ନିଜ ବ୍ୟାଗ ନିଜେ ବୋହିଲେ ରାଜା ଓ ରାଣୀ, ଭାଇରାଲ ହେଲା ଫଟୋ

ନୂଆଦିଲ୍ଲୀ: ୫ଦିନିଆ ଭାରତ ଗସ୍ତରେ ଆସିଛନ୍ତି ସ୍ୱିଡେନର ରାଜା କାର୍ଲ ଏକ୍ସଭିଆଇ ଗୁସ୍ତାଫ ଓ ରାଣୀ ସିଲଭିଆ। ଏହି ରାଜା-ରାଣୀ ଏୟାର ଇଣ୍ଡିଆ ବିମାନରେ ହିଁ ଷ୍ଟକହୋମରୁ ନୂଆଦିଲ୍ଲୀ ଆସିଛନ୍ତି। ଏୟାର ଇଣ୍ଡିଆ ପକ୍ଷରୁ ଏନେଇ ଏକ ଫଟୋ ପୋଷ୍ଟ କରାଯାଇଛି। ଯେଉଁଥିରେ ରାଜା ଓ ରାଣୀ ନିଜ ବ୍ୟାଗ ନିଜେ ବୋହି ଆଣୁଥିବା ଦେଖିବାକୁ ମିଳିଛି। ରାଜ ପରିବାରର ସଦସ୍ୟ ହୋଇ ମଧ୍ୟ ବ୍ୟାଗ ବୋହିଥିବାରୁ ଏହି ଘଟଣାକୁ ସମସ୍ତେ ସୋଶାଲ ମିଡିଆରେ ପ୍ରଶଂସା କରିଛନ୍ତି। […]

cv

Hemant Lenka
  • Published: Monday, 02 December 2019
  • , Updated: 02 December 2019, 05:22 PM IST

ନୂଆଦିଲ୍ଲୀ: ୫ଦିନିଆ ଭାରତ ଗସ୍ତରେ ଆସିଛନ୍ତି ସ୍ୱିଡେନର ରାଜା କାର୍ଲ ଏକ୍ସଭିଆଇ ଗୁସ୍ତାଫ ଓ ରାଣୀ ସିଲଭିଆ। ଏହି ରାଜା-ରାଣୀ ଏୟାର ଇଣ୍ଡିଆ ବିମାନରେ ହିଁ ଷ୍ଟକହୋମରୁ ନୂଆଦିଲ୍ଲୀ ଆସିଛନ୍ତି।

ଏୟାର ଇଣ୍ଡିଆ ପକ୍ଷରୁ ଏନେଇ ଏକ ଫଟୋ ପୋଷ୍ଟ କରାଯାଇଛି। ଯେଉଁଥିରେ ରାଜା ଓ ରାଣୀ ନିଜ ବ୍ୟାଗ ନିଜେ ବୋହି ଆଣୁଥିବା ଦେଖିବାକୁ ମିଳିଛି। ରାଜ ପରିବାରର ସଦସ୍ୟ ହୋଇ ମଧ୍ୟ ବ୍ୟାଗ ବୋହିଥିବାରୁ ଏହି ଘଟଣାକୁ ସମସ୍ତେ ସୋଶାଲ ମିଡିଆରେ ପ୍ରଶଂସା କରିଛନ୍ତି।

ଏୟାର ଇଣ୍ଡିଆ ଟ୍ୱିଟ କରିଛି ଯେ “ସ୍ୱିଡେନ ରାଜା ଓ ତାଙ୍କ ରାଣୀ ଏଆଇ୧୬୮ ବିମାନରେ ଦିଲ୍ଲୀ ଆସିଛନ୍ତି। ଏହା ଆମ ପାଇଁ ଏକ ଗର୍ବର ବିଷୟ।” ଏୟାର ପୋର୍ଟରେ ଓହ୍ଲାଇବା ପରେ ସେ ନିଜ ବ୍ୟାଗକୁ ନିଜେ ଧରିଥିବା ଦେଖିବାକୁ ମିଳିଛି। ଭାରତ ଗସ୍ତ ବେଳେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ। ଆଜି ଏୟାର ପୋର୍ଟରେ ସ୍ୱିଡେନ ରାଜ ପରିବାରକୁ ସାଂସଦ ବାବୁଲ ସୁପ୍ରିଓ ସ୍ୱାଗତ କରିଥିଲେ।

Related story