କ୍ୟାମ୍ପସ ଭିତରେ ଆଇଆଇଟି ମାଡ୍ରାସର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଆତ୍ମହତ୍ୟା

ଚେନ୍ନାଇ: ଆଇଆଇଟି ମାଡ୍ରାସ୍‌ର ଜଣେ ଆସିଷ୍ଟାଣ୍ଟ ପ୍ରଫେସର କଲେଜ କ୍ୟାମ୍ପସ ମଧ୍ୟରେ ଥିବା କ୍ୱାର୍ଟର୍ସରେ ଜୀବନ ହାରି ଦେଇଛନ୍ତି। ଅଦିତି ସୀମା ନାମକ ଏହି ଆସିଷ୍ଟାଣ୍ଟ ପ୍ରଫେସରଙ୍କ ବୟସ ୪୮ ହୋଇଥିବା ବେଳେ ତାଙ୍କ ଘର ବେଙ୍ଗାଲୁରୁରେ ବୋଲି ପୁଲିସ୍‌ କହିଛି। ଅଦିତି ବିବାହିତ ହୋଇଥିଲେ ମଧ୍ୟ ସ୍ୱାମୀଙ୍କ ଠାରୁ ଅଲଗା ହୋଇ କଲେଜ କ୍ୟାମ୍ପସରେ ରହୁଥିଲେ। ସୋମବାର ବିଳିମ୍ବତ ରାତିରେ ଅଦିତିଙ୍କ ଜଣେ ସହକର୍ମୀ ତାଙ୍କୁ ଅଚେତ ଅବସ୍ଥାରେ ଠାବ କରିଥିଲେ। ସେ ତୁରନ୍ତ ତାଙ୍କୁ […]

q

Hemant Lenka
  • Published: Wednesday, 05 December 2018
  • , Updated: 05 December 2018, 04:39 PM IST

ଚେନ୍ନାଇ: ଆଇଆଇଟି ମାଡ୍ରାସ୍‌ର ଜଣେ ଆସିଷ୍ଟାଣ୍ଟ ପ୍ରଫେସର କଲେଜ କ୍ୟାମ୍ପସ ମଧ୍ୟରେ ଥିବା କ୍ୱାର୍ଟର୍ସରେ ଜୀବନ ହାରି ଦେଇଛନ୍ତି। ଅଦିତି ସୀମା ନାମକ ଏହି ଆସିଷ୍ଟାଣ୍ଟ ପ୍ରଫେସରଙ୍କ ବୟସ ୪୮ ହୋଇଥିବା ବେଳେ ତାଙ୍କ ଘର ବେଙ୍ଗାଲୁରୁରେ ବୋଲି ପୁଲିସ୍‌ କହିଛି। ଅଦିତି ବିବାହିତ ହୋଇଥିଲେ ମଧ୍ୟ ସ୍ୱାମୀଙ୍କ ଠାରୁ ଅଲଗା ହୋଇ କଲେଜ କ୍ୟାମ୍ପସରେ ରହୁଥିଲେ।

ସୋମବାର ବିଳିମ୍ବତ ରାତିରେ ଅଦିତିଙ୍କ ଜଣେ ସହକର୍ମୀ ତାଙ୍କୁ ଅଚେତ ଅବସ୍ଥାରେ ଠାବ କରିଥିଲେ। ସେ ତୁରନ୍ତ ତାଙ୍କୁ ହସ୍ପିଟାଲ୍‌ ନେଇଥିଲେ ହେଁ ବୁଧବାର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କୋଟ୍ଟରୁପୁରାମ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Related story