କୁର୍ଦିସ ସେନା ଉପରେ ରସାୟନିକ ଅସ୍ତ୍ର ପ୍ରୟୋଗ କରିଥିଲା ଆଇଏସ୍

ବୈରୁତ: ଇରାକ ଓ ସିରିଆରେ କୁର୍ଦିସ ସେନା ଉପରେ ଇସଲାମିକ ଷ୍ଟେଟ୍ (ଆଇଏସ୍) ରସାୟନିକ ଅସ୍ତ୍ର ପ୍ରୟୋଗ କରିଥିଲା। ଗତ ମାସରେ ହଜାର ହଜାର ସୈନିକଙ୍କ ଉପରେ ଏହିପରି ଅମାନବୀୟ କାଣ୍ଡ ରଚିଥିଲା ଆଇଏସ୍। ଶୁକ୍ରବାର ଏହି ଲୋମଟାଙ୍କୁରା ତଥ୍ୟ ଦେଇଛି କୁର୍ଦିସ ସେନା। ଯୁଦ୍ଧ ବିଶେଷଜ୍ଞମାନେ ବି ଏହି ସମାନ ଦାବି କରିଛନ୍ତି। ଗତ ଜୁନ ୨୧ ଓ ୨୨ ତାରିଖରେ ଆଇଏସ ଇରାକ ଓ ସିରିଆରେ କୁର୍ଦିସ ସେନାକୁ ଟାର୍ଗେଟ କରି ରସାୟନିକ ଅସ୍ତ୍ର […]

iraq-war-horizontal-large-gallery

Rakesh Mallick
  • Published: Saturday, 18 July 2015
  • , Updated: 04 May 2017, 03:45 PM IST

ବୈରୁତ: ଇରାକ ଓ ସିରିଆରେ କୁର୍ଦିସ ସେନା ଉପରେ ଇସଲାମିକ ଷ୍ଟେଟ୍ (ଆଇଏସ୍) ରସାୟନିକ ଅସ୍ତ୍ର ପ୍ରୟୋଗ କରିଥିଲା। ଗତ ମାସରେ ହଜାର ହଜାର ସୈନିକଙ୍କ ଉପରେ ଏହିପରି ଅମାନବୀୟ କାଣ୍ଡ ରଚିଥିଲା ଆଇଏସ୍। ଶୁକ୍ରବାର ଏହି ଲୋମଟାଙ୍କୁରା ତଥ୍ୟ ଦେଇଛି କୁର୍ଦିସ ସେନା। ଯୁଦ୍ଧ ବିଶେଷଜ୍ଞମାନେ ବି ଏହି ସମାନ ଦାବି କରିଛନ୍ତି।

ଗତ ଜୁନ ୨୧ ଓ ୨୨ ତାରିଖରେ ଆଇଏସ ଇରାକ ଓ ସିରିଆରେ କୁର୍ଦିସ ସେନାକୁ ଟାର୍ଗେଟ କରି ରସାୟନିକ ଅସ୍ତ୍ର ପ୍ରୟୋଗ କରିଥିବା କନଫ୍ଲିକ୍ଟ ଆର୍ମାମେଣ୍ଟ ରିସର୍ଚ୍ଚ (ସିଏଆର) ଗ୍ରୁପ୍ ଓ ସାହାନ୍ ରିସର୍ଚ୍ଚରୁ ଏହି ବିସ୍ଫୋରକ ତଥ୍ୟ ମିଳିଛି। ଏହାସହ ଜୁନ ୨୮ରେ ସିରିଆର ଉତ୍ତରପୂର୍ବ ହଶାଖାହ ପ୍ରଦେଶରେ କୁର୍ଦିସ ସେନା ଓ ପିପୁଲ ପ୍ରୋଟେକ୍ସନ ୟୁନିଟ୍(ୱାଇପିଜି) ଉପରେ ଆଇଏସ ଦୁଇ ଥର ରସାୟନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିବା ଏହି ତଥ୍ୟରୁ ଜଣାପଡ଼ିଛି।

କୁର୍ଦିସ ସେନା ଉପରେ ଆଇଏସ ପ୍ରୟୋଗ କରିଥିବା ରସାୟନିକ ଅସ୍ତ୍ର ହଳଦିଆ ରଙ୍ଗର ଏକ ଗ୍ୟାସ୍ ଓ ଏହା ପଚା ପିଆଜ ପରି ଗନ୍ଧାଉଥିଲା ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଏହି ଗ୍ୟାସ ପ୍ରଭାବରେ ସୈନିକଙ୍କ ଆଖି, ନାକ, କାନ ଓ ଗଳାରେ ପୋଡାଜଳା ହୋଇଥିଲା। ଏହାସହ ଭୀଷଣ ମୁଣ୍ଡବିନ୍ଧା ଓ  ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିବା ସହ ତତକ୍ଷଣାତ କୋମାକୁ ଚାଲି ଯାଇଥିଲେ ହଜାର ହଜାର ସୈନିକ। ସେମାନଙ୍କ ଶବକୁ ପରୀକ୍ଷା ନିରୀକ୍ଷା କରିବା ପରେ ରସାୟନିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ କଥା ଜାଣିବାକୁ ପାଇଛନ୍ତି ବିଶେଷଜ୍ଞମାନେ କହିଛନ୍ତି।

Related story