ପ୍ରଧାନମନ୍ତ୍ରୀଙ୍କ ଟୁଇଟର ହ୍ୟାଣ୍ଡେଲରୁ କିଏ ଟୁଇଟ୍ କଲେ?
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଟୁଇଟର ଆକାଉଣ୍ଟରୁ ସାଇନ୍ ଆଉଟ୍ ହୋଇ ୭ ଜଣ ମହିଳାଙ୍କୁ ତାଙ୍କ ଟୁଇଟର ଆକାଉଣ୍ଟ ଚଳାଇବା ପାଇଁ ହସ୍ତାନ୍ତର କରିଛନ୍ତି।
Greetings on International Women’s Day! We salute the spirit and accomplishments of our Nari Shakti.
As I’d said a few days ago, I’m signing off. Through the day, seven women achievers will share their life journeys and perhaps interact with you through my social media accounts.— Narendra Modi (@narendramodi) March 8, 2020
ପ୍ରଥମେ ଯେଉଁ ମହିଳା ଟୁଇଟ୍ କରିଛନ୍ତି ମୋଦୀଙ୍କ ଆକାଉଣ୍ଟରୁ ସେ ହେଉଛନ୍ତି ଫୁଡ ବ୍ୟାଙ୍କର ପ୍ରତିଷ୍ଠାତା ସ୍ନେହା ମୋହନଡୋସ। ଯିଏକି ଏକ ଛୋଟିଆ ଭିଡିଓ ମଧ୍ୟ ତାଙ୍କର ନରେନ୍ଦ୍ର ମୋଦୀଙ୍କ ଟୁଇଟର ଆକାଉଣ୍ଟରୁ ଶେୟାର କରୁଛନ୍ତି। ଫୁଡ୍ ବ୍ୟାଙ୍କ ହେଉଛି ଚେନ୍ନାଇର ଏକ କମ୍ପାନୀ। ଯିଏକି ବାସହରା ଲୋକଙ୍କୁ ଖାଇବା ଯୋଗାଇ ଥାଏ।
You heard of food for thought. Now, it is time for action and a better future for our poor.
Hello, I am @snehamohandoss. Inspired by my mother, who instilled the habit of feeding the homeless, I started this initiative called Foodbank India. #SheInspiresUs pic.twitter.com/yHBb3ZaI8n
— Narendra Modi (@narendramodi) March 8, 2020
ପ୍ରଧାନମନ୍ତ୍ରୀ ଟୁଇଟର ଆକାଉଣ୍ଟରୁ ସାଇନ୍ ଆଉଟ୍ ହେବା ପୂର୍ବରୁ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମଧ୍ୟ ଟୁଇଟ୍ କରିଥିଲେ। ‘ଆମର ନାରୀ ଶକ୍ତିର ନିଷ୍ଠା ଏବଂ ସଫଳତାକୁ ଆମେ ନମସ୍କାର କରୁଛୁ’।
ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ସେ ରବିବାର ନିଜ ଫେସବୁକ, ଟ୍ୱିଟର, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ ଆକାଉଣ୍ଟକୁ ଛାଡିବାକୁ ଚିନ୍ତା କରୁଛନ୍ତି। ଏହାକୁ ନେଇ ଅନେକ ଆଲୋଚନା ମଧ୍ୟ ହୋଇଥିଲା।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏ ନେଇ ଟୁଇଟ୍ କରି ପ୍ରଧାନମନ୍ତ୍ରୀଙ୍କୁ ସୋଶାଲ ମିଡିଆ ନୁହେଁ ବରଂ ଘୃଣା ଛାଡିବାକୁ ପରାମର୍ଶ ଦେଇଥିଲେ। ଏହି ଘୃଣା ପାଇଁ ଦିଲ୍ଲୀ ହିଂସାରେ ୪୬ ଜଣଙ୍କ ଜୀବନ ଯାଇଥିଲା ବୋଲି ରାହୁଲ ଗାନ୍ଧୀ କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।