ସୁପ୍ରିମକୋର୍ଟଙ୍କୁ ସରକାର କହିଲେ, ଚାଷୀ ଆନ୍ଦୋଳନରେ ପ୍ରବେଶ କରିଛନ୍ତି ଖଲିସ୍ତାନୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଥିବା ୩ଟି ଯାକ କୃଷି ଆଇନ ଉପରେ ଆଜି ସୁପ୍ରିମକୋର୍ଟ ସାମୟିକ ରୋକ ଲଗାଇଛନ୍ତି। ଏଥିସହ ଆଇନକୁ ବିରୋଧ କରି ଚାଷୀମାନେ ଚଳାଇଥିବା ଆନ୍ଦୋଳନକୁ ଶେଷ କରିବା ପାଇଁ ଗୋଟିଏ କମିଟି ମଧ୍ୟ ଗଠନ କରିଛନ୍ତି। ତେବେ କୃଷି ଆଇନ ସପକ୍ଷରେ ଯୁକ୍ତି କରିବା ବେଳେ ସରକାର ଚାଷୀଙ୍କ ଆନ୍ଦୋଳନରେ ଖଲିସ୍ତାନୀ ଅନୁପ୍ରବେଶ କରିଥିବା ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ ଖଲିସ୍ତାନୀଙ୍କ କଥା ଉଠାଇବାରୁ ସୁପ୍ରିମକୋର୍ଟ ତୁରନ୍ତ ସତ୍ୟପାଠ ଦାଖଲ […]

fd

Hemant Lenka
  • Published: Tuesday, 12 January 2021
  • , Updated: 12 January 2021, 05:42 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଥିବା ୩ଟି ଯାକ କୃଷି ଆଇନ ଉପରେ ଆଜି ସୁପ୍ରିମକୋର୍ଟ ସାମୟିକ ରୋକ ଲଗାଇଛନ୍ତି। ଏଥିସହ ଆଇନକୁ ବିରୋଧ କରି ଚାଷୀମାନେ ଚଳାଇଥିବା ଆନ୍ଦୋଳନକୁ ଶେଷ କରିବା ପାଇଁ ଗୋଟିଏ କମିଟି ମଧ୍ୟ ଗଠନ କରିଛନ୍ତି। ତେବେ କୃଷି ଆଇନ ସପକ୍ଷରେ ଯୁକ୍ତି କରିବା ବେଳେ ସରକାର ଚାଷୀଙ୍କ ଆନ୍ଦୋଳନରେ ଖଲିସ୍ତାନୀ ଅନୁପ୍ରବେଶ କରିଥିବା ସୁପ୍ରିମକୋର୍ଟଙ୍କୁ କହିଛନ୍ତି।

ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ ଖଲିସ୍ତାନୀଙ୍କ କଥା ଉଠାଇବାରୁ ସୁପ୍ରିମକୋର୍ଟ ତୁରନ୍ତ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି। ଆସନ୍ତାକାଲି ଗୁଇନ୍ଦା ବିଭାଗର ତଥ୍ୟ ଆଧାରରେ ସରକାର ସତ୍ୟପାଠ ଦାଖଲ କରିବେ ବୋଲି ଆଟର୍ଣ୍ଣି ଜେନେରାଲ ପ୍ରତିଶ୍ରୁତି ଦେଇଛନ୍ତି।

ଶୁଶାଣି ବେଳେ କୃଷି ଆଇନକୁ ସମର୍ଥନ କରି ହୋଇଥିବା ଆବେଦନକାରୀଙ୍କ ଓକିଲ ହରିଶ ସାଲଭେ କହିଥିଲେ ଯେ ଖଲିସ୍ତାନ ପାଇଁ ରାଲି କରୁଥିବା ଲୋକମାନେ ଦିଲ୍ଲୀ ସୀମାରେ ଚାଲିଥିବା ବିକ୍ଷୋଭରେ ପତାକା ଲଗାଇଛନ୍ତି। ଏହି ଆନ୍ଦୋଳନରେ ଖଲିସ୍ତାନୀଙ୍କ ସଂପୃକ୍ତି ରହିଛି।

ଏହାପରେ ପ୍ରଧାନ ବିଚାରପତି ଜଷ୍ଟିସ ବୋବଡେ ଅଭିଯୋଗରେ କେତେ ସତ୍ୟତା ଅଛି ଜାଣିବା ପାଇଁ ଆଟର୍ଣ୍ଣି ଜେନେରାଲଙ୍କୁ ପ୍ରଶ୍ନ କରିଥିଲେ। ଏହାର ଜବାବରେ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ କହିଥିଲେ ଯେ ଆମ ପାଖରେ ମଧ୍ୟ ଆନ୍ଦୋଳନ ସ୍ଥଳରେ ଖଲିସ୍ତାନୀ ଅନୁପ୍ରବେଶ କରିଥିବା ଖବର ରହିଛି।

ଏହା ଶୁଣି ପ୍ରଧାନ ବିଚାରପତି ଜଷ୍ଟିସ ବୋବଡେ କହିଥିଲେ ଯେ “ଯଦି ଆନ୍ଦୋଳନ ସ୍ଥଳରେ ଅସିଦ୍ଧ ଘୋଷିତ ହୋଇଥିବା ସଂଗଠନ ପ୍ରବେଶ କରିଛି ଓ କେହି ଅନ ରେକର୍ଡରେ ଏକଥାକୁ ନେଇ ଅଭିଯୋଗ କରୁଛି, ତା’ହେଲେ ଆପଣ ଏହାକୁ ନିଶ୍ଚିତ କରିବା ଉଚିତ। ଆପଣ ଆସନ୍ତାକାଲି ସୁଦ୍ଧା ଏ ସମ୍ପର୍କରେ ସତ୍ୟପାଠ ଦାଖଲ କରନ୍ତୁ।”

ହଁ ମୁଁ ଆସନ୍ତାକାଲି ସତ୍ୟପାଠ ଦାଖଲ କରିବି ଓ ଏଥିରେ ଆଇବିର ତଥ୍ୟ ମଧ୍ୟ ରହିବ ବୋଲି ଆଟର୍ଣ୍ଣି ଜେନେରାଲ କହିଛନ୍ତି। ସରକାର ଆଜି ସୁପ୍ରିମକୋର୍ଟରେ ଯାହା କହିଛନ୍ତି, ପୂର୍ବରୁ ଅନେକ ବିଜେପି ନେତା ଓ ସାଂସଦ ମଧ୍ୟ ସମାନ କଥା କହିଥିଲେ। ଚାଷୀ ଆନ୍ଦୋଳନକୁ ଆଉ କେହି ହାଇଜ୍ୟାକ କରି ନେଇଥିବା ବିଜେପି ଅଭିଯୋଗ କରିଥିଲା।

Related story