ନୂଆଦିଲ୍ଲୀ: ବିହାର ଉପ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ପରେ ଆଇପିଏଲର ପୂର୍ବତନ ସିଇଓ ଲଳିତ ମୋଦି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିରୋଧରେ ମାମଲା ରୁଜୁ କରିବେ। ୟୁକେ କୋର୍ଟରେ ମାମଲା ରୁଜୁ କରିବେ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଲଳିତ ମୋଦି।
The #papu @rahulgandhi says “All MODI’s are CHOR’s”. Well he will be taken to court in the UK by Me. But reality is that the world knows 5 decades of daylight #looting of #India was and is done by none other than the #Gandhi #family ? @narendramodi pic.twitter.com/0jukYmmhF2
— Lalit Kumar Modi (@LalitKModi) April 18, 2019
ସୂଚନାଯୋଗ୍ୟ ରାହୁଲ ଗାନ୍ଧି ନିକଟରେ କହିଥିଲେ, ଦେଶର ସମସ୍ତ ମୋଦି ସାଙ୍ଗିଆ ବ୍ୟକ୍ତି 'ଚୋର'। ଯାହାକୁ ନେଇ ଲଳିତ ମୋଦି ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଣୁ ସେ ୟୁକେ କୋର୍ଟରେ ମାମଲା ରୁଜୁ କରିବେ ବୋଲି ସୂଚନା ଦେଇଛନ୍ତି। ଏଥିସହ ସେ ଜାରି କରିଥିବା ଭିଡ଼ିଓରେ କହିଛନ୍ତି ଯେଉଁ ଗାନ୍ଧି ପରିବାର ସ୍ୱାଧୀନତା ପରେ ଦେଶକୁ ଲୁଟିବାରେ ସକ୍ଷମ ହୋଇଛି, ସିଏ ଏବେ 'ସବୁ ମୋଦି ଚୋର' କହିବା ହାସ୍ୟାସ୍ପଦ।
ଗତକାଲି ସମାନ କାରଣ ପାଇଁ ପାଟନା ସିଜେଏମ କୋର୍ଟରେ ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ରାହୁଲ ଗାନ୍ଧିଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିଲେ।