ଲଳିତ ମୋଦି ମାମଲା: ସୁଷମାଙ୍କ ଘର ସମ୍ମୁଖରେ ଯୁବ କଂଗ୍ରେସର ବିକ୍ଷୋଭ

ନୂଆଦିଲ୍ଲୀ: ଆଇପିଏଲ୍ ଦୁର୍ନୀତିର ଅଭିଯୁକ୍ତ ଲଳିତ ମୋଦିଙ୍କୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଇଂଲଣ୍ଡରେ ଭିସା ଯୋଗାଇ ଦେବାରେ ସାହାଯ୍ୟ କରିବା ଘଟଣାରେ କଂଗ୍ରେସ ତା’ର ଆଭିମୁଖ୍ୟକୁ ଆହୁରି କଡ଼ାକଡ଼ି କରିଛି। ସୋମବାର ଯୁବ କଂଗ୍ରେସ ପକ୍ଷରୁ ସୁଷମାଙ୍କ ବାସଗୃହ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଯୁବ କଂଗ୍ରେସ କର୍ମୀମାନେ ତାଙ୍କର ଇସ୍ତଫା ଦାବି କରିଥିଲେ। ହାତରେ ପ୍ଲା-କାର୍ଡ ଧରି ସେମାନେ ସୁଷମା ଓ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ। ସୁଷମା ନିଜ ଆଡୁ ଇସ୍ତଫା ଦିଅନ୍ତୁ […]

shusama

shusama

Rakesh Mallick
  • Published: Monday, 15 June 2015
  • Updated: 15 June 2015, 10:32 AM IST

ନୂଆଦିଲ୍ଲୀ: ଆଇପିଏଲ୍ ଦୁର୍ନୀତିର ଅଭିଯୁକ୍ତ ଲଳିତ ମୋଦିଙ୍କୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଇଂଲଣ୍ଡରେ ଭିସା ଯୋଗାଇ ଦେବାରେ ସାହାଯ୍ୟ କରିବା ଘଟଣାରେ କଂଗ୍ରେସ ତା’ର ଆଭିମୁଖ୍ୟକୁ ଆହୁରି କଡ଼ାକଡ଼ି କରିଛି। ସୋମବାର ଯୁବ କଂଗ୍ରେସ ପକ୍ଷରୁ ସୁଷମାଙ୍କ ବାସଗୃହ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଯୁବ କଂଗ୍ରେସ କର୍ମୀମାନେ ତାଙ୍କର ଇସ୍ତଫା ଦାବି କରିଥିଲେ। ହାତରେ ପ୍ଲା-କାର୍ଡ ଧରି ସେମାନେ ସୁଷମା ଓ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ। ସୁଷମା ନିଜ ଆଡୁ ଇସ୍ତଫା ଦିଅନ୍ତୁ ନହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ ବୋଲି ସେମାନେ ଦାବି କରିଥିଲେ। ଏହା ସହିତ ବିକ୍ଷୋଭକାରୀମାନେ ସୁଷମାଙ୍କର ପୁତଳିକା ଦାହ କରିଥିଲେ। ସେମାନେ ବ୍ୟାରିକେଡ୍ ଭାଙ୍ଗି ତାଙ୍କ ବାସଭବନକୁ ପଶିବାକୁ ମଧ୍ୟ ଉଦ୍ୟମ କରିଥିଲେ। ତେବେ ପୋଲିସ୍ ସେମାନଙ୍କୁ ବାଧା ଦେଇଥିଲା। ୧୦୦ରୁ ଅଧିକ ବିକ୍ଷୋଭକାରୀଙ୍କୁ ପୋଲିସ୍ ଅଟକ ରଖିଥିଲା ଓ ପରେ ଛାଡ଼ି ଦେଇଥିଲା।

କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ କହିଛନ୍ତି ଯେ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁହଁ ଖୋଲିବା ଉଚିତ। ଲଲିତ ମୋଦିଙ୍କୁ ଭିସା ଦେବା ଲାଗି ବ୍ରିଟିଶ ସରକାରଙ୍କୁ ସୁପାରିଶ କରିବା ପୂର୍ବରୁ ସୁଷମା ତାଙ୍କୁ ଅବଗତ କରାଇ ଥିଲେ କି ନାହିଁ ତାହା ପ୍ରଧାନମନ୍ତ୍ରୀ କୁହନ୍ତୁ।

ସେହିଭଳି କଂଗ୍ରେସ ମୁଖପାତ୍ର ପି.ଏଲ ପୁନିଆ କହିଛନ୍ତି ଯେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ୭୦୦ କୋଟି ଟଙ୍କାର ମନିଲଣ୍ଡରିଂ ମାମଲାରେ ଫସି ଥିବା ଜଣେ ଅଭିଯୁକ୍ତ (ଲଳିତ ମୋଦି)ଙ୍କୁ ସାହାଯ୍ୟ କରିଛନ୍ତି। ତାଙ୍କ ନାଁରେ ମନିଲଣ୍ଡରିଂ ସହିତ ଟିକସ ଫାଙ୍କି ଓ ଅନ୍ୟ ଏକାଧିକ ମାମଲା ରହିଛି। ତାଙ୍କୁ ମାନବୀୟ ଦୃଷ୍ଟିକୋଣରୁ ସାହଯ୍ୟ କରିଥିବା ନେଇ ଗତକାଲି ସୁଷମା ଦେଇଥିବା ମନ୍ତବ୍ୟ ସଂପୂର୍ଣ୍ଣ ମିଛ ବୋଲି କହିଛନ୍ତି ପୁନିଆ। ସେ କହିଛନ୍ତି, ପର୍ତୁଗାଲର ନିୟମ ଅନୁଯାୟୀ ସ୍ତ୍ରୀ ଅପରେସନ୍ ହେଲେ ସ୍ୱାମୀର ଦସ୍ତଖତ ଦରକାର ହୁଏ ନାହିଁ। ପୁଣି ଲଳିତ ମୋଦିଙ୍କୁ ଇଂଲଣ୍ଡ ବାହାରକୁ ନଛାଡ଼ିବାକୁ ଭାରତ ସରକାରଙ୍କ ପକ୍ଷରୁ ବ୍ରିଟିଶ ସରକାରଙ୍କୁ ଏକ ସର୍କୁଲାର ଜାରି କରି କୁହାଯାଇଥିଲା। ତେଣୁ ବୈଦେଶିକ ମନ୍ତ୍ରୀଙ୍କ ଏଭଳି ସୁପାରିଶ ନିଶ୍ଚିତ ଭାବେ ନିନ୍ଦନୀୟ।

ପୁନିଆ ଆହୁରି ମଧ୍ୟ କହିଛନ୍ତି, ସୁଷମାଙ୍କ ପରିବାର ଓ ଲଳିତ ମୋଦିଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନର ସଂପର୍କ ରହିଛି। ସେହି ଆଧାରରେ ସୁଷମା ତାଙ୍କୁ ସାହାଯ୍ୟ କରିଛନ୍ତି। ସେ ଦାବି କରିଛନ୍ତି ଯେ ମୋଦିକୁ ଇଂଲଣ୍ଡରୁ ଭାରତକୁ ଫେରାଇ ଅଣାଯାଉ ଓ ତାଙ୍କର ବିଚାର କରାଯାଉ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story