୍ୟ ଓ ପାନୀୟ ଜଳ ଯୋଗାଇ ଦିଆଯାଉଛି।

ଆସନ୍ତାକାଲି  ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କେରଳ ଗସ୍ତରେ ଯାଇ ବନ୍ୟା ସ୍ଥିତିର ସମୀକ୍ଷା କରିବେ ବୋଲି ସୂଚନା ମିଳିଛି।

Related story