୨୨ ବର୍ଷ ପରେ ଲାହୋର-ୱାଘା ଟ୍ରେନ୍‌ସେବା ଆରମ୍ଭ

ଇସ୍‌ଲାମାବାଦ୍: ରବିବାର ଲାହୋର ଏବଂ ୱାଘା ରେଲୱେ ଷ୍ଟେସନ୍‌ ମଧ୍ୟରେ ସଟଲ୍‌ ଟ୍ରେନ୍‌ ସେବା ଆରମ୍ଭ ହୋଇଛି। ଏହି ସେବା ୨୨ ବର୍ଷ ପରେ ଆରମ୍ଭ ହୋଇଛି। ପ୍ରତିଦିନ ଏହି ଟ୍ରେନ୍‌ ୩ ରାଉଣ୍ଡ ଟ୍ରିପ୍‌ କରିବ। ଏଥିରେ ୧୦୦୦ରୁ ଅଧିକ ଯାତ୍ରୀ ସେବା ପାଇପାରିବେ। ଏଥିପାଇଁ ଭଡ଼ା ୩୦ ପାକିସ୍ତାନ ମୂଦ୍ରା ରହିବ। ଏଥିରେ ୱାଘା ଆସିବାକୁ ଥିବା ଶହ ଶହ ଯାତ୍ରୀ ଆରାମରେ ଆସି ସୀମାରେ ଭାରତ ଓ ପାକିସ୍ତାନର ପତାକା ଅବତରଣ ଦୃଶ୍ୟ […]

train

Subrat Kumar Nayak
  • Published: Sunday, 15 December 2019
  • , Updated: 15 December 2019, 09:47 PM IST

ଇସ୍‌ଲାମାବାଦ୍: ରବିବାର ଲାହୋର ଏବଂ ୱାଘା ରେଲୱେ ଷ୍ଟେସନ୍‌ ମଧ୍ୟରେ ସଟଲ୍‌ ଟ୍ରେନ୍‌ ସେବା ଆରମ୍ଭ ହୋଇଛି। ଏହି ସେବା ୨୨ ବର୍ଷ ପରେ ଆରମ୍ଭ ହୋଇଛି।

ପ୍ରତିଦିନ ଏହି ଟ୍ରେନ୍‌ ୩ ରାଉଣ୍ଡ ଟ୍ରିପ୍‌ କରିବ। ଏଥିରେ ୧୦୦୦ରୁ ଅଧିକ ଯାତ୍ରୀ ସେବା ପାଇପାରିବେ। ଏଥିପାଇଁ ଭଡ଼ା ୩୦ ପାକିସ୍ତାନ ମୂଦ୍ରା ରହିବ।

ଏଥିରେ ୱାଘା ଆସିବାକୁ ଥିବା ଶହ ଶହ ଯାତ୍ରୀ ଆରାମରେ ଆସି ସୀମାରେ ଭାରତ ଓ ପାକିସ୍ତାନର ପତାକା ଅବତରଣ ଦୃଶ୍ୟ ଦେଖିପାରିବେ। ସେମାନେ ଜାଲୋ ପାର୍କ ମଧ୍ୟ ବୁଲିପାରିବେ।

ଲନେଇ ପାକିସ୍ତାନ ରେଳ ମନ୍ତ୍ରୀ ଶେଖ୍‌ ରଶିଦ୍‌ କହିଛନ୍ତି, “ଆମେ ଲାହୋର ସହ ଅନ୍ୟ ସ୍ଥାନକୁ ରେଳ ମାଧ୍ୟମରେ ଯୋଡ଼ିବାକୁ ଚାହୁଁଛୁ। ଏହି କ୍ରମରେ ପ୍ରଥମେ ୱାଘା ସହ ଏହାକୁ ଯୋଡ଼ାଯାଇଛି।” ତେବେ ଭାରତକୁ ଟ୍ରେନ୍‌ସେବା ନେଇ ସେ କିଛି ମୁହଁ ଖୋଲିନାହାନ୍ତି।

Related story